ETV Bharat / state

Egg Attack Politics: ସୁରଙ୍କ ପୁଅଙ୍କୁ ଅଣ୍ଡାମାଡ, ମୁହାଁମୁହିଁ କଂଗ୍ରେସ-ବିଜେଡି

author img

By

Published : Dec 18, 2021, 10:19 AM IST

ସୁରଙ୍କ ପୁଅଙ୍କୁ ଅଣ୍ଡାମାଡ଼, ଧସ୍ତାଧସ୍ତି ବିଜେଡି- କଂଗ୍ରେସ   ଭିଡ଼ିଓ ଭାଇରଲ
ସୁରଙ୍କ ପୁଅଙ୍କୁ ଅଣ୍ଡାମାଡ଼, ଧସ୍ତାଧସ୍ତି ବିଜେଡି- କଂଗ୍ରେସ ଭିଡ଼ିଓ ଭାଇରଲ

ବିଜୁସ୍ବାସ୍ଥ୍ୟ କାର୍ଡକୁ ନେଇ ବିଜେଡି-କଂଗ୍ରେସ ଧସ୍ତାଧସ୍ତି । ସୁର ରାଉତରାୟଙ୍କ ପୁଅଙ୍କୁ ଅଣ୍ଡାମାଡ କଲେ ବିଜେଡି କର୍ମୀ । ତେବେ ଧସ୍ତାଧସ୍ତି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଥମୁନି ଅଣ୍ଡା ରାଜନୀତି । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଅଣ୍ଡାମାଡ ( egg attack on Sura Routray's son Mammoth Routray) । ଜଟଣୀ ହରିଭାଇନା ଛକରେ କଂଗ୍ରେସ ବିଜେଡି ଧସ୍ତାଧସ୍ତି ପରେ ଅଣ୍ଡାମାଡ କଲେ ବିଜେଡି କର୍ମୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୁରଙ୍କ ପୁଅଙ୍କୁ ଅଣ୍ଡାମାଡ, ମୁହାଁମୁହିଁ କଂଗ୍ରେସ-ବିଜେଡି

ସୂଚନାଅନୁଯାୟୀ, ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ସାଂସଦ ମୁନା ଖାଁ ଜଟଣୀ ବ୍ଲକର ପଦନପୁର ପଞ୍ଚାୟତକୁ ଯିବା ସମୟରେ ଗାଡି ଉପରକୁ ଅଣ୍ଡା ମାଡ କରିବା ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଯାହାକୁ ନେଇ ବିଜେଡ଼ି କର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲେ । ଏହା ପରେ ବିଜେଡି କର୍ମୀ ମାନେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଅଣ୍ଡା ମାଡ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.