ETV Bharat / state

ଇଟିଭି ଭାରତ ପ୍ରଭାବ; ଦିବ୍ୟାଙ୍ଗ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଲା ଘର

author img

By

Published : Jun 1, 2021, 7:32 AM IST

ଦିବ୍ୟାଙ୍ଗ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଳା ହକ
ଦିବ୍ୟାଙ୍ଗ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଳା ହକ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ହିବ୍ୟାଙ୍ଗ ମହିଳା ନର୍ସଙ୍କୁ ସରକାରୀ କ୍ବାର୍ଟର ପ୍ରଦାନ କରିବା ପାଇଁ ଲାଞ୍ଚ ମଗାଯାଇଥିଲା । ଏହି ଖବରକୁ ବାରମ୍ବାର ପ୍ରସାରଣ କରିବା ପରେ ଦିବ୍ୟାଙ୍ଗ ମହିଳାଙ୍କୁ କ୍ବାର୍ଟର ପ୍ରଦାନ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଇଟିଭି ଭାରତର ପ୍ରଭାବ । ବାରମ୍ବାର ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଲା ଘର । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦିବ୍ୟାଙ୍ଗ ମହିଳା ନର୍ସଙ୍କୁ ସରକାରୀ କ୍ବାର୍ଟର ପ୍ରଦାନ କରିବା ପାଇଁ ଲାଞ୍ଚ ମଗାଯାଇଥିଲା । ଏହି ଖବରକୁ ବାରମ୍ବାର ପ୍ରସାରଣ କରିବା ପରେ ଦିବ୍ୟାଙ୍ଗ ମହିଳାଙ୍କୁ କ୍ବାର୍ଟର ପ୍ରଦାନ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ଦିବ୍ୟାଙ୍ଗ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଳା ହକ

ସୂଚନାଅନୁସାରେ, 2015 ମସିହାରୁ ଭଗବତୀ ସିଂ ନାମକ ଜଣେ ସ୍ବାସ୍ଥ୍ୟକର୍ମୀ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ବର୍ଷ ଧରି ଚାକିରୀ କରିବା ପରେ ବି ତାଙ୍କୁ ଓ ପର୍ଯ୍ୟନ୍ତ ସରକରୀ କ୍ବାର୍ଟର ଯୋଗାଇ ଦିଆଯାଇନଥିଲା । ଏନେଇ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ବରଂ କ୍ବାର୍ଟର ପାଇଁ ତାଙ୍କୁ 20ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ଅଭିଯୋଗ କରିଥିଲେ ଭଗବତୀ ସିଂ । ଏହାର ପ୍ରତିବାଦ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏହା ସହିତ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।

ଜଣେ ଦିବ୍ୟାଙ୍ଗ ମହିଳା ତଥା ଜଣେ କୋରୋନା ଯୋଦ୍ଧାଙ୍କୁ କିଭଳି କର୍ମକ୍ଷେତ୍ରରେ ଅବହେଳା କରାଯାଉଛି ସେ ନେଇ ଇଟିଭି ଭାରତରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା । ଏହା ପରେ ନର୍ସ ଭାଗବତୀଙ୍କୁ ଖୋର୍ଦ୍ଧାରେ ସ୍ବାସ୍ଥ୍ୟ ବିଭାଗ କ୍ବାର୍ଟର ପ୍ରଦାନ କରିଛି । ଗଣମାଧ୍ୟମର ପ୍ରୟାସ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟକର୍ମୀ ଭଗବତୀ ସିଂ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.