ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ

author img

By

Published : May 11, 2022, 12:14 PM IST

Updated : May 11, 2022, 12:24 PM IST

ବିଦ୍ୟୁତ ଆଘାତରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ
ବିଦ୍ୟୁତ ଆଘାତରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ । ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ବିଦ୍ୟୁତ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ । ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ବିଦ୍ୟୁତ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବେଗୁନିଆ ଅଞ୍ଚଳରୁ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ

ସୂଚନା ଅନୁସାରେ ବେଗୁନିଆ ବିଦ୍ୟୁତ ସେକ୍ସନ ଅଧିନରେ ଆସିଷ୍ଟାଣ୍ଟ ଟେକନିସିଆନ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ବେହେରାଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଆଜି ସଞ୍ଜୟ ବେଗୁନିଆ କୁଶୁପଲ୍ଲା ରାସ୍ତାରେ ଖୁଣ୍ଟରେ ଚଢି ମରାମତି କରୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେପଟେ ବିନା ସୁରକ୍ଷା ଉପକରଣରେ କାହା ନିଦ୍ଦେର୍ଶରେ ଖୁଣ୍ଟରେ ଚଢିଥିଲେ ସଞ୍ଜୟ ତାହାର ତଦନ୍ତ ର ଆବଶ୍ୟକତା ରହିଛି। ସେପଟେ ଏନେଇ ଆମେ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରିଥିବା ବେଳେ ବିଦ୍ୟୁତ ବିଭାଗ ତରଫରୁ ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :May 11, 2022, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.