ETV Bharat / state

ନିର୍ବାଚନ ପ୍ରସ୍ତୁତି: ଜିଲ୍ଲାପାଳଙ୍କ ସହ ନିର୍ବାଚନ ଆୟୋଗଙ୍କ ଟିମର ଆଲୋଚନା ଜାରି

author img

By ETV Bharat Odisha Team

Published : Sep 13, 2023, 10:47 AM IST

Updated : Sep 13, 2023, 11:29 AM IST

Election Commission team visits Odisha
ନିର୍ବାଚନ କମିଶନ ଟିମଙ୍କ ସମୀକ୍ଷା

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ କମିଶନ ଟିମଙ୍କ ସମୀକ୍ଷା । ଯୋଗ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍ । ଦିନ ସାଢେ ୯ଟାରୁ ଖାରବେଳ ଭବନରେ ଆରମ୍ଭ ହୋଇଛି ବୈଠକ । ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଛନ୍ତି । ସମୀକ୍ଷା ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେଉଛି । ଗତକାଲି ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କ ୬ ଜଣିଆ ଟିମ ଭୁବନେଶ୍ବରରେ ପହଞ୍ଚିଥିଲେ ।

ଆସନ୍ତା ସାଧାରଣ ନିର୍ବାଚନ ନେଇ ଜାରି ରହିଛି ସସପେନ୍ସ । ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିଥିବା ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହାରି ଭିତରେ ନିର୍ବାଚନ ଆୟୋଗଙ୍କ ଟିମ ରାଜ୍ୟକୁ ରାଜ୍ୟ ଗସ୍ତ କରୁଛନ୍ତି । ଆଜି ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ଏହି ଟିମ୍ । ଏହାକୁ ନେଇ ପୁଣି ତାଜା ହୋଇଛି ଆଗୁଆ ନିର୍ବାଚନୀ ଚର୍ଚ୍ଚା । ଯଦି ଦେଶରେ ଆଗୁଆ ନିର୍ବାଚନ ହୁଏ, ତେବେ ଓଡ଼ିଶା କେତେ ପ୍ରସ୍ତୁତ, ତାର ସମୀକ୍ଷା ହେଉଛି । ଖାରବେଳ ଭବନରେ ନିର୍ବାଚନ ଅୟୋଗ ଅଧିକାରୀଙ୍କ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାପାଳ ଯୋଗ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Early Election Speculations: କଂଗ୍ରେସ କହିଲା ଭୟଭୀତ ଉଭୟ ସରକାର, ବିଜେପି ଟାର୍ଗେଟ୍‌ରେ ବିଜେଡି

ଦେଶରେ ହେବ କି ଆଗୁଆ ନିର୍ବାଚନ ? ଏବେ ସମ୍ଭବ କି ୱାନ ନେସନ ୱାନ ଇଲେକ୍ସନ ? ନିର୍ବାଚନୀ ପ୍ରସ୍ତୁତି ଭିତରେ ଏହାକୁ ନେଇ ସସପେନ୍ସ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ଟିମର ଗସ୍ତ ଆଗୁଆ ନିର୍ବାଚନ ସଙ୍କେତ ଭାବେ ଦେଖାଯାଉଛି । ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଚାଲିଛି । ଆଜିର ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେଉଛି ।

ସେପଟେ ଓଡ଼ିଶାକୁ ନିର୍ବାଚନ କମିଶନଙ୍କ ଟିମ ଗସ୍ତକୁ ନେଇ ମଧ୍ୟ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଆଗୁଆ ନିର୍ବାଚନ ଓ ୱାନ ନେସନ ୱାନ ଇଲେକ୍ସନ ଚର୍ଚ୍ଚା ଭିତରେ ଲୋକେ ଦ୍ବନ୍ଦ୍ବରେ ଥିବା କଂଗ୍ରେସ କହିଛି । ସେହି ଆଶଙ୍କାରେ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି । କଂଗ୍ରେସ ବି ପ୍ରସ୍ତୁତ ହେଉଛି । ସବୁ ନିର୍ବାଚନ ମଣ୍ଡଳୀରେ କାମ ଆରମ୍ଭ ହୋଇଛି । ଭୋଟ ପାଇଁ ଦଳ ସବୁବେଳେ ଲୋକଙ୍କ ସହ ରହିଛି ବୋଲି ବିଜେଡି କହିଛି । ଯେତେବେଳେ ନିର୍ବାଚନ ହେବ ଦଳ ପ୍ରସ୍ତୁତ ବୋଲି ବିଜେଡି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 13, 2023, 11:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.