ETV Bharat / state

ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷାମନ୍ତ୍ରୀ, ଆତ୍ମବିଶ୍ୱାସର ସହ ଏକଜାମ୍ ଦେବାକୁ ପରାମର୍ଶ

author img

By

Published : Mar 1, 2023, 7:01 PM IST

education minister Samir Ranjan dash
education minister Samir Ranjan dash

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ଏନେଇ ରମାଦେବୀ କଲେଜର ପରୀକ୍ଷା କେନ୍ଦ୍ର ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ବୁଲିବା ସହ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

education minister Samir Ranjan dash

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟରେ 1145ଟି କେନ୍ଦ୍ରରେ ହେଉଛି ପରୀକ୍ଷା। ଏନେଇ ରମାଦେବୀ କଲେଜର ପରୀକ୍ଷା କେନ୍ଦ୍ର ବୁଲି ଦେଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଏଥିସହ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହିତ ଦେଉଛନ୍ତି ଛାତ୍ର ଛାତ୍ରୀ । ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ପ୍ରସଙ୍ଗ ମିଛ। ସାଇବର ଥାନାରେ ଏ ବାବଦରେ ଖବର ଦିଆଯାଇଛି। ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ତେବେ ସୂଚନା ଅନୁଯାୟୀ, ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା। ଆସନ୍ତାକାଲି ଠାରୁ କଳା ଓ ବାଣିଜ୍ୟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କଳାରେ 2 ଲକ୍ଷ୍ୟ 33 ହଜାର 855, ବିଜ୍ଞାନରେ 93 ହଜାର 894 , ବାଣିଜ୍ୟରେ 24 ହଜାର 331 ଓ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 862 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ୨୦୨ ପରୀକ୍ଷା ପରିଚାଳନା ହବରେ ପହଞ୍ଚି ସାରିଛି।

ଚଳିତ ଥର 30 ପୃଷ୍ଠାର ଉତ୍ତରଖାତା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । 2021 ମସିହାରେ ରେଗୁଲାର ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ 30 ପୃଷ୍ଠାର ଉତ୍ତରଖାତା ପ୍ରଦାନ କରାଯିବ। 2020 ମସିହା ପୂର୍ବରୁ ପଞ୍ଜିକରଣ କରିଥିବା ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଦିଆଯିବ। ଏଥିସହ ଜଣେ ପରୀକ୍ଷାର୍ଥୀ ଚାହିଁଲେ ବି ଅଧିକ ଉତ୍ତର ଖାତା ନେଇପାରିବ ନାହିଁ। ଅନ୍ୟପଟେ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ନେଇ ସମସ୍ତ ଙ୍କ ନଜର ରହିଛି। କିଭଳି ଭାବରେ ଯୁକ୍ତ ଦୁଇ ପରୀକ୍ଷା ସୁରୁଖୁରୁରେ ଶେଷ ହେବ ସେନେଇ ପ୍ରସ୍ତୁତି ଶେଷ ହୋଇଛି। ମାର୍ଚ୍ଚ ୧ ତାରିଖରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ପାଇଁ ସମସ୍ତ ବିଷୟ ଗୁଡ଼ିକର ପ୍ରଶ୍ନପତ୍ର ଗୁଡ଼ିକ ଫେବୃଆରୀ ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ ସମସ୍ତ କଲେଜର ହବ ଗୁଡ଼ିକରେ ପହଁଚିଛି।

ଏହା ସହ ମାର୍ଚ୍ଚ ୧୮ ତାରିଖ ପରେ ଯେଉଁ ସବୁ ବିଷୟ ଗୁଡ଼ିକର ପରୀକ୍ଷା ରହିଛି ସେଗୁଡିକ ପାଇଁ ମାର୍ଚ୍ଚ ୧୫ ରୁ ୧୮ ତାରିଖ ମଧ୍ୟରେ ସମସ୍ତ କଲେଜର ହବ କୁ ପ୍ରଶ୍ନ ପତ୍ର ପହଞ୍ଚିବ। ତେବେ ରାଜ୍ୟରେ ମୋଟ ୨୦୨ ଟି ହବ ରହିଛି। ଅନ୍ୟପଟେ ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା ନଜରରେ ରଖାଯିବ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.