ETV Bharat / state

ରିମାଣ୍ଡରେ ବ୍ଲାକମେଲର ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁ, ମୁହାଁମୁହିଁ ଜେରା କରିବ ED

author img

By

Published : Dec 13, 2022, 8:19 PM IST

ରିମାଣ୍ଡରେ ବ୍ଲାକମେଲର ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁ, ମୁହାଁମୁହିଁ କରି ସତ ଓଗାଳିବାକୁ EDର ପ୍ରୟାସ
ରିମାଣ୍ଡରେ ବ୍ଲାକମେଲର ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁ, ମୁହାଁମୁହିଁ କରି ସତ ଓଗାଳିବାକୁ EDର ପ୍ରୟାସ

ବ୍ଲାକମେଲର ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁହାଁମୁହିଁ ଜେରା କରିବ ED । ମନି ଲଣ୍ଡରିଂ ଆକ୍ଟ ଆଧାରରେ କୋର୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ପୁଣି ୬ ଦିନ ରିମାଣ୍ଡରେ ନେଇଛି ଇଡି । ଏହା ସହ ଜଗବନ୍ଧୁଙ୍କୁ ମଧ୍ୟ ୯ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଅନୁମତି ମିଳିଛି । ଅଧିକ ପଢ଼ନ୍ତୁ

ମୁହାଁମୁହିଁ ହେବେ ପତି ପତ୍ନୀ,ରିମାଣ୍ଡରେ ସତ ଓଗାଳିବ ଇଡି

ଭୁବନେଶ୍ବର: ଇଡି ଆଗରେ ମୁହାଁମୁହିଁ ହେବେ ବହୁ ଚର୍ଚ୍ଚିତ ବ୍ଲାକମେଲର ଦମ୍ପତି । ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ତାଙ୍କୁ ଗିରଫ କରିବା ସହ ପୁଣି ୬ ଦିନ ରିମାଣ୍ଡରେ ନେଇଛି ଇଡି (ED to take Archana on remand again) । ଏହାସହ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ମଧ୍ୟ ୯ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଅନୁମତି ମିଳିଛି । ଆସନ୍ତାକାଲି ଝାରପଡା ଜେଲରୁ ଉଭୟଙ୍କୁ ରିମାଣ୍ଡରେ ନେବ ଇଡି ।

ଆଜି ପୁଣି କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ । ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଲେଡି ବ୍ଲାକେମଲରଙ୍କୁ ଇଡି ପୁଣି ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିଥିଲା । PMLA ମନି ଲଣ୍ଡରିଂ ଆକ୍ଟ ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରିବା ସହ ଆଉ ୬ ଦିନ ରିମାଣ୍ଡରେ ନେଇଛି ପ୍ରବହର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ମଧ୍ୟ ଇଡି ରିମାଣ୍ଡରେ ନେଇଛି । ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିବା ଜଣାପଡ଼ିଛି ।

ଇଡିର ମନି ଲଣ୍ଡ୍ରିଂ ମାମଲାର ଅଭିଯୁକ୍ତ ଅଛନ୍ତି ଜଗବନ୍ଧୁ ଚାନ୍ଦ । ସେହି ଆଧାରରେ ମଙ୍ଗଳବାର ପ୍ରଥମେ ହାଜର ହୋଇଥିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଝାରପଡା ଜେଲରୁ ଅଣାଯାଇ ପୋଲିସ ଏସକର୍ଟରେ କୋର୍ଟରେ ହାଜର କରାଯାଇଥିଲା । ଜଗବନ୍ଧୁ କୋର୍ଟରେ ହାଜର ହେବାପରେ ତାଙ୍କୁ ରିମାଣ୍ଡ ନେବାକୁ ଆବେଦନ କରିଥିଲା ଇଡି । ମନି ଲଣ୍ଡରିଂ କେସର ପ୍ରଡକ୍ସନ ହେବା ପରେ ତାଙ୍କର ରିମାଣ୍ଡ ଉପରେ ଶୁଣାଣି କରି ୯ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ । ତେବେ ଉଭୟ ପତିପତ୍ନୀଙ୍କୁ ରିମାଣ୍ଡରେ ନେଇ ମୁହାଁମୁହିଁ ପଚରାଉଚରା କରିବ ଇଡି । ଏହି ସମୟରେ ବହୁ ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ୭ ଦିନିଆ ରିମାଣ୍ଡରେ ଇଡି କାର୍ଯ୍ୟାଳୟରେ ଥିଲେ ଅର୍ଚ୍ଚନା । ରିମାଣ୍ଡ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯିବାବେଳେ ସେ ବିସ୍ଫୋରକ ବୟାନ ଦେଇଥିଲେ । ୩୦ ମିନିଟ୍ ସମୟ ଦେଲେ ସେ ସମସ୍ତଙ୍କ ମୁଖା ଖୋଲିଦେବେ ବୋଲି କହିଥିଲେ । ସେ ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ବୋଲି କହିଥିଲେ ଅର୍ଚ୍ଚନା(Lady Blackmailer Archana Nag) । ତାଙ୍କର ଏପରି ବୟାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.