ETV Bharat / state

ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ, ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବ ED !

author img

By

Published : Dec 20, 2022, 10:54 PM IST

ଅର୍ଚ୍ଚନା ମାମଲାରେ ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ
ଅର୍ଚ୍ଚନା ମାମଲାରେ ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ

ଅର୍ଚ୍ଚନା ମାମଲାରେ ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ । ଅର୍ଚ୍ଚନାଙ୍କ ଠାରୁ ଜବତ ହୋଇଥିବା ପେନ୍ ଡ୍ରାଇଭ୍, ଲାପଟପ୍, ହାଡ୍‌ଡିସ୍କର ଫରେନସିକ୍ ଆନାଲିସିସ ରିପୋର୍ଟ ଖଣ୍ଡଗିରି ଥାନାଧିକାରିଙ୍କୁ ହସ୍ତାନ୍ତର କରିବା ପରେ ଡାକ ଯୋଗେ ଇଡି କାର୍ଯ୍ୟାଳୟକୁ ପଠାଇଛି ଫରେନସିକ୍ ଟିମ୍ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅର୍ଚ୍ଚନା ମାମଲାରେ ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ । ଅର୍ଚ୍ଚନାଙ୍କ ଠାରୁ ଜବତ ହୋଇଥିବା ପେନ୍ ଡ୍ରାଇଭ୍, ଲାପଟପ୍, ହାଡ୍‌ଡିସ୍କର ଫରେନସିକ୍ ଆନାଲିସିସ ରିପୋର୍ଟ ଖଣ୍ଡଗିରି ଥାନାଧିକାରିଙ୍କୁ ହସ୍ତାନ୍ତର କରିଛନ୍ତି ଫରେନସିକ୍ ଟିମ୍ ଅଧିକାରୀ (State Forensic Science Laboratory) । ଏହାପରେ ଡାକ ଯୋଗେ ଇଡି କାର୍ଯ୍ୟାଳୟକୁ ମଧ୍ୟ ପଠାଯାଇଥିବା ସୂଚନା ମିଳିଛି ।

ପୂର୍ବରୁ କୋର୍ଟଙ୍କ ଅନୁମତି ନେଇ ଫରେନସିକ ରିପୋର୍ଟ ମାଗିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ଏହି ରିପୋର୍ଟକୁ ଇଡିକୁ ହସ୍ତାନ୍ତର ନକରି ଫେରାଇ ଦେଇଥିଲେ ଫରେନସିକ ଟିମ୍ ଅଧିକାରୀ । ହେଲେ ଆଜି ଖଣ୍ଡଗିରି ଥାନା ଅଧିକାରୀଙ୍କୁ ରିପୋର୍ଟ ହସ୍ତାନ୍ତର କରିଛନ୍ତି ଫରେନସିକ ଟିମ୍ ଅଧିକାରୀ । ଏହାପରେ ଇଡିକୁ ମଧ୍ୟ ପଠା ଯାଇଛି ତଥ୍ୟ । ତେବେ ଡିଜିଟାଲ ଏଭିଡେନସ ଇଡି ଚାହୁଁଥବା ସମୟରେ ରିପୋର୍ଟ ନଦେଇ ଫେରାଇ ଦେଇଥିବାରୁ ଅନେକ ପ୍ରଶ୍ନ ଉଠିଛି । ସେତେବେଳେ ରିପୋର୍ଟ ନଦେଇ ଏବେ ଦେବାର କାରଣ କଣ ହୋଇପାରେ । କାହା ଇସାରାରେ ପ୍ରସ୍ତୁତ ହେଉଛି ଫରେନସିକ ରିପୋର୍ଟ । ଯାହାକି ଷ୍ଟେଟ ଫରେନସିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୂର୍ବରୁ ମଧ୍ୟ ସନ୍ଦେହ ଘେରରେ ଥିଲେ ଫରେନସିକ ଟିମ୍ । କାରଣ ପୂର୍ବରୁ ଫରେନସିକ ଟିମ୍ (SFSL)ରୁ ଏକ ହାଇପ୍ରୋଫାଇଲ ମର୍ଡର କେସର ଫାଇଲ ଗାଏବ ହେବା ମଧ୍ୟ ନଜିର‌ ରହିଛି । ଗତ ଜୁଲାଇ ମାସରେ ଏନେଇ SFSLର ବାୟୋଲୋଜି ବିଭାଗ ପକ୍ଷରୁ ମଞ୍ଚେଶ୍ବର ଥାନାରେ ଏକ ରିପୋର୍ଟ ହୋଇଥିଲା ଯେ, ନିଳଗିରି ଥାନାର ଏକ ମର୍ଡର କେସର ସାଇଣ୍ଟିଫିକ ଏଭିଡେନସର ଫାଇଲ କୁଆଡେ SFSLରୁ ଗାଏବ ହୋଇଛି । ଯଦି ସେହି ଘଟଣାରେ ଏପରି ଦିଗ ସାମ୍ନାକୁ ଆସିଥିଲା, ଏହି ଘଟଣାରେ ମଧ୍ୟ ସମାନ ନୁହେଁ ତ । ପାୱାରକରିଡରକୁ ସୁରକ୍ଷା ଦେବାକୁ ଏହା ଏକ ଚାଲ ନୁହେଁ ତ ।

ତେବେ ଇଡି ପାଇଥିବା ଫରେନସିକ ରିପୋର୍ଟ ଅଧାପନ୍ତରିଆ ବା ଆଂଶିକ ରିପୋର୍ଟ ବୋଲି ସୂଚନା ମିଳିଛି । ଅର୍ଚ୍ଚନାଙ୍କ ୪ ମୋବାଇଲ, ୨ ଟାବଲେଟ ପେନ ଡ୍ରାଇଭ, ଲାପଟପର ଫରେନସିକ ରିପୋର୍ଟ ଇଡି ଡାକ ଜରିଆରେ ପାଇଛି । ହେଲେ ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଜେଲକୁ ଗଲା ପରେ କାହିଁକି ରିପୋର୍ଟ ଦେଲା SFSL ତାକୁ ନେଇ ଉଠିଲାଣି ପ୍ରଶ୍ନବାଚୀ । ଅନ୍ୟପଟେ ଇଡି ପାଇଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବ ବୋଲି ସୂଚନା ମିଳିଛି । ଏନେଇ ଖୁବ ଶୀଘ୍ର କୋର୍ଟରେ ଇଡି ଆବେଦନ କରିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.