ETV Bharat / state

ନକଲି ଔଷଧ କାରବାର, ଉତ୍ତର ପ୍ରଦେଶ ଯାଏଁ ଲମ୍ବିଛି ଚେର

author img

By

Published : Dec 23, 2022, 10:44 PM IST

ନକଲି ଔଷଧ କାରବାର, ଉତ୍ତର ପ୍ରଦେଶ ଯାଏଁ ଲମ୍ବିଛି ଚେର
ନକଲି ଔଷଧ କାରବାର, ଉତ୍ତର ପ୍ରଦେଶ ଯାଏଁ ଲମ୍ବିଛି ଚେର

ରାଜ୍ୟରେ ନକଲି ଔଷଧ କାରବାରର ଚେର ଉତ୍ତର ପ୍ରଦେଶ ଯାଏଁ ଲମ୍ବିଛି । ଆଜି କଟକ ଏବଂ ବରଗଡରୁ ନକଲି ଔଷଧ ଜବତ ହୋଇଛି । ନକଲି ଔଷଧ ପ୍ରତି ନଜର ରଖିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ନକଲି ଔଷଧ କାରବାରର ଚେର ଉତ୍ତର ପ୍ରଦେଶ ଯାଏଁ ଲମ୍ବିଛି । ଆଜି କଟକ ଏବଂ ବରଗଡରୁ ନକଲି ଔଷଧ ଜବତ ହୋଇଛି । ନକଲି ଔଷଧ ପ୍ରତି ନଜର ରଖିଛନ୍ତି ରାଜ୍ୟ ସରକାର।

ଆଜି କଟକ ଏବଂ ବରଗଡରୁ ନକଲି ଔଷଧ ଜବତ ହୋଇଛି । ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ କରିବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା । ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମଏଚ ଫାର୍ମାସୁଟିକାଲ ଷ୍ଟୋରରୁ ଜବତ କରାଯାଇଛି । ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା ।

ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗାକରି ତାହାର ବିକ୍ରି ବନ୍ଦ କରାଯାଇଥିଲା । ଓଡିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି । ଏହାଦ୍ବାରା ନକଲି ଔଷଧର ଆମଦାନୀ ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ, ଏବଂ ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତରାନ୍ବିତ ହେବ । ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଞ୍ଚ ବ୍ୟାପକ କରିବାସହ କୈାଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୂଷ୍ଟିକୁ ଆସିବାମାତ୍ରେ ବିକ୍ରିବନ୍ଦ ନିର୍ଦ୍ଦେଶ ଜାରି କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.