ETV Bharat / state

ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା କହିଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 29, 2022, 8:34 PM IST

ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା, ବିପର୍ଯ୍ୟୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା, ବିପର୍ଯ୍ୟୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସଫଳତା ପରେ ରାଜ୍ୟ ସରକାରଙ୍କ ଫୋକସରେ ରାସାୟନିକ ବିପର୍ଯ୍ୟୟ ମୁକାବିଲା । ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କୁ ଅଧିକ ସଶକ୍ତ କରିବା ସହ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ନୀତି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିପର୍ଯ୍ୟୟ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଦେଶ ଦେଶ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ରାସାୟନିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ଅଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା । ଏନେଇ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସଶକ୍ତ କରୁଛନ୍ତି ରାଜ୍ୟ ସରକାର । ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ଓ ଏସଆରସି ପ୍ରଦୀପ କୁମାର ଜେନା ।

ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା, ବିପର୍ଯ୍ୟୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା


'୨୩ ବର୍ଷରେ ବିପର୍ଯ୍ୟୟ କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ'

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "୧୯୯୯ ଅକ୍ଟୋବର ୨୯ ତାରିଖରେ ଆସିଥିବା ମହାବାତ୍ୟାରେ ଛାରଖର ହୋଇଯାଇଥିଲା ଓଡିଶା । ଏହି ଦିନକୁ ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ଦିବସ ରୂପେ ପାଳନ କରୁଛନ୍ତି । ୨୩ ବର୍ଷ ଭିତରେ ରାଜ୍ୟରେ ବିପର୍ଯ୍ୟୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି । ଏବେ ରାଜ୍ୟରେ ବିପର୍ଯ୍ୟୟ ଆସିଲେ ବହୁତ କମ ସମୟ ଭିତରେ ଲୋକଙ୍କୁ ସ୍ଥାନାନ୍ତରଣ ଓ ଉଦ୍ଧାର କରାଯାଇପାରୁଛି । ଯେଉଁଥିପାଇଁ ସମସ୍ତ ଜୀବନ ରକ୍ଷା ହୋଇପାରିଛି । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ପ୍ରକାର ବିପର୍ଯ୍ୟୟକୁ ସମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବାତ୍ୟା, ବନ୍ୟା, ଅଗ୍ନିକାଣ୍ଡ ପରି ବିପର୍ଯ୍ୟୟକୁ ସଫଳ ମୁକାବିଲା କରିଥିବା ଓଡ଼ିଶା ଆଗାମୀ ଦିନରେ କେମିକାଲ ବିପର୍ଯ୍ୟୟକୁ ସମ୍ନା କରିବାକୁ ପ୍ରସ୍ତୁତ ହେଉଛି ।"

ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ

ସାପ କାମୁଡ଼ାରେ ଅଧିକ ଲୋକ ମୃତ୍ୟୁ ବରଣ କରୁଥିବାରୁ କିପରି ଲୋକଙ୍କୁ ରକ୍ଷା କରାଯାଇପାରିବ ସେ ନେଇ ଅଭିଯାନ ଆରମ୍ଭ କରିବେ ସରକାର । ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ବାତ୍ୟା, ବନ୍ୟା ଆକଳନ କଷ୍ଟକର ହୋଇ ପଡୁଛି । ତେଣୁ ଏଥିରେ କ୍ଷୟକ୍ଷତି କମାଇବା ପାଇଁ ଜନ ସଚେତନତା ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ବିଜୁଳି ମାଡ଼ରେ ମୃତ୍ୟୁ ସଂଖ୍ୟା ବର୍ଷକୁ ୫୦୦ ଥିବାବେଳେ ଏବେ ଏହା ୨୫୦କୁ ଖସିଛି । ଯାହାକୁ ଆସନ୍ତା ୩ ବର୍ଷ ଭିତରେ ୮୦ ପ୍ରତିଶତ କମାଇବାକୁ ଚେଷ୍ଟା ଚାଲିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଥିବାବେଳେ ସାରଥୀ ସାଜିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଆଜିର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । କର୍ମଚାରୀଙ୍କୁ ଅଧିକ ସଶକ୍ତ କରିବା ସହ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.