ETV Bharat / state

Diwali 2023: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, ରାଜଧାନୀରେ ଜମୁଛି ଦୀପ ବଜାର

author img

By ETV Bharat Odisha Team

Published : Nov 9, 2023, 1:23 PM IST

Diwali 2023: ଦୀପାବଳି ପାଇଁ ଭୁବନେଶ୍ବରେ ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ଦୀପ । ଚଳିତ ବର୍ଷ ବିନା ବାଣରେ ଦୀପଜାଳି ଦୀପାବଳି ପାଳିବେ ରାଜଧାନୀବାସୀ । ଅଧିକ ପଢ଼ନ୍ତୁ

Diwali 2023
Diwali 2023

Diwali 2023

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆଲୋକର ଦୀପାବଳି । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ଗାଁଠୁ ସହର । ଚଳିତ ବର୍ଷ ବିନା ବାଣରେ ଦୀପାବଳୀ ମନାଇବେ ରାଜଧାନୀବାସୀ । ଦୀପାବଳିକୁ ଆଉ ମାତ୍ର ୪ ଦିନ ଥିବା ବେଳେ ରାଜଧାନୀରେ ଦେଖିବାକୁ ମିଳିଛି ଭଳିକି ଭଳି ଦୀପ ଓ ରଙ୍ଗୀନ ମହମବତୀର ପସରା। ପ୍ରତ୍ୟେକ ବର୍ଷ ଦୀପାବଳିରେ ଲୋକମାନେ ଦୀପ ସହ ବାଣ ମଧ୍ୟ ଫୁଟାଇ ଥାଆନ୍ତି । କିନ୍ତୁ ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଫୁଟିବ ନାହିଁ ବାଣ । ତେଣୁ ବାଣ ବିନା ଦୀପାବଳି ପାଳିବେ ରଜଧାନୀବାସୀ ।

ଦୀପାବଳିକୁ ନେଇ ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ଜମୁଛି ଦୀପ ବେପାର । ବ୍ୟବସାୟୀ ଦୀପର ସମ୍ଭାରକୁ ନେଇ ଦୀପ ବ୍ୟବସାୟ କରୁଥିବା ବେଳେ ୧ ଟଙ୍କା ରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଦରରେ ଉପଲବ୍ଧ ହେଉଛି ଭିନ୍ନ ଭିନ୍ନ ଡିଯାଇନର ଦୀପ । ପରମ୍ପରା ଅନୁଯାୟୀ, ପୂର୍ବରୁ ଦୀପ ଜାଳି ଦୀପାବଳି ପାଳନ ହେଉଥିବା ବେଳେ ସୁପ୍ରିମ କୋର୍ଟଙ୍କ ରାୟ ପୁଣି ଥରେ ସେହି ପରମ୍ପରାରେ ଲୋକଙ୍କୁ ଜଡ଼ିତ ହୋଇ ରହିବାରେ ସହାୟକ ହେବ ଓ ପରିବେଶକୁ ପ୍ରଦୂଷଣରୁ ବଞ୍ଚାଇବା ବୋଲି କହିଛନ୍ତି ରାଜଧାନୀବାସୀ ।

ଏହା ମଧ୍ୟ ପଢନ୍ତୁ-ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ବାଣ ଫୁଟାଇବା ନେଇ ୨୦୧୮ରେ ଯେଉଁ ଅର୍ଡର ହୋଇଥିଲା ଏହା ସାରା ଦେଶରେ ଲାଗୁ ହୋଇଛି । ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଚଳିତ ବର୍ଷ ଦେଶର କୌଣସି ସ୍ଥାନରେ ଫୁଟିବ ନାହିଁ ବାଣ । ଯେଉଁ ବାଣ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଛି ତାହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟରେ ନିଷେଧ କରିଛି । ସବୁ ଜିଲ୍ଲାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଅନୁପାଳନ ପାଇଁ ଚିଠି ବି କରାଯିବ । ସକାଳ 6ରୁ ରାତି 10ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି । ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟକେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସରରେ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଅମାନିଆଙ୍କ ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନର ସ୍କ୍ୱାଡ୍‌ । ସ୍କ୍ୱାଡ୍‌ରେ ରହିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଚଳିତ ବର୍ଷ ବିନା ବାଣରେ ଦୀପାବଳି ପାଳିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲୋକେ । ଉଚ୍ଚ ଶବ୍ଦର ବାଣ ଉପରେ କଟକଣା ଲାଗିଥିବାରୁ ଏହା ପ୍ରଦୂଷଣ ମୁକ୍ତ କରିବ ବୋଲି ସମସ୍ତଙ୍କ ଆଶା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.