ETV Bharat / state

ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

author img

By ETV Bharat Odisha Team

Published : Nov 8, 2023, 9:56 PM IST

ସମ୍ବଲପୁରରେ ଏସଏଚ୍‌ଜି ମହିଳାଙ୍କ ଦ୍ୱାରା ନିର୍ମିତ ଫ୍ୟାନ୍ସୀ ଦୀପ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ପଦକ୍ଷେପ । ଅଧିକ ପଢନ୍ତୁ

ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ
ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ

ସମ୍ବଲପୁର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ମାର୍କେଟରେ ଦୀପର ଚାହିଦା ବଢିବାରେ ଲାଗିଛି । ମର୍କେଟରେ ମଧ୍ୟ ଭଳିକି ଭିଳି ରଙ୍ଗୀନ ଦୀପ ଆସିଛି । ଏହାରି ଭିତରେ ସମ୍ବଲପୁରରେ ମାର୍କେଟକୁ ଆସିଛି ଏସଏଚ୍‌ଜି ଗ୍ରୁପମାନଙ୍କ ଫ୍ୟାନ୍ସୀ ଦୀପ । ଆଜି ଜିଲ୍ଲା ପ୍ରଶାସନ ତରଫରୁ ସହରର ଗୋଲବଜାର ମାର୍କେଟରେ ଏହି ଦୀପ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ଷ୍ଟଲ ଉଦଘାଟନ କରାଯାଇଛି ।ଏହାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତିଆରି କରିଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଶନ ଶକ୍ତି ଓ ଓରମାସ ସହାୟତାରେ ଷ୍ଟଲ କରାଯାଇ ବିକ୍ରି କରାଯାଉଛି । ଏହି ଦୀପ ଏବେ ପାରମ୍ପରିକ ଦୀପ ଅପେକ୍ଷା ଅଧିକ ବିକ୍ରି ହେବ ବୋଲି ଆଶା ରଖାଯାଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଲୋକର ପର୍ବ ଦୀପାବଳୀ ପାଇଁ ରାଜ୍ୟ ସରକାରଙ୍କ ଓରମାସ, ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ମହିଳାମାନଙ୍କ ପାଇଁ ଏହି ଷ୍ଟଲ ଆରମ୍ଭ ହୋଇଛି । ଆଗକୁ ଦୀପାବଳି ଥିବା ବେଳେ ଜିଲ୍ଲାର ବିଭିନ୍ନ ଏଚ୍ଏଚଜି ଓ ପିଜି ଗ୍ରୁପମାନଙ୍କୁ ଏକତ୍ରିତ କରି ଗୋଟିଏ ସ୍ଥାନରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସବୁ ଦୀପାବଳି ସାମଗ୍ରୀ ବିକ୍ରି ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରାଯାଇଛି ।


ଏହା ମଧ୍ୟ ପଢନ୍ତୁ...ଆକର୍ଷଣ ସାଜୁଛି ଧାନ ହସ୍ତଶିଳ୍ପ, ରୋଜଗାରର ସାଜୁଛି ମାଧ୍ୟମ

ସମ୍ବଲପୁର ସହରର ଗୋଲବଜାର ମାର୍କେଟ ଠାରେ ଖୋଲା ଯାଇଥିବା ଏହି ସ୍ୱତନ୍ତ୍ର ଷ୍ଟଲରେ ଜିଲ୍ଲାର ବିଭିନ୍ନ ଏସଏଚ୍‌ଜି ଓ ଉତ୍ପାଦକ ଗୃପ ପକ୍ଷରୁ ହାତ ତିଆରି ରଙ୍ଗୀନ ଆଉ ଫ୍ୟାନ୍ସୀ ଦୀପ, ଦେବା ଦେବୀଙ୍କ ରଙ୍ଗୀନ ପ୍ରତିମା, ଅନ୍ୟ ପୂଜା ସାମଗ୍ରୀ, ଘରକରଣା ଜିନିଷ, ଫୁଲ ଆଦି ସାମଗ୍ରୀ ଉପଲବ୍ଧ ହେଉଛି । ପାରମ୍ପରିକ ଦୀପ ଅପେକ୍ଷା ଏହି ରଙ୍ଗୀନ ଆଉ ଫ୍ୟାନ୍ସୀ ଦୀପ ବର୍ତ୍ତମାନ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଷ୍ଟଲକୁ ଉଦଘାଟନ କରିଛନ୍ତି । ଏଥିରେ ସମ୍ବଲପୁର ଜିଲ୍ଲା ଓରମାସର ଡେପୁଟି ସିଇଓ ଶ୍ରୀମନ୍ତ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।


ଏହା ମଧ୍ୟ ପଢନ୍ତୁ...କୌଳିକ ବୃତ୍ତିକୁ ଛାଡିନାହାନ୍ତି ନବୀନ, ପ୍ଲାଷ୍ଟିକ ଯୁଗରେ ତିଆରି କରୁଛନ୍ତି ଭଳିକି ଭଳି ସାମଗ୍ରୀ

ଏହା ମଧ୍ୟ ପଢନ୍ତୁ...ସକ୍ଷମ ହେଉଛନ୍ତି ମହିଳା, ଡିମାଣ୍ଡରେ ହାତ ତିଆରି ସାମଗ୍ରୀ

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.