ETV Bharat / state

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Dec 5, 2020, 5:04 PM IST

Deadbody of a man found from roadside in Khurda
ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲା କମଗୁରୁ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଜିଲ୍ଲାର କମଗୁରୁ ରାସ୍ତାକଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଯୁବକଙ୍କ ମୃତ୍ୟୁ ସଂପର୍କରେ ପୋଲିସକୁ ସଠିକ୍‌ ସୂଚନା ମିଳିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ମୃତ ଯୁବକ ଜଣଙ୍କ ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ଚମ୍ପାଗଡ଼ ଗାଁର ଦୁର୍ଯ୍ୟୋଧନ ମହାରଣା(42)ଙ୍କ ପୁଅ ବିଶ୍ବଜିତ ମହାରଣା ବୋଲି ଜଣାପଡିଛି । ତେବେ ସେ ଗତ 30 ତାରିଖରୁ ନିଖୋଜ ଥିବା ମୃତକଙ୍କ ସାନ ଭାଇ ବିଶ୍ବଜିତ ମହାରଣା ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଯୁବକଙ୍କ ଏପରି ଅଚାନକ ନିଖୋଜ ସଂପର୍କରେ ପରିବାରବର୍ଗ ଜାଣିପାରିନଥିବା ବେଳେ ମୃତ୍ୟୁ ଖବର ସେମାନଙ୍କୁ ସ୍ତବ୍ଧ କରିଦେଇଛି । ସେପଟେ ଚାନ୍ଦପୁର ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.