ETV Bharat / state

Cyclone Mocha Update: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋକା'

author img

By

Published : May 11, 2023, 10:06 AM IST

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ସକ୍ରିୟ ଅବପାତ ବାତ୍ୟାର ରୂପ ନେଇଥିବା ବେଳେ ଏହାର ନାମ ମୋକା ରଖାଯାଇଛି । ଅଧିକ ପଢନ୍ତୁ

Cyclone mocha
Cyclone mocha

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ସକାଳେ ବାତ୍ୟାର ରୂପ ନେଇଛି । ଏହି ବାତ୍ୟାର ନାମକରଣ ମୋକା ରଖାଯାଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାର ଏହି ନାମକରଣ "ୟେମେନ" ଦ୍ୱାରା କରାଯାଇଥିବା ସୂଚନା ଦିଆଯାଇଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାଅନୁସାରେ, "ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ମୋକା ସୃଷ୍ଟି ହୋଇଛି । ଏହି ମୋକା ବାତ୍ୟାର ନାମକରଣ "ୟେମେନ" ଦ୍ୱାରା କରାଯାଇଛି । ଏହା ଆଜି ମଧ୍ୟ-ରାତ୍ର ସୁଦ୍ଧା ଭୀଷଣବାତ୍ୟାରେ ପରିଣତ ହେବ ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଅତିଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।"

ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ କରି କୁହାଯାଇଛି,"ବଙ୍ଗୋପସାଗରରେ ବାତ୍ୟା ମୋକା ସୃଷ୍ଟି ହୋଇଛି । ପୋର୍ଟ ବ୍ଲେୟରର ପଶ୍ଚିମ ଉତ୍ତର-ପଶ୍ଚିମର ୫୧୦କିଲୋମିଟରେ ଦୂରରେ ରହିଛି । ସେହିପରି ବାଂଲାଦେଶର କୋକ୍ସ ବଜାରର ଦକ୍ଷିଣ ଦକ୍ଷିଣ-ପଶ୍ଚିମରୁ ୧୨୧୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ର ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ ।"

ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟା ପ୍ରତି 7 କିମି ବେଗରେ ଗତି ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍ । ବାତ୍ୟା ମୋକା ପରବର୍ତ୍ତୀ ସମୟରେ ଅର୍ଥାତ ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ରିକର୍ଭ କରି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ ବୋଲି ସୂଚନା ରହିଛି । ତେବେ ଓଡିଶା ପ୍ରତି ଟଳିଛି ବାତ୍ୟା ଭୟ । ମୋକାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।

ତେବେ ଗତକାଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ,"ଅତି ଭୀଷଣ ବାତ୍ୟାର ରୂପ ନେବା ସହ ପବନର ବେଗ ବଢିବ । ଏହା ଦକ୍ଷିଣ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ୧୧୦ ରୁ ୧୨୦ କିମି ବେଗରେ ପବନ ବହିବା ସହ ଏହା ବଢି ୧୩୦ କିମିକୁ ଛୁଇଁପାରେ । ବାଂଲାଦେଶର କକ୍ସବଜାର ଠାରୁ ୧୪୩୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ମିଆଁମାର ଠାରୁ ୧୩୨୦ କିମି ଦୂରରେ ରହିଛି ବାତ୍ୟା ମୋକା । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.