ETV Bharat / state

CRUT Bags Excellence Award: ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ

author img

By ETV Bharat Odisha Team

Published : Nov 1, 2023, 10:11 PM IST

କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏବଂ କ୍ରୁଟର ବରିଷ୍ଠ ପଦାଧିକାରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କ୍ରୁଟ କ୍ରମାଗତ ପଞ୍ଚମ ଥର ପାଇଁ ଏହି ଜାତୀୟ ସ୍ତରର ୟୁଏମଆଇ ଆୱାର୍ଡ଼ ହାସଲ କରିବାରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କ୍ରୁଟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

କ୍ରୁଟକୁ ୟୁଏମଆଇ ଆୱାର୍ଡ; ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ
କ୍ରୁଟକୁ ୟୁଏମଆଇ ଆୱାର୍ଡ; ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ

କ୍ରୁଟକୁ ୟୁଏମଆଇ ଆୱାର୍ଡ; ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ
କ୍ରୁଟକୁ ୟୁଏମଆଇ ଆୱାର୍ଡ; ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ

ଭୁବନେଶ୍ବର: ୟୁଏମଆଇ ଆୱାର୍ଡ଼ - ୨୦୨୩ ହାସଲ କରିଛି କ୍ରୁଟ । କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏବଂ ବରିଷ୍ଠ ପଦାଧିକାରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ରୁଟ ଟିମକୁ ସାକ୍ଷାତ କରି ୟୁଏମଆଇ ଆୱାର୍ଡ଼ ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିୟାନ ମଧ୍ୟ କ୍ରୁଟ ଟିମ ସହ ସାକ୍ଷାତ କରିଛନ୍ତି ।

କ୍ରୁଟକୁ ୟୁଏମଆଇ ଆୱାର୍ଡ; ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ
କ୍ରୁଟକୁ ୟୁଏମଆଇ ଆୱାର୍ଡ; ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ

କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏବଂ କ୍ରୁଟର ବରିଷ୍ଠ ପଦାଧିକାରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କ୍ରୁଟ କ୍ରମାଗତ ପଞ୍ଚମ ଥର ପାଇଁ ଏହି ଜାତୀୟ ସ୍ତରର ୟୁଏମଆଇ ଆୱାର୍ଡ଼ ହାସଲ କରିବାରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କ୍ରୁଟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ କ୍ରୁଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ମୋ ବସର ଏକ ସ୍ମୃତି ଚିହ୍ନ ପ୍ରଦାନ କରିଛନ୍ତି । କ୍ରୁଟ ବର୍ତ୍ତମାନ ସମୟରେ ନେଉଥିବା ବିଭିନ୍ନ ପ୍ରଭାବଶାଳୀ ପଦକ୍ଷେପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଭବିଷ୍ୟତରେ କାର୍ଯ୍ୟକାରୀ ହେବାକୁ ଥିବା ଉଚ୍ଚାଭିଳାଷୀ ଯୋଜନା ଗୁଡିକୁ ମଧ୍ୟ ସଂକ୍ଷେପରେ ଟିପ୍ପଣୀ ଦେଇଛନ୍ତି । ଏହାର କାର୍ଯ୍ୟ କ୍ଷେତ୍ରରେ ସହରାଞ୍ଚଳ ପରିବହନ ଭିତ୍ତିଭୂମି ଏବଂ ମୋ ବସ ଦ୍ୱାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଗମନାଗମନ ସେବାକୁ ତ୍ବରାନ୍ବିତ କରାଇବାକୁ ଲକ୍ଷ୍ୟ ରଖିଛି ବୋଲି ଅରୁଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ- କ୍ରୁଟ ପକ୍ଷରୁ ବିକ୍ୟୁଏସ ଓ ବସ ପୋଲ ଡିଜାଇନ ପ୍ରତିଯୋଗିତା

ଜନସାଧାରଣଙ୍କ ପାଇଁ ସହରାଞ୍ଚଳ ପରିବହନରେ ଉତ୍କର୍ଷତା ହାସଲ କରିଥିବାରୁ କ୍ରୁଟର ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟର ସହରାଞ୍ଚଳ ଗୁଡିକ ପାଇଁ ନିରାପଦ, ସୁଲଭ ତଥା ପରିବେଶ ଅନୁକୂଳ ଗମନାଗମନ ଦିଗରେ କର୍ମନିଷ୍ଠ ପ୍ରଦର୍ଶନ କରି ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ଅଧିକ ନିଷ୍ଠାର ସହିତ ପରିଶ୍ରମ କରିବାକୁ କ୍ରୁଟ ଟିମ ଏବଂ କ୍ରୁଟ କାର୍ଯ୍ୟକାରିଣୀ ଅଧିକାରୀମାନଙ୍କ ନିକଟରେ ଆଶାବ୍ୟକ୍ତ କରିଛନ୍ତି । ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଏ ଅବସରରେ କ୍ରୁଟ ଟିମ ସହ ଏକ ସୈାଜନ୍ୟମୂଳକ ସାକ୍ଷାତ କରିଛନ୍ତି । ୟୁଏମଆଇ ଆୱାର୍ଡ଼ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ଅରୁଣ ପାଣ୍ଡିଆନଙ୍କୁ ମଧ୍ୟ ମୋ ବସର ଏକ ସ୍ମୁତିଚିହ୍ନ ପ୍ରଦାନ କରିଛନ୍ତି । କ୍ରୁଟର ନୂତନ ପଦକ୍ଷେପ ଏବଂ ଆଗାମୀ ଯୋଜନା ବିଷୟରେ ସଂକ୍ଷେପରେ ଆଲୋଚନା କରିଛନ୍ତି । ଉଭୟ ସାକ୍ଷାତକାର ସମୟରେ ଜେନେରାଲ ମ୍ୟାନେଜର ପି ଆଣ୍ଡଏ ପ୍ରସନ୍ନ କୁମାର ଷଡଙ୍ଗୀ, ଜେନେରାଲ ମ୍ୟାନେଜର ଲୋକନାଥ ପ୍ରସାଦ ମହାପାତ୍ର, ଜେନେରାଲ ମ୍ୟାନେଜର ଓ ଆଣ୍ଡ ଏମ ସଞ୍ଜୟ କୁମାର ବିଶ୍ବାଳ, ଇନଚାର୍ଜ ଅପରେସନ ମ୍ୟାନେଜର ଏମ ଜୟନ୍ତ କୁମାର ଏବଂ କମ୍ୟୁନିକେସନ ମ୍ୟାନେଜର ନିବେଦିତା ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.