ETV Bharat / state

ଟୀକା ପାଇଁ ଭୁଲିଗଲେ କୋରୋନା କଟକଣା, ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବାଧାପ୍ରାପ୍ତ

author img

By

Published : Aug 28, 2021, 10:23 PM IST

ଟୀକା ପାଇଁ ଭୁଲିଗଲେ କୋରୋନା କଟକଣା, ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବାଧାପ୍ରାପ୍ତ
ଟୀକା ପାଇଁ ଭୁଲିଗଲେ କୋରୋନା କଟକଣା, ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବାଧାପ୍ରାପ୍ତ

ଟୀକାକରଣ କେନ୍ଦ୍ରରେ କୋରୋନା କଟକଣାର ଖୋଲାଖୋଲି ଉଲ୍ଲଙ୍ଘନ। ସାମାଜିକ ଦୂରତା ଓ କୋରୋନା କଟକଣାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଟୀକା କେନ୍ଦ୍ରରେ ଲୋକମାନେ ସାମାଜିକ ଦୂରତା ଓ କୋରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟସ୍ଥ କଣ୍ଟାବାଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ।

ଟୀକା ପାଇଁ ଭୁଲିଗଲେ କୋରୋନା କଟକଣା, ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବାଧାପ୍ରାପ୍ତ

କୋରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଆସିଛି ସଂଜୀବନି । ଆଉ ଏହାକୁ ପର୍ଯ୍ୟାୟ କ୍ରମେ ଜନସାଧାରଣଙ୍କୁ ପ୍ରଦାନ କରାଯାଉଛି । ବେଗୁନିଆ ନିକଟସ୍ଥ କଣ୍ଟାବାଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଟୀକା ନେବାକୁ ଆସିଥିବା ଲୋକମାନେ ସ୍ବାସ୍ଥ୍ୟ କେନ୍ଦ୍ର ଗେଟ ସାମ୍ନାରେ ଗହଳିକରି ଘେରି ରହିଥିଲେ । ଫଳରେ ଟୀକାକରଣ କିଛି ସମୟ ପାଇଁ ବନ୍ଦ ରହିଥିଲା । ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ସେପଟେ ସ୍ବାସ୍ଥ୍ୟକେନ୍ଦ୍ରରେ କୋରୋନା ଟୀକାକରଣ କରାଯାଉଥିବା କାରଣରୁ ସ୍ବାସ୍ଥ୍ୟଗତ କାରଣ ନେଇ ଆସୁଥିବା ରୋଗୀମାନେ ସମସ୍ୟା ଭୋଗୁଛନ୍ତି । ସେହିପରି ଟୀକା କେନ୍ଦ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ହେଉଥିବାରୁ ବିଭିନ୍ନ ପଞ୍ଚାୟତର ଲୋକମାନେ ଗାଡି ଭଡା କରି ଏଠାକୁ ଆସି ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ନିଜ ନିଜ ପଞ୍ଚାୟତରେ ଟୀକା କେନ୍ଦ୍ର ଖୋଲିବାକୁ ଲୋକମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.