ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ସେବା ସମବାୟ ସମିତି କାର୍ଯ୍ୟାଳୟ

author img

By

Published : Aug 3, 2021, 11:44 AM IST

ବିପଦ ସଙ୍କୁଳ ଅବସ୍ଥାରେ ସେବା ସମବାୟ ସମିତି କାର୍ଯ୍ୟାଳୟ
ବିପଦ ସଙ୍କୁଳ ଅବସ୍ଥାରେ ସେବା ସମବାୟ ସମିତି କାର୍ଯ୍ୟାଳୟ

ବିପଦ ସଂକୁଳ ଅବସ୍ଥାରେ ସେବା ସମବାୟ ସମିତି କାର୍ଯ୍ୟାଳୟ । ଭୟଭୀତ କର୍ମଚାରୀ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ବିଭିନ୍ନ ଗ୍ରାମରେ ନିର୍ମାଣ କରିଛନ୍ତି ସେବା ସମବାୟ ସମିତି । ଏହି ସମିତି ମାଧ୍ୟମରେ ଚାଷୀଙ୍କୁ ସରକାର କମ ସୁଧରେ ଋଣ ଯୋଗାଇବା ସହ ଚାଷୀର ଉତ୍ପାଦିତ ଫସଲକୁ ସରକାରୀ ଦରରେ କିଣିଥାନ୍ତି । କିନ୍ତୁ ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ସମିତି କାର୍ଯ୍ୟାଳୟ ଚାଷୀ ଓ ସମିତି କର୍ମଚାରୀଙ୍କ ପାଇଁ ପାଲଟିଛି ମରଣଜନ୍ତା । ଆମେ କହୁଛୁ ବେଗୁନିଆ ବ୍ଲକ ବଡ଼ବେରଣା ସେବା ସମବାୟ ସମିତି କାର୍ଯ୍ୟାଳୟର ଅବସ୍ଥା କଥା । ଦୀର୍ଘ ପ୍ରାୟ ୪୦ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ସମିତିରେ ଏବେ ତିନୋଟି ପଞ୍ଚାୟତର ୧୦ଟି ମୌଜାର ଏକହଜାର ଚାଷୀ ନିର୍ଭର କରିଥାନ୍ତି । କିନ୍ତୁ କାର୍ଯ୍ୟାଳୟର ଅବସ୍ଥା ଏପରି ଯେ ଏଠାରେ କାମ କରିବାକୁ ଡରୁଛନ୍ତି କର୍ମଚାରୀ ଓ ଚାଷୀ ।

ବିପଦ ସଙ୍କୁଳ ଅବସ୍ଥାରେ ସେବା ସମବାୟ ସମିତି କାର୍ଯ୍ୟାଳୟ

କାର୍ଯ୍ୟାଳୟ ଗୃହ ଦୀର୍ଘଦିନର ହୋଇଥିରୁ ଛାତ ଉପରୁ ଢଳେଇ ଖସୁଥିବା ବେଳେ ଏବେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ସେହିପରି ଟିକିଏ ବର୍ଷା ହେଲେ ସମିତିର ଲାଗିଥିବା କମ୍ପ୍ୟୁଟର, ସ୍କାନର ଓ ବିଭିନ୍ନ ପ୍ରକାର ବୈଦୁତିକ ଉପକରଣ ଉପରେ ବର୍ଷା ପାଣି ପଡି ନଷ୍ଟ ହେବାକୁ ବସିଲାଣି । ଏବେ ଖରିଫ ଋତୁ ପାଇଁ ଋଣ ସୁଝିବା ଓ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀଙ୍କ ଭିଡ଼ ଲାଗୁଥିବା ବେଳେ ବିପଦ ସଙ୍କୁଳ ଘର ଉଭୟ ଚାଷୀ ଓ କର୍ମଚାରୀଙ୍କୁ ଭୟଭୀତ କରିଛି। ସେହିପରି ଏଠାରେ ଆବଶ୍ୟକ କର୍ମଚାରୀ ନଥିବାରୁ ଚାଷୀମାନେ ଏଠାକୁ ଆସି ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବହୁ ଚାଷୀ ଓ ସମିତି ସମ୍ପାଦକ ନିରଞ୍ଜନ ଦାଶ କହିଛନ୍ତି । ସମିତି ଗୃହକୁ ତୁରନ୍ତ ମରାମତି କରାନଗଲେ ଚାଷୀ ମାନେ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି । ସେପଟେ ସମବାୟ ଜିଲା ସମବାୟ ଉପନିବନ୍ଧକ କହିଛନ୍ତି ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି ଏବଂ ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.