ETV Bharat / state

ଖୁବଶୀଘ୍ର ସରିବ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ

author img

By

Published : Jul 27, 2023, 9:11 PM IST

ଖୁବଶୀଘ୍ର ସରିବ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ
ଖୁବଶୀଘ୍ର ସରିବ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି । ଓଡିଶାରେ କ୍ରିୟାନ୍ବୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ଉଭୟ ମନ୍ତ୍ରୀ ସମୀକ୍ଷା ସହ ଆଲୋଚନା କରିଛନ୍ତି । ଅନୁଗୋଳ-ସମ୍ବଲପୁର ଏନଏଚ, ସମ୍ବଲପୁର ରିଙ୍ଗ ରୋଡ, କ୍ୟାପିଟାଲ ରିଙ୍ଗ ରୋଡ, କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଖୁବଶୀଘ୍ର ସରିବ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ କ୍ରିୟାନ୍ବୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି । ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନୀତିନ ଗଡକରୀ ଆଶ୍ୱସ୍ତ କରିଥିବା ଧର୍ମେନ୍ଦ୍ର କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି । ଓଡିଶାରେ କ୍ରିୟାନ୍ବୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ଉଭୟ ମନ୍ତ୍ରୀ ସମୀକ୍ଷା ସହ ଆଲୋଚନା କରିଛନ୍ତି । ଅନୁଗୋଳ-ସମ୍ବଲପୁର ଏନଏଚ, ସମ୍ବଲପୁର ରିଙ୍ଗ୍‌ ରୋଡ, କ୍ୟାପିଟାଲ ରିଙ୍ଗ୍‌ ରୋଡ, କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଛି । ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟ ରାଜପଥ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଛି । ରାଜପଥ ପ୍ରକଳ୍ପଗୁଡ଼ିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟ ଉପରେ ସମୀକ୍ଷା ହୋଇଛି । ଏହି ସବୁ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବ ।

ଏହାବି ପଢନ୍ତୁ- ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି । କୋଷ୍ଟାଲ ହାଇଓ୍ବେ, ସମ୍ବଲପୁର ରିଙ୍ଗ୍‌ ରୋଡ, କ୍ୟାପିଟାଲ ରିଙ୍ଗ ରୋଡ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି ।

ଏହାବି ପଢନ୍ତୁ- ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ପ୍ରହାର କଲେ ଧର୍ମେନ୍ଦ୍ର ପ୍ରଧାନ

ଏହି ସବୁ ରାଜପଥ ପ୍ରକଳ୍ପଗୁଡ଼ିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ସଡ଼କ ପଥ ଭିତ୍ତିଭୂମିକୁ ମଜଭୁତ କରାଯାଉଛି । କେନ୍ଦ୍ର ସରକାରଙ୍କ ଏନଏଚଏଆଇ ଦ୍ବାରା ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଲୋଚନା ହୋଇଥିବା ସବୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନୀତିନ ଗଡ଼କରୀ ଆଶ୍ବସ୍ତ କରିଥିବା ଧର୍ମେନ୍ଦ୍ର କହିଛନ୍ତି । ଏହି ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.