ETV Bharat / state

Budget Session 2023: ବିଧାନସଭା ହୁଲୁସ୍ତୁଲ କରିବାକୁ କଂଗ୍ରେସ ପ୍ରସ୍ତୁତ

author img

By

Published : Feb 15, 2023, 4:51 PM IST

ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର
ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଆସନ୍ତା ୨୧ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଶାସକ ଦଳକୁ ଘେରିବା ପାଇଁ ବିରୋଧି ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିବାପାଇଁ ରଣନୀତି ପ୍ରସ୍ତୁତ କରିଛି । ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସୂଚନା ଦେବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ବର: ବଜେଟ ଅଧିବେଶନରେ ବିଧାନସଭା ହୁଲୁସ୍ତୁଲ କରିବ କଂଗ୍ରେସ । ଆଜି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଯାଜପୁର ଜିଲ୍ଲା ଚଣ୍ଡୀଖୋଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ପୂର୍ବରୁ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ସରକାରର ବିଭିନ୍ନ ବିଫଳତା ଉପରେ ବର୍ଷିଛନ୍ତି ଚେଲ୍ଲା କୁମାର । ଏହା ସହିତ ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ପ୍ରସ୍ତୁତ ଥିବା କହିଛନ୍ତି । ଆସନ୍ତା 24 ତାରିଖରେ ଆସିବ ରାଜ୍ୟ ବଜେଟ । ତେବେ ଏଥର ବଜେଟ ଆକାର 2 ଲକ୍ଷ 30 ହଜାର କୋଟି ରହିବ । ବଜେଟ ନେଇ ଚିଠା ପ୍ରସ୍ତାବ ଗତକାଲି ମନ୍ତ୍ରୀ ପରିଷଦରେ ପାରିତ ହୋଇଥିଲା ।

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଉଠାଇବେ ବିରୋଧି । ଶାସକ ଦଳର ବିଫଳତା ଅଭିଯୋଗ ଆଣି ସରକାରଙ୍କୁ ଘେରିବା ପାଇଁ ବିରୋଧି ପ୍ରସ୍ତୁତ ହେଉଛନ୍ତି । ଅଧିବେଶନ ପୂର୍ବରୁ ବିଜେପି ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ନେଇ ୩ ଦିନିଆ ଆନ୍ଦୋଳନକୁ ଓହ୍ଲାଇଛି । ସେହିପରି ଶାସକ ବିଜେଡି ମଧ୍ୟ କେନ୍ଦ୍ର ସରକାରଙ୍କ ଧାନ କିଣାରେ ଅବହେଳା ଓ ଚାଉଳ କାଟକୁ ନେଇ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ତେବେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିବାପାଇଁ ରଣନୀତି ପ୍ରସ୍ତୁତ କରିଛି । ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସୂଚନା ଦେବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଚେଲ୍ଲା କୁମାର କହିଛନ୍ତି, "ରାଜ୍ୟରେ ବିଭିନ୍ନ ପ୍ରକାର ଅନିୟମିତତା ନେଇ ବିଧାନ ସଭାରେ ସ୍ବର ଉତ୍ତୋଳନ କରିବ କଂଗ୍ରେସ । ନବ ଦାସ ହତ୍ୟା ଘଟଣା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି କଥା କଂଗ୍ରେସ ଉଠାଇବ । ଆଇନ ଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିଛି । ଦୈନନ୍ଦିନ ନାରୀ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି । ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀକୁଳ ଆଜି ହତାଶ, ଧାନ ନକିଣିବାରୁ ଚାଷି ଆଜି କାନ୍ଦୁଛି । ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଲ ବ୍ଲକରେ ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ । ତେଣୁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ବିଧାୟକ ଦଳ ବୈଠକରେ ଏନେଇ ଚୂଡାନ୍ତ ହେବ । କଂଗ୍ରେସ ବିଧାୟକମାନେ ପ୍ରସ୍ତୁତ ହୋଇଛନ୍ତି ।" ଆଜି ସନ୍ଧ୍ୟାରେ ଚେଲ୍ଲା କୁମାର କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.