ETV Bharat / state

ନବୀନଙ୍କ ମୋଦିଙ୍କ ପ୍ରଶଂସାକୁ ଦୋମୁହାଁ ନୀତି କହିଲା କଂଗ୍ରେସ

author img

By

Published : May 19, 2023, 9:31 PM IST

ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: କଂଗ୍ରେସ
ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: କଂଗ୍ରେସ

ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ନବୀନ । ଏହାସହ ଆସନ୍ତା ୩ରୁ ୪ ବର୍ଷ ଭିତରେ ପୁରୀ ବିମାନ ବନ୍ଦର ସମ୍ପୂର୍ଣ ହେବ ଓ ପ୍ରଧାନମନ୍ତ୍ରୀ ଆସି ଉଦ୍‌ଘାଟନ କରିବେ ବୋଲି କହିଥିଲେ । ଏହାକୁ ନେଇ ନବୀନ ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: କଂଗ୍ରେସ

ଭୁବନେଶ୍ବର: ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଦିଙ୍କ ପ୍ରଶଂସା କରି ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକଳନ କରିବାକୁ ନେଇ ରାଜନୀତି ତେଜିଛି । ରାଜ୍ୟରେ ବିଜେପି ବିଜେଡି ଲୋକ ଦେଖାଣିଆ କଳି କରୁଥିବା କହିଛି କଂଗ୍ରେସ । CBI ଓ ED ଭୟରେ ନବୀନ ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଦଳ ଅଭିଯୋଗ କରିଛି ।

କିଛିଦିନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡିଶା ଆସି ନବୀନଙ୍କୁ ଭେଟିଲେ । ନୀତିଶଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଲେ ଉଭୟଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ନୀତିଶଙ୍କୁ ଭେଟିବା ପରଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କଲେ । ପରେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ ଥାର୍ଡଫ୍ରଣ୍ଟରେ ଆମେ ନାହୁଁ ବୋଲି କହିଲେ । ତେବେ ଏହାପରେ ଚର୍ଚ୍ଚା ଜୋର ଧରିଥିଲା ଯେ ନବୀନ ବିଜେପି ସହ ଅଘୋଷିତ ମେଣ୍ଟରେ ରହିଛନ୍ତି । ତେବେ ଗତକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ବିମାନ ବନ୍ଦର ୩ରୁ ୪ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ ଆଉ ପ୍ରଧାନମନ୍ତ୍ରୀ ଆସି ଉଦ୍‌ଘାଟନ କରିବେ ବୋଲି କହିଥିଲେ । ନବୀନଙ୍କ ମୁହଁରୁ ଏଭଳି କଥାକୁ ସହଜରେ ଗ୍ରହଣ କରିପାରିନି କଂଗ୍ରେସ । ପୁଣିଥରେ ନବୀନ ଓ ମୋଦି ତଥା ବିଜେଡି ଓ ବିଜେପି ଭାଇ ଭାଇ ବୋଲି କହିଛି କଂଗ୍ରେସ ।

ନବୀନ ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରୁଥିବା କଂଗ୍ରେସ କହିଛି । ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘନଘନ ଶାଣିତ ଆକ୍ରମଣ କରୁଛନ୍ତି । ବିଭିନ୍ନ ସଭା ସମିତିରେ ଡବଲ ଇଞ୍ଜିନ କଥା ଉଠାଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରି ଲୋକଙ୍କୁ ଉତ୍ତମ ଶାସନ ଦେବା ଜରୁରୀ ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜେପିକୁ ନବୀନ ଟାର୍ଗେଟ କରୁଛନ୍ତି । ସେପଟେ ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଏଭଳି ନୀତିକୁ ନେଇ ଉଭୟ ବିଜେଡି ଏବଂ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । CBI ଓ ED ଭୟରେ ନବୀନ ପଟ୍ଟନାୟକ ଏଭଳି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଓଡିଶାବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଛଳନା କରୁଥିବା ପିସିସି ସଭାପତି କହିଛନ୍ତି । ବିଜେଡି ବିଜେପି ମିଶିକରି ଅଛନ୍ତି, ଉଭୟ ଭାଇ ଭାଇ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା କହିଛନ୍ତି । ୨୦୨୪ରେ ଉଭୟ ନିଜ ନିଜ ଆସନରେ ନଥିବେ ବୋଲି କହିଛନ୍ତି ସୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.