ETV Bharat / state

ମହାନଦୀର ଜଳ ଭାଗ ମିଳିବ କି ନାହିଁ ସନ୍ଦେହ ହେଉଛି: କଂଗ୍ରେସ

author img

By ETV Bharat Odisha Team

Published : Dec 6, 2023, 8:40 PM IST

ମହାନଦୀର ଜଳ ଭାଗ ମିଳିବ କି ନାହିଁ ସନ୍ଦେହ ହେଉଛି: କଂଗ୍ରେସ
ମହାନଦୀର ଜଳ ଭାଗ ମିଳିବ କି ନାହିଁ ସନ୍ଦେହ ହେଉଛି: କଂଗ୍ରେସ

କଂଗ୍ରେସ ନେତା ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘‘ମୋ ମହାନଦୀର ଯେଉଁ ଜଳ ଭାଗ ଅଛି ଓଡିଶାକୁ ଟ୍ରିବୁନାଲ ଦେବ କି ? ଏବେ ତାହା ବଡ଼ ପ୍ରଶ୍ନ। ଓଡିଶା ଏବଂ ଛତିଶଗଡ଼ ମଧ୍ୟରେ ମହାଦୀର ଜଳ ବିବାଦ ଆରମ୍ଭ କରିଥିଲା ବିଜେପି । 2003-04 ରୁ 2018 ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଙ୍କ ନେତୃତ୍ବରେ ମହାନଦୀ ଉପରେ ବନ୍ଧ, ଆନିକଟ ଏବଂ ବ୍ୟାରେଜ ନିର୍ମାଣ କଲେ ଯାହା ଫଳରେ ଓଡ଼ିଶାରେ ଜଳ ସଙ୍କଟ ଦେଖାଦେଲା। ଓଡିଶା ସୁପ୍ରିମକୋର୍ଟ ଯାଇଥିଲେ ବି କୌଣସି ସୁଫଳ ମିଳିଲାନାହିଁ।" ଅଧିକ ପଢନ୍ତୁ

ମହାନଦୀର ଜଳ ଭାଗ ମିଳିବ କି ନାହିଁ ସନ୍ଦେହ ହେଉଛି: କଂଗ୍ରେସ

ଭୁବନେଶ୍ବର: ଓଡିଶାର ଜୀବନ ରେଖା ମହାନଦୀ। ମହାନଦୀରେ ଜଳ ସଙ୍କଟ ଦେଖାଦେବାରୁ ମହାନଦୀ ଏବେ ଅଣନିଶ୍ବାସୀ । ଦୀର୍ଘଦିନର ନ୍ୟାୟିକ ଲଢେଇ ପରେ ମଧ୍ୟ ଜଳ ଆବଣ୍ଟନ ନେଇ କୌଣସି ସୂତ୍ର ବାହାରି ପାରିଲା ନାହିଁ। ମହାନଦୀ ଟ୍ରିବୁନାଲ ଉଭୟ ଓଡିଶା ଓ ଛତିଶଗଡର ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ଶେଷ କରିଛନ୍ତି । ଏବେ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପ୍ରକ୍ରିୟା ଚାଲିଛି । ଏହା ସତ୍ବେ ମହାନବୀ ବିବାଦକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରୁନି। ଫଳରେ ଓଡ଼ିଶାର ଜନ ଜୀବନ ବିପଦରେ । ଏହି ମହାନଦୀ ଲଢେଇ ଭିତରେ ପୁଣି ଛତିଶଗଡରେ କ୍ଷମତା ପରିବର୍ତ୍ତନ ହୋଇଛି । ରାଜ୍ୟରେ ବିଜେପି ସରକାର ଗଠନ ହେବାକୁ ଯାଉଛି। ଛତିଶଗଡରେ ବିଜେପି ଆସିବା ପରେ ଓଡିଶାବାସୀଙ୍କ ମନରେ ପୁଣି ଆଶା ସଂଚାର ହୋଇଛି ମହାନଦୀକୁ ନେଇ। ହେଲେ ମହାନଦୀ ପ୍ରସଙ୍ଗରେ ପୁଣି ଥରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।

ଅଧିକ ପଢନ୍ତୁ- ଜାରି ରହିବ ମହାନଦୀକୁ ନେଇ ନ୍ୟାୟିକ ଲଢେଇ: ବିଜେଡି

ଏନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା କଂଗ୍ରେସ ନେତା ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘‘ମୋ ମହାନଦୀର ଯେଉଁ ଜଳ ଭାଗ ଅଛି ଓଡିଶାକୁ ଟ୍ରିବୁନାଲ ଦେବ କି ? ଏବେ ତାହା ବଡ଼ ପ୍ରଶ୍ନ। ଓଡିଶା ଏବଂ ଛତିଶଗଡ଼ ମଧ୍ୟରେ ମହାଦୀର ଜଳ ବିବାଦ ଆରମ୍ଭ କରିଥିଲା ବିଜେପି । 2003-04 ରୁ 2018 ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଙ୍କ ନେତୃତ୍ବରେ ମହାନଦୀ ଉପରେ ବନ୍ଧ, ଆନିକଟ ଏବଂ ବ୍ୟାରେଜ ନିର୍ମାଣ କଲେ ଯାହା ଫଳରେ ଓଡ଼ିଶାରେ ଜଳ ସଙ୍କଟ ଦେଖାଦେଲା। ଓଡିଶା ସୁପ୍ରିମକୋର୍ଟ ଯାଇଥିଲେ ବି କୌଣସି ସୁଫଳ ମିଳିଲାନାହିଁ। ଛତିଶଗଡ଼ ଦ୍ବାରା ନିର୍ମିତ ବ୍ୟାରେଜ ବେଆଇନ ବୋଲି ଏନଜିଟି ରାୟ ପ୍ରକାଶ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମହାନଦୀ ଟ୍ରିବୁନାଲ ହେଲା ହେଲେ ବିଡମ୍ବନା ହେଉଛି କୌଣସି ସୁଫଳ ମିଲନାହିଁ। ଉଭୟ ଓଡିଶା ଏବଂ ଛତିଶଗଡ଼ ଯଦି ଆପୋଷ ସମାଧାନ ନକରିବେ ତାହେଲେ କୌଣସି ସୁଫଳ ମିଳିବ ନାହିଁ ।’’

ଦୀର୍ଘବର୍ଷ ହେବ ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଛି ବିବାଦ । ଛତିଶଗଡ଼ ମହାନଦୀ ଉପରେ ଡ୍ୟାମ, ଆନିକଟ, ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇ ରଖିଛି । ମହାନଦୀ ଉପରେ ଉଭୟ ରାଜ୍ୟର ଭାଗ ଥିଲେ ମଧ୍ୟ ଛତିଶଗଡ ଏକପାଖିଆ ଭାବେ ମନ ଇଚ୍ଛା ନିର୍ମାଣ କରୁଛି । ଯାହାର ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡୁଛି । ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ସମେତ ଟ୍ରିବ୍ୟୁନାଲକୁ ଯାଇଛନ୍ତି । ଟ୍ରିବ୍ୟୁନାଲରେ ଏବେ ମାମଲା ବିଚାର ଚାଲିଛି । ଏହାରି ମଧ୍ୟରେ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ଆଲୋଚନା କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.