ETV Bharat / state

5T Secretary Issue; ‘ଚୁପ ବସିବି ନାହିଁ, ଲଢେଇ ଜାରି ରହିବ’

author img

By

Published : Jun 30, 2023, 10:12 PM IST

5T ସଚିବଙ୍କ ବିଭିନ୍ନ ରାଜନୈତିକ କାର୍ଯ୍ୟକଳାପକୁ ନେଇ ରାଜ୍ୟର ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ତେବେ ଏହି ଘଟଣାରେ ଏକ ଯୁକ୍ତିସଂଗତ ନିଷ୍କର୍ଷ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

5T ସଚିବଙ୍କୁ ନେଇ ଏମିତି କହିଲେ ବିଜୟ
5T ସଚିବଙ୍କୁ ନେଇ ଏମିତି କହିଲେ ବିଜୟ

5T ସଚିବଙ୍କୁ ନେଇ ଏମିତି କହିଲେ ବିଜୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଏବଂ ସରକାରୀ ଯୋଜନା ଘୋଷଣା ସମ୍ପର୍କରେ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ବିରୋଧୀ ଏବେ ରାଜ୍ୟ ସରକାରଙ୍କୁ ଘନ ଘନ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ DOPT (Department of Personnel and Training)କୁ ଏକ ଚିଠି ଲେଖି ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । DOPTଙ୍କ ପକ୍ଷରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ଆସିନାହିଁ । କୌଣସି ଉତ୍ତର ନପାଇବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ।

ଏନେଇ ବିଜୟ ପଟ୍ଟନାୟକ କହିଛନ୍ତି, "ଯେଉଁ ପର୍ଯ୍ୟନ୍ତ ମୋ ଚିଠିର ଉତ୍ତର କେନ୍ଦ୍ର ସରକାରଙ୍କ DOPTରୁ ନମିଳିଛି, ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ଚୁପ ବସିବି ନାହିଁ । ଯୁକ୍ତିସଂଗତ ନିଷ୍କର୍ଷ ନମିଳିବା ପର୍ଯ୍ୟନ୍ତ, ଏ ଲଢେଇ ଜାରି ରହିବ । ଚିଠି ପହଞ୍ଚିଲା କି ନାହିଁ, ତାର କୌଣସି ଉତ୍ତର ମଧ୍ୟ ଆସିନାହିଁ । ଆଗକୁ ଏ ଘଟଣାରେ କଂଗ୍ରେସ ଅଧିକ କ୍ରିୟାଶୀଳ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ନିୟମ ଉଲଙ୍ଘନ କରୁଛନ୍ତି 5T ସଚିବ, କାର୍ଯ୍ୟାନଷ୍ଠାନ ପାଇଁ କେନ୍ଦ୍ର ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ତେବେ ଦୀର୍ଘଦିନ ଧରି 5T ସଚିବଙ୍କ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ନେଇ ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି ଏନେଇ କେନ୍ଦ୍ର ସରକାରଙ୍କ DOPT ବିଭାଗକୁ ଚିଠି ଦେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ରହିଛି । ତେବେ ଏ ଚିଠିର କେତେ ମୂଲ୍ୟ ଅଛି, ତାକୁ ନେଇ କଂଗ୍ରେସ ମଧ୍ୟ ବିଜେପିକୁ କଟାକ୍ଷ କରିଛି । କାରଣ କେନ୍ଦ୍ର ସରକାରଙ୍କ ଚିଠି ପରେ ମଧ୍ୟ ସଂପୃକ୍ତ ସଚିବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏନେଇ କଂଗ୍ରେସ ନେତା ସୁଦର୍ଶନ ଦାସ କେନ୍ଦ୍ର ନିର୍ଦ୍ଦେଶର କେତେ ମହତ୍ତ୍ବ ରହିଛି, ତାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ ।

ଅନ୍ୟପଟେ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଏବେ ବିରୋଧ ଦେଖାଦେଇଛି । ଗତକାଲି ଜଗତସିଂହପୁର ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ କଳା ପୋଷାକ ପିନ୍ଧି ଧାରଣା ଦିଆଯାଇଥିଲା । କଳା ବେଲୁନ ଉଡାଯାଇଥିଲା । ଆଗକୁ ବିଜେପି ଏନେଇ ଅଧିକ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ବିଜେପି ନେତାମାନେ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏନେଇ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ କେତେ ଦୂର ଯାଉଛି ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.