ETV Bharat / state

Congress Press Meet: 5T ଗୋହି ଖୋଳିଲେ ବିଜୟ

author img

By

Published : Apr 27, 2023, 4:12 PM IST

Updated : Apr 27, 2023, 4:35 PM IST

ରାଜ୍ୟରେ ପାନୀୟ ଜଳଠୁ ଆରମ୍ଭ କରି ପ୍ରତିଟି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜୟ । କହିଲେ ସରକାର ଭୋଟ ରାଜନୀତି ଛଡା ଆଉ କିଛି ଜାଣୁନାହାନ୍ତି । ଅଧିକ ପଢନ୍ତୁ

Bijay Patnaik criticizes 5T government
Bijay Patnaik criticizes 5T government

Congress Press Meet: 5T ଗୋହି ଖୋଳିଲେ ବିଜୟ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପାନୀୟ ଜଳ ପ୍ରଦାନ କରିବାରେ ସରକାରଙ୍କ ଉଦାସୀନତା ମନୋଭାବ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିଛନ୍ତି । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ 5Tର ପ୍ରତ୍ୟେକ ଅଙ୍ଗକୁ ନେଇ ବିଜୟଙ୍କ ସମାଲୋଚନା କରିଛନ୍ତି । ସରକାର Tର ଟ୍ରାନ୍ସପରେନ୍ସି କଥା କହୁଛନ୍ତି, ହେଲେ ମିଥ୍ୟା ତଥ୍ୟ ଦେଉଛନ୍ତି । ସରକାରଙ୍କ ଏହି ମିଥ୍ୟା ପ୍ରଚାର ବିରୋଧରେ ସ୍ବର ଉତ୍ତୋଳନ କରିବା କଂଗ୍ରେସର କାର୍ଯ୍ୟ। ଆଗକୁ କଂଗ୍ରେସ ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ପାଖକୁ ନେବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜୟ ।

ଏ ନେଇ ବିଜୟ କହିଛନ୍ତି, "ରାଜ୍ୟରେ ପାନୀୟ ଜଳର ସମସ୍ୟା ସାଙ୍ଗକୁ ପାୱାର କଟ ମଧ୍ୟ ଘଣ୍ଟାକୁ ଘଣ୍ଟା ହେଉଛି । ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ହନ୍ତସନ୍ତ ହେଉଛନ୍ତି । କେତେ ସ୍ଥାନରେ ପିଇବା ପାଣି ସମସ୍ୟା ରହିଛି ତାର ହିସାବ ରାଜ୍ୟ ସରକାରଙ୍କ ପାଖେ ନାହିଁ । ଏହା ହାସ୍ୟାସ୍ପଦ। ସରକାର 5t କଥା କହୁଛନ୍ତି ହେଲେ 5t ର ପ୍ରଥମ ଅଙ୍ଗ ହେଉଛି ଟ୍ରାନ୍ସପରେନ୍ସି ତଥ୍ୟ ମାଗିବାରୁ ଉତ୍ତର ମିଳୁନାହିଁ ଖର୍ଚ୍ଚର ହିସାବ ଦେଉନାହାଁନ୍ତି । ହକି ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେଉଁ ବିଭାଗ କରିଛି ତାର ହିସାବ ନାହିଁ। ସୁନ୍ଦରଗଡ଼ରେ DMF ପାଣ୍ଠି ଖର୍ଚ୍ଚରେ ୧୮ ମାସରେ ଷ୍ଟାଡିୟମ ନିର୍ମାଣ କରାଗଲା ହେଲେ ରାଜ୍ୟବାସୀଙ୍କୁ ପାଣି ଟୋପାଏ ଦେବାରେ ସରକାର ବିଫଳ ।"

ସେ ଆହୁରି କହିଛନ୍ତି, "ନବରଙ୍ଗପୁରରେ ଜଣେ ବୃଦ୍ଧା ଚୌକି ଧରି ଗଲେ ସରକାର ଟେକ୍ନୋଲୋଜି କଥା କହୁଛନ୍ତି । ସ୍କୁଲରେ କୋଠରୀ ନାହିଁ ରଙ୍ଗ ବୋଳି ଟ୍ରାନ୍ସଫରମେସନ୍ କଥା କହୁଛନ୍ତି । ଏହା ହେଉଛି ସରକାରଙ୍କ ସ୍ଵଚ୍ଛତା । ସରକାରୀ କର୍ମଚାରୀମାନଙ୍କୁ ଦଳୀୟ କର୍ମୀ ଭାବେ କାର୍ଯ୍ୟ କରାଉଛନ୍ତି ସରକାର। ଆଗାମୀ ଦିନରେ କଂଗ୍ରେସ ଦଳ ଏକଜୁଟ ହୋଇ ଏହି ସମସ୍ୟାକୁ ନେଇ ସରକାରଙ୍କ ବିରୋଧରେ ଲଢ଼ିବ କଂଗ୍ରେସ । ୨୪ ବର୍ଷ ପରେ ବି ବିଜେଡି ସରକାରରେ ଆଜି ପର୍ଯ୍ୟନ୍ତ ୪୦% ରୁ ଊର୍ଦ୍ଧ୍ବ ଲୋକ ପିଇବା ପାଣି ପାଇପାରୁନାହାନ୍ତି । କହିଲେ କହିବେ 5T ଅଛି । ସରକାର ସଚିବ ଏ ବିଭାଗ କଣ କରୁଛି ? ୪୭୯ କୋଟି ଲାଭ କରିଛନ୍ତି ସରକାର ତଥାପି ବିଦ୍ୟୁତ କାଟ । ସରକାର ଭୋଟ ରାଜନୀତି ଛଡା ଆଉ କିଛି ଜାଣୁନାହାନ୍ତି ।"

ଏହା ବି ପଢନ୍ତୁ- ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ, ମାଓ କ୍ୟାମ୍ପ୍‌ରୁ ଗର୍ଭ ପରୀକ୍ଷା କୀଟ୍‌ ସହ ଆପତ୍ତିଜନକ ସାମଗ୍ରୀ ଜବତ

5Tର ଟାଇମକୁ ସମାଲୋଚନା କରି ବିଜୟ କହିଛନ୍ତି, "ଆଉ ଗୋଟେ T ହେଲା ଟାଇମ, ୧୮ ମାସ ଭିତରେ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିଦିଆଗଲା । କୋଟି କୋଟି ଟଙ୍କା ଜିଲ୍ଲା ଡେଭଲପମେଣ୍ଟ ଫଣ୍ଡରୁ ଖର୍ଚ୍ଚ କରାଗଲା । ଲୋକଙ୍କର ଟଙ୍କା ଏ ସବୁ କାମରେ ଖର୍ଚ୍ଚ କରନ୍ତୁ ନାହିଁ । ଗିନିଜ ୱାର୍ଲଡ ରେକର୍ଡ ପାଇଁ ଏ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ୧୮ ମାସରେ ହକି ଷ୍ଟାଡିୟମ ହୋଇପାରିଲା କିନ୍ତୁ ପିଇବା ପାଣି ଲୋକଙ୍କୁ ମିଳିପାରିଲା ନାହିଁ । ତୃତୀୟ T ଟେକନୋଲୋଜି । ଜାପାନରେ ରହିକି କ୍ୟାବିନେଟ ମିଟିଙ୍ଗ କଲେ କିନ୍ତୁ ଜନ ସାଧାରଣଙ୍କ କାମରେ କେତେ ଆସୁଛି ? ଜଣେ ମହିଳା ଚୌକିକୁ ଧରିକି ପେନସନ ପାଇଁ ଆସିଲେ କାରଣ ସରକାର ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପଠାଇପାରିଲେ ନାହିଁ ।"

ସରକାର ଟ୍ରାନ୍ସଫରମେସନରେ କାନ୍ଥର ରଙ୍ଗ ବଦଳାଇ ସ୍କୁଲ ରୂପାନ୍ତରିତ ହେଉଛି । ସ୍କୁଲରେ କୋଠରୀ ନାହିଁ ଏ କଣ ରୂପାନ୍ତରିତ ? ପଞ୍ଚମ T ହେଲା ଟିମ ୱାର୍କ । ସରକାରଙ୍କ ଗୋଟିଏ T କାମ କରୁଛି ଟିମ ୱାର୍କ ବୋଲି ଲୋକେ ତାକୁ କହୁଛନ୍ତି । ସରକାରୀ କଳ ଏକଜୁଟ ହୋଇକି ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି । ସବୁଠି ଗୋଟିଏ ଅଭିଯୋଗ ସରକାରୀ ଲୋକଙ୍କୁ ଦଳୀୟ କାମରେ ଲଗାଯାଉଛି । ଏହାକୁ ଯଦି ଟିମୱାର୍କ କୁହାଯିବ ତେବେ ସରକାରଙ୍କୁ ଧନ୍ୟବାଦ ଦିଆଯିବା କଥା ବୋଲି ବିଜୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 27, 2023, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.