ETV Bharat / state

ରାଜଧାନୀରୁ ଧରାପଡିଲା ରଙ୍ଗିଲା ଲୁଟେରା, ସୁନା ଲୁଟକରି ପ୍ରେମିକାକୁ କରୁଥିଲା ଖୁସ

author img

By

Published : Mar 28, 2023, 7:07 AM IST

lootera arrested by commissionerate police
ରାଜଧାନୀରୁ ଧରାପଡ଼ିଲା ରଙ୍ଗିଲା ଲୁଟେରା

ରାଜଧାନୀରୁ ଧରାପଡ଼ିଲା ରଙ୍ଗିଲା ଲୁଟେରା । ସୁନା ଚେନ ଲୁଟ କରି ପ୍ରେମିକା ପଛରେ ଟଙ୍କା ଉଡାଇବା ସହ ଅୟସ କରୁଥିଲା । ଅଧିକ ପଢ଼ନ୍ତୁ

ରାଜଧାନୀରୁ ଧରାପଡ଼ିଲା ରଙ୍ଗିଲା ଲୁଟେରା

ଭୁବନେଶ୍ବର: ଅପରାଧ ଘଟାଇବାକୁ ସାଙ୍ଗକୁ ମୋହରା କରିଥିଲା । ସାଙ୍ଗଠାରୁ ବାଇକ ମାଗି ଝାମ୍ପୁଥିଲା ସୁନା ଚେନ । ଏକୁଟିଆ ମହିଳା ଦେଖି ଟାର୍ଗେଟ କରୁଥିଲା । ସେହି ଟଙ୍କାରେ ପ୍ରେମିକାଙ୍କୁ ଖୁସି କରାଇବା ସହ ନିଜେ ଅୟସ କରୁଥିଲା । ସନ୍ଧ୍ୟା ହେଲେ ରାଜଧାନୀରେ ଆତଙ୍କ ଖେଳାଉଥିଲା । କମିଶନରେଟ ପୋଲିସ ହାତରେ ଧରାପଡ଼ିଛି ଏମିତି ଜଣେ ରଙ୍ଗିଲା ଲୁଟେରା । ଅଭିଯୁକ୍ତକୁ ଗିରଫ କରିବା ସହ ୭ଟି ଚେନ ଓ ଗୋଟିଏ ବାଇକ ଜବତ କରିଛି ପୋଲିସ ।

ଧରା ପଡିଥିବା ଲୁଟେରା ଜଣକ ହେଉଛି ଚନ୍ଦନ କୁମାର ଜେନା । ସେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଚନ୍ଦନ ଭୁବନେଶ୍ୱରରେ ଆସି ବଡ଼ବଡ଼ ହୋଟେଲମାନଙ୍କରେ ରହୁଥିଲା । ସାଙ୍ଗସାଥିଙ୍କ ସହ ମିଳାମିଶା କରି ସେମାନଙ୍କ ଠାରୁ ବାଇକ ମାଗିନେଇ ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରୁଥିଲା । ହେଲେ ଟଙ୍କା ରୋଜଗାର ପାଇଁ ବାଛିଥିଲା ଅପରାଧର ଦୁନିଆ । ସାଙ୍ଗର ବାଇକରେ ବୁଲିବୁଲି ଝାମ୍ପୁଥିଲା ସୁନା ଚେନ। ସନ୍ଧ୍ୟା ହେଲେ ଭୁବନେଶ୍ୱରରେ ଏକୁଟିଆ ମହିଳା ଓ ଯୁବତୀଙ୍କୁ ଦେଖି ସେମାନଙ୍କ ଠାରୁ ଚେନ ଲୁଟିନେଉଥିଲା ଏବଂ ଚତୁରତାର ସହ ସେଠାରୁ ଛୁ ମାରୁଥିଲା । ସୁନାକୁ ବିଭିନ୍ନ ଦଲାଲଙ୍କ ଜରିଆରେଗୋଲ୍ଡ ଫାଇନାନ୍ସ କମ୍ପାନୀରୁ ଲୋନ କରାଉଥିଲା ଚନ୍ଦନ । ପରେ ସେହି ଟଙ୍କାରେ ମଉଜ ମଜଲିସ କରୁଥିଲା । ଖାଲି ସେତିକି ନୁହେଁ ସେହି ଟଙ୍କାରେ ପ୍ରେମିକାକୁ ଖୁସି ମଧ୍ୟ କରାଉଥିଲା ।

ରଙ୍ଗିଲା ମିଜାଜର ଏହି ଅପରାଧି କେତେବେଳେ ହୋଟେଲରେ ରହୁଥିଲା ତ କେତେବେଳେ ରାଜ୍ୟ ବାହାରକୁ ଯାଇ ସମୟ କାଟୁଥିଲା । ଏହିପରି ଢଙ୍ଗରେ ସୁନା ଚେନ ଝାମ୍ପି ନେଇ ସେହି ଟଙ୍କାରେ ଅୟସ ଆରମ ଜୀବନ ଜିଉଥିଲା । ପ୍ରେମିକା ପଛରେ ଟଙ୍କା ଉଡାଇବା ସହ ଏକ ବୁଲେଟ ମଧ୍ୟ କିଣିଥିଲା । ତେବେ ଲୁଟ ନେଇ ବିଭିନ୍ନ ଅଭିଯୋଗ ପରେ ପୋଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ଚନ୍ଦନକୁ ଗିରଫ କରିଛି କମିଶନରେଟ ପୋଲିସ । ଗତ ଏକ ମାସରେ ନୟାପଲ୍ଲୀ ଅଞ୍ଚଳରୁ ୩ଟି ସୁନାଚେନ ଝାମ୍ପିବା ସହ ଖଣ୍ଡଗିରିରେ ୩ଟି ୭ଟି ଚେନ ଝାମ୍ପିଥିଲା । ଗିରଫ ପରେ ପୂର୍ବରୁ ଚନ୍ଦନ ବିରୋଧରେ ୯ଟି ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । ୧୫ରୁ ଊର୍ଦ୍ଧ୍ବ ମାମଲାରେ ସମ୍ପୃକ୍ତ ଥିବା ଏହି ଲୁଟେରାକୁ ଗିରଫ କୋର୍ଟ ଚାଲାଣ କରାଯାଇଥିବା ନେଇ ଜୋନ ୫ ଏସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.