ETV Bharat / state

୪ ଦିନ ଯାଏଁ କମ ରହିବ ରାତିର ତାପମାତ୍ରା, ଜାରି ରହିବ ଶୀତ

author img

By

Published : Dec 18, 2022, 9:58 PM IST

୪ ଦିନ ଯାଏଁ କମ ରହିବ ରାତିର ତାପମାତ୍ରା, ଜାରି ରହିବ ଶୀତ
୪ ଦିନ ଯାଏଁ କମ ରହିବ ରାତିର ତାପମାତ୍ରା, ଜାରି ରହିବ ଶୀତ

ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ର ଶୁଖିଲା ରହିଛି । ବାୟୁ ପ୍ରବାହର ପରିବର୍ତ୍ତନ ନଥିବାରୁ ଏଭଳି ପାଗ ଲାଗିରହିବ । ତେବେ ରାଜ୍ୟରେ ୪ ଦିନ ଯାଏଁ ରାତିର ତାପମାତ୍ରା କମ ରହିବା ସହ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ସୂଚନା ଦେଉଛନ୍ତି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ

ଭୁବନେଶ୍ବର: ରାଜ୍ୟରେ ୪ ଦିନ ଯାଏଁ ରାତିର ତାପମାତ୍ରା କମ ରହିବ । ଜାରି ରହିବ ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ଶୁଖିଲା ରହିଥିବା ବେଳେ ବାୟୁ ପ୍ରବାହର ପରିବର୍ତ୍ତନ ନଥିବାରୁ ଏଭଳି ପାଗ ଲାଗିରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ।

ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ର ଶୁଖିଲା ରହିଛି । ସମତଳ ଅଞ୍ଚଳର ଝାରସୁଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କନ୍ଧମାଳ ପାହାଡିଆ ଅଞ୍ଚଳର ଜି ଉଦୟଗିରିରେ ୭.୦ ଡିଗ୍ରୀ ରେକର୍ଡ କରାଯାଇଛି । ଉତ୍ତର ଓଡ଼ିଶାରେ ତାପମାତ୍ରାର ହାର କମିଛି । ଉତ୍ତରା ବାୟୁ ପ୍ରବାହରୁ ତାପମାତ୍ରା କମ ରହୁଛି । ସେହିପରି ଦକ୍ଷିଣ ଓଡିଶା ସମେତ ଉତ୍ତର ଓଡ଼ିଶାରେ ହାଲୁକା ଓ ମଧ୍ୟମ କୁହୁଡି ଦୃଶ୍ୟମାନ ହେଉଥିବାବେଳେ ଶୀତର ପ୍ରକୋପ ରହୁଛି । ଅନ୍ୟପଟେ ବାୟୁ ପ୍ରବାହର ପରିବର୍ତ୍ତନ ନଥିବାରୁ ଏଭଳି ପାଗ ୩ରୁ ୪ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.