ETV Bharat / state

Republic Day: ଆବାସିକ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ବିସ୍କୁଟ

author img

By

Published : Jan 26, 2023, 9:48 PM IST

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ
୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

ଆବାସିକ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବାଣ୍ଟିଲେ । ଅଧିକ ପଢନ୍ତୁ

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସାରା ଦେଶରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ଅବସରରେ ନବୀନ ନିବାସରେ ଥିବା ଆବାସିକ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହିତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି । ସେ ସ୍ଥାନୀୟ ସରକାରୀ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଦେବା ସହ ବିସ୍କୁଟ ପ୍ରଦାନ କରିଛନ୍ତି ।

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ
୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

ଦେଶରେ ୭୪ତମ ସାଧାରଣତନ୍ତ୍ର ଦିବସ ଧୂମଧାମରେ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଆବାସିକ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ଦୀର୍ଘ ତିନି ବର୍ଷ ପରେ ଆଜି ନବୀନ ନିବାସ ଛାତ୍ରଛାତ୍ରୀଙ୍କ ଲାଗି ଖୋଲିଛି । କୁନି କୁନି ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ଭେଟି କିଛି ସମୟ କଥା ହୋଇଛନ୍ତି । ଶିଶୁଙ୍କୁ ବିସ୍କୁଟ ପ୍ରଦାନ କରିବା ସହ ଆଶୀର୍ବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଅଧିକାରୀ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ
୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏଥିରେ ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି ମୁଖ୍ୟ ଅତିଥି ଭାବେ ସମାରୋହରେ ସାମିଲ ହୋଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ଯୋଗ ଦେଇଛନ୍ତି । ପତାକା ଉତ୍ତୋଳନ ପରେ ଗୋଟିଏ ପରେ ଗୋଟିଏ ୧୬ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ
୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

୧୯୫୦ ମସିହା ଆଜିର ଦିନରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଦିବସଟି ପ୍ରତିଟି ଭାରତୀୟବାସୀଙ୍କ ପାଇଁ ହୋଇଥାଏ ଗର୍ବ ଓ ଗୌରବର ଦିନ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହୋଇଥିଲା ହେଲେ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବି.ଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା ।

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ
୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.