ETV Bharat / state

୧୦୨ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି; ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

author img

By ETV Bharat Odisha Team

Published : Nov 18, 2023, 9:23 AM IST

ନିଯୁକ୍ତି ପାଇଲେ ୧୦୨ ସହକାରୀ ପ୍ରଫେସର
ନିଯୁକ୍ତି ପାଇଲେ ୧୦୨ ସହକାରୀ ପ୍ରଫେସର

ସରକାରୀ ମେଡିକାଲ କଲେଜରେ ନିଯୁକ୍ତି ପାଇଲେ ୧୦୨ ସହକାରୀ ପ୍ରଫେସର । ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ଦିଗରେ ସେମାନଙ୍କ ନିଷ୍ଠାପର ଭୂମିକା ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ପାଇଲେ ୧୦୨ ସରକାରୀ ମେଡିକାଲ କଲେଜ ସହକାରୀ ପ୍ରଫେସର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଏକ ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ଦିଗରେ ସେମାନଙ୍କ ନିଷ୍ଠାପର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ରୋଗୀମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଆହ୍ବାନ ଦେଇଛନ୍ତି ।

ନିଯୁକ୍ତି ପାଇଲେ ୧୦୨ ସହକାରୀ ପ୍ରଫେସର
ନିଯୁକ୍ତି ପାଇଲେ ୧୦୨ ସହକାରୀ ପ୍ରଫେସର

ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହିକ୍ରମରେ ରାଜ୍ୟରେ ୧୦୨ ଜଣ ସରକାରୀ ମେଡିକାଲ କଲେଜରେ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଗୀମାନେ କିଭଳି ଭାବରେ ଉତ୍ତମ ଚିକିତ୍ସା ପାଇବା ସହ ଚିକିତ୍ସା କ୍ଷେତ୍ରରେ ରାଜ୍ୟରେ ଥିବା ସରକାରୀ ମେଡ଼ିକାଲଗୁଡ଼ିକ ଉନ୍ନତ ଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଛି ।

ଭୁବନେଶ୍ବର ସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ନିଯୁକ୍ତି ପର୍ବରେ ଏହି 102 ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିରେ ନବୀନ ପଟ୍ଟନାୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହକାରୀ ପ୍ରଫେସରମାନଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ । ଏହି ଅବସରରେ ସେ ନବନିଯୁକ୍ତ ସହକାରୀ ପ୍ରଫେସରମାନଙ୍କୁ ଏକ ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ଦିଗରେ ସେମାନଙ୍କ ନିଷ୍ଠାପର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ରୋଗୀମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନବନିର୍ମିତ ମଡ୍ୟୁଲାର ଓଟି ଉଦଘାଟନ କରିବାକୁ ଯାଉଛନ୍ତି । ୧୬.୭୬ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଏହି ମଡ୍ୟୁଲାର ଓଟିରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ ବ୍ୟବସ୍ଥିତ ରହିଛି ।

ହା ମଧ୍ୟ ପଢନ୍ତୁ: ସୁନ୍ଦରଗଡରେ ୨ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମଞ୍ଜୁର, ୩୮୬.୨୫ କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ତେବେ ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ୮ଟି ନୂତନ ଭାବରେ ମେଡିକାଲ କଲେଜ ଓ ଦୁଇଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରାଯାଇଛି । ଖୁବଶୀଘ୍ର ଯାଜପୁରର ଯଯାତିକେଶରୀ ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି । ଏହାପରେ ଫୁଲବାଣୀ ଓ ତାଳଚେରରେ ଆଉ ଏକ ମେଡିକାଲ କଲେଜ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ରହିଛି । ତେବେ ପୂର୍ବରୁ ରାଜ୍ୟରୁ ବର୍ଷକୁ ୩୨୧ ଏମବିବିଏସ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ କିନ୍ତୁ ୨୫୨୫ ଜଣ ଏମବିବିଏସ ଡାକ୍ତର ଓ ୮୫୬ ସ୍ପେଶାଲିଷ୍ଟ ଡାକ୍ତର ବାହାରୁଛନ୍ତି । ତେବେ ଆଗକୁ ମଧ୍ୟ ରାଜ୍ୟରେ ମେଡ଼ିକାଲ କଲେଜ ସ୍ଥାପନ କରାଗଲେ ଆହୁରି ହଜାର ହଜାର ସଂଖ୍ୟାରେ ଡାକ୍ତର ବାହାରିବେ ବୋଲି ଆଶା କରାଯାଉଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.