ETV Bharat / state

Odisha Assembly winter session: ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ ?

author img

By

Published : Nov 30, 2022, 8:20 PM IST

Odisha Assembly winter session: ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ ?
Odisha Assembly winter session: ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ ?

ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ । ସଂଘୀୟ ବ୍ୟବସ୍ଥା ସଶକ୍ତ ଗଣତନ୍ତ୍ର ପାଇଁ ବିରୋଧୀ ଦଳର ଏକାନ୍ତ ଆବଶ୍ୟକ । ବିଧାନସଭା ଶୀତ ଅଧିବେଶନ ଜାରି ରହିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ । ସଂଘୀୟ ବ୍ୟବସ୍ଥା ସଶକ୍ତ ଗଣତନ୍ତ୍ର ପାଇଁ ବିରୋଧୀ ଦଳର ଏକାନ୍ତ ଆବଶ୍ୟକ । ବିରୋଧୀ ଦଳର ନେତାଙ୍କ ନେତୃତ୍ବରେ ଶାସକ ଦଳକୁ ଶାଣିତ ପ୍ରଶ୍ନ ସହ ସମାଲୋଚନା ମଧ୍ୟ ଆବଶ୍ୟକ । ହେଲେ ଗୃହ ଆରମ୍ଭରୁ ବିଧାନସଭାରେ ଦେଖିବାକୁ ମିଳୁନାହାନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏ ନେଇ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି ଶାସକ ଓ କଂଗ୍ରେସ ଦଳ ।

Odisha Assembly winter session: ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ ?

ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ । ଗୃହରେ ଅନୁପସ୍ଥିତି ରହୁଛନ୍ତି 15 ରୁ ଅଧିକ ମନ୍ତ୍ରୀ । ଫାଙ୍କା ପଡୁଛି ବିଧାୟକଙ୍କ ସିଟ୍‌ । ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉତ୍ତର ରଖୁଛନ୍ତି କା ମନ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ଚାଲିଛି ବିଧାନସଭା । ବିଧାନସଭାରେ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ଅନୁପସ୍ଥିତ ରହିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ । ବିଭିନ୍ନ ପ୍ରଶ୍ନର ଉତ୍ତର କା ମନ୍ତ୍ରୀ ଦେଉଥିବାରୁ ସରକାରଙ୍କୁ ଘେରୁଛନ୍ତି ବିରୋଧୀ ।

ଗୃହ ଆରମ୍ଭରୁ ଏଭଳି ଅବସ୍ଥା ଲାଗି ରହିଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ । ସେପଟେ ଆଜି ସୁଯୋଗ ଦେଖି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଅନୁପସ୍ଥିତ ରହିବା କଥା ଉଠାଇଛନ୍ତି ବିଜେଡି ବିଧାୟକ ଅମର ଶତପଥି । ବିରୋଧୀ, ମନ୍ତ୍ରୀ ଅନୁପସ୍ଥିତ ରହୁଥିବା କଥା କହୁଥିବାବେଳେ ବିରୋଧୀ ଦଳର ନେତା କାହିଁକି ଅନୁପସ୍ଥିତ ବୋଲି ପ୍ରଶ୍ନ କରି ବିଜେପିକୁ ଘେରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ।

ଅମରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, "ବିରୋଧୀ ଦଳ ନେତାଙ୍କ ଶରୀର ଅସୁସ୍ଥ କାରଣରୁ ବିଧାନସଭାକୁ ଆସିପାରୁନାହାନ୍ତି । ତାଙ୍କର ଡାଏଲିସିସ୍ ଚାଲିଛି । ତେଣୁ ବିଧାନସଭା ଆସିପାରୁନାହାନ୍ତି ।"

ପଦ୍ମପୁରରେ ପ୍ରଚାର କରୁଥିବା ପ୍ରଶ୍ନରେ ମୋହନ କହିଛନ୍ତି, "ସେ ବିଷୟରେ ମୁଁ ଜାଣି ନାହିଁ । ସେପଟେ ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିକୁ ନେଇ ଉଭୟ ଦଳଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି,"ଗୃହକୁ ନଆସି ମେକ୍‌ ଇନ୍‌ ଓଡ଼ିଶା ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ନବୀନ । ହେଲେ ବିଧାନସଭାକୁ ଆସୁନାହାନ୍ତି । ସେହିପରି ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ପ୍ରଚାରରେ ମାତିଛନ୍ତି । ବିରୋଧୀ ଦଳର ନେତା ପଦ୍ମପୁରରେ ପ୍ରଚାର କରୁଥିବା ମୁଁ ତାଙ୍କୁ ଟିଭିରେ ଦେଖିଛି ।"

ଗୋଟିଏ ପଟେ ପଦ୍ମପୁର ଉପନିର୍ବାଚନ ପାଇଁ ନେତା ଓ ମନ୍ତ୍ରୀ ପଦ୍ମପୁରରେ ଡେରା ପକାଇଥିବା ବେଳେ ଗୃହରେ ଅନୁପସ୍ଥିତ ରହିବା ଅନେକ ପ୍ରଶ୍ନ ଛିଡା କରିଛି । ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ଚାଲିଛି ବିଧାନସଭା ? ବର୍ତ୍ତମାନ ବିଧାନସଭା ଶୀତ ଅଧିବେଶନ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.