ETV Bharat / state

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା, ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୩୦ ପୃଷ୍ଠାର ଉତ୍ତରଖାତା

author img

By

Published : Feb 12, 2023, 8:55 AM IST

Plus two examination preparation
ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା

ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୩୦ ପୃଷ୍ଠାର ଉତ୍ତରଖାତା ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତବର୍ଷ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୩୦ ପୃଷ୍ଠାର ଉତ୍ତରଖାତା ରହିଛି । ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ସିସିଟିଭି ନଜର ରହିବ ପରୀକ୍ଷା କେନ୍ଦ୍ର । 2021ରେ ପଞ୍ଜୀକରଣ କରିଥିବା ରେଗୁଲାର ପରୀକ୍ଷାର୍ଥୀ ପାଇଁ 30 ପୃଷ୍ଠାର ଉତ୍ତରଖାତା ହୋଇଥିବା ବେଳେ ୨୦୨୦ ମସିହା ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ 28 ପୃଷ୍ଠାର ଉତ୍ତରଖାତା ବ୍ୟବସ୍ଥା କରାଯାଇଛି ।

ଯୁକ୍ତ ଦୁଇ ଥିଓରୀ ପରୀକ୍ଷା କିଭଳି ଭାବରେ ସୁରୁଖୁରୁରେ ଶେଷ ହେବ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାର୍ଚ୍ଚ ୧ ତାରିଖରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ପାଇଁ ସମସ୍ତ ବିଷୟ ଗୁଡ଼ିକର ପ୍ରଶ୍ନପତ୍ର ଗୁଡ଼ିକ ଫେବିଆରୀ ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ ସମସ୍ତ କଲେଜର ହବ ଗୁଡ଼ିକରେ ପହଞ୍ଚିବ । ଏହା ସହ ମାର୍ଚ୍ଚ ୧୮ ତାରିଖ ପରେ ଯେଉଁ ସବୁ ବିଷୟ ଗୁଡ଼ିକର ପରୀକ୍ଷା ରହିଛି ସେଗୁଡିକ ପାଇଁ ମାର୍ଚ୍ଚ ୧୫ ରୁ ୧୮ ତାରିଖ ମଧ୍ୟରେ ସମସ୍ତ କଲେଜର ହବକୁ ପ୍ରଶ୍ନପତ୍ର ପହଞ୍ଚିବ । ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ମାର୍ଚ୍ଚ ପହିଲାକୁ ଥିଓରି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ 5 ତାରିଖ ଯାଏଁ ଚାଲିବ ।

ଏହା ବି ପଢନ୍ତୁ...ଆତଙ୍କୀ ଲିଙ୍କରେ କଟକର ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ସମସ୍ତ ପରୀକ୍ଷା ସକାଳ ୧୦ଟା ସମୟରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏହି ପରୀକ୍ଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଦିନ ବିଜ୍ଞାନ ବିଭାଗର ଓଡ଼ିଆ ବିଷୟ ରହିଥିବା ବେଳେ ଦ୍ଵିତୀୟ ଦିନରେ ରହିଛି କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ ବିଷୟ । ରାଜ୍ୟରେ ମୋଟ ୨୦୨ଟି ହବ କରାଯାଇଛି ।

ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ସୋନପୁର, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢ଼େଙ୍କାନାଳ, ଗଞ୍ଜାମ , ଗଜପତି, କଳାହାଣ୍ଡି, ନୂଆପଡ଼ା, କେନ୍ଦୁଝର, କୋରାପୁ , ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, ବୌଦ୍ଧ, ଫୁଲବାଣୀ, ଖୋର୍ଦ୍ଧା ଆଜି ଜିଲ୍ଲାରେ ହବ କରାଯାଇଛି ।

ସେଥିମଧ୍ୟରୁ ଭୁବନେଶ୍ଵରରେ 4ଟି ପରୀକ୍ଷା ପରିଚାଳନା ହବ କରାଯାଇଛି । ନୟାଗଡ଼, ପୁରୀ, ବରଗଡ଼, ଦେବଗଡ଼ ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ମଧ୍ୟ ପରୀକ୍ଷା ପରିଚାଳନା ହବ ରହିଛି । ଏହି ହବରେ ପ୍ରଶ୍ନପତ୍ର ପ୍ୟାକେଟ ରହିବା ସହ ଏଠାରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ । ଏଥିସହ ହବ୍ ଅଧୀନରେ ଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକର ମଧ୍ୟ ତଦାରଖ କରାଯିବ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷା ଶତପ୍ରତିଶତ ସିଲାବସରେ ପରୀକ୍ଷା ଦେବାକୁ ଯାଉଛନ୍ତି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ 3 ଲକ୍ଷ 56 ହଜାର 449 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 3 ଲକ୍ଷ 38 ହଜାର 747ଜଣ ରେଗୁଲାର ଏବଂ 1 ଲକ୍ଷ 77 ହଜାର 204 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ 2 ଲକ୍ଷ 19 ହଜାର 110 ଜଣ ଥିବା ବେଳେ ବିଜ୍ଞାନରେ 91 ହଜାର 379, ବାଣିଜ୍ୟରେ 23 ହଜାର 148 ଏବଂ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 110ଜଣ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.