ETV Bharat / state

ଚାଷୀଙ୍କୁ ଫସଲ ବୀମା ପ୍ରସଙ୍ଗ: କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟ୍ବିଟ ପରେ ବିଜେଡିର ପ୍ରେସମିଟ

author img

By

Published : Nov 15, 2022, 8:06 PM IST

କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟ୍ବିଟ ପରେ ବିଜେଡିର ପ୍ରେସମିଟ
କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟ୍ବିଟ ପରେ ବିଜେଡିର ପ୍ରେସମିଟ

ଚାଷୀଙ୍କୁ ଫସଲ ବୀମା ନେଇ ରାଜ୍ୟ ରାଜନୀତି ପୁରା ସରଗରମ । ଏହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ-କେନ୍ଦ୍ର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଟ୍ୱିଟ ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ କରି ବିଜେପିକୁ ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଚାଷୀଙ୍କୁ ଫସଲ ବୀମା ନେଇ ରାଜ୍ୟ ରାଜନୀତି ପୁରା ସରଗରମ । ଏହାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ- କେନ୍ଦ୍ର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଟ୍ୱିଟ ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ କରି ବିଜେପିକୁ ଜବାବ ଦେଇଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟ୍ବିଟ ପରେ ବିଜେଡିର ପ୍ରେସମିଟ

ସସ୍ମିତ କହିଛନ୍ତି ଯେ ଏହା ସ୍ପଷ୍ଟ ହୋଇଛି ଫସଲ ବୀମା ନେଇ କେନ୍ଦ୍ରର ଚାଲ ଧରା ପଡିଛି । କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡିଗୁଡ କହୁଣୀକୁ ବୋହିଯିବା ପରେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।

ହେଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଗତ ଅଗଷ୍ଟ ୨୯ ରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଫସଲ ବୀମା କେନ୍ଦ୍ର ସରକାର ମଞ୍ଜୁରୀ କରନ୍ତି । ବୀମା କମ୍ପାନୀ ଚାଷୀଙ୍କୁ ଏହା ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.