ETV Bharat / state

ଫେବ୍ରୁଆରୀ ୫ରୁ ବିଧାନସଭା ବଜେଟ ଅଧିବେଶନ, ୮ରେ କାମଚଳା ବଜେଟ

author img

By ETV Bharat Odisha Team

Published : Jan 19, 2024, 12:52 PM IST

Updated : Jan 19, 2024, 2:19 PM IST

Assembly Budget Session: ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ
ବଜେଟ ଅଧିବେଶନ

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ବଜେଟ ଅଧିବେଶନ । କାମଚଳା ଅଧିବେଶନ ପାଇଁ ଆଜି (ଶୁକ୍ରବାର) ପ୍ରକାଶ ପାଇଛି ବିଜ୍ଞପ୍ତି । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଷୋଡଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ବିଜ୍ଞପ୍ତି ଅନୁସାରେ ଚଳିତ ଅଧିବେଶନରେ ରହିଛି ୭ କାର୍ଯ୍ୟ ଦିବସ । ଫେବ୍ରୁଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିବେ । ଏହା ତାଙ୍କର ପ୍ରଥମ ଅଭିଭାଷଣ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୬ ଓ ୭ ତାରିଖରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି, ତେଣୁ ତା' ପୂର୍ବରୁ କାମଚଳା ବଜେଟ ଆଗତ ହେବ ।

ନିର୍ବାଚନକୁ ଯିବା ପୂର୍ବରୁ ରାଜ୍ୟ ସରକାର ବଜେଟରେ ଗୁରୁତ୍ୱ ଦିଆଯିବ । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୧୦ ଓ ୧୧ ଶନିବାର ଓ ରବିବାର ଛୁଟି ରହିଛି । ୧୩ ତାରିଖ ଚଳିତ ଅଧିବେଶନର ଶେଷ ଦିବସ ରହିଛି । ଏହି ଦିନରେ ଫଟୋ ସେସନ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ସାଧାରଣ ନିର୍ବାଚନ ହେବା ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥଳେ କାମଚଳା ବଜେଟରେ ସବୁ ବର୍ଗଙ୍କୁ ଖୁସି କରିବାକୁ ସରକାର ଚେଷ୍ଟା କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍

ଏହା ମଧ୍ୟ ପଢନ୍ତୁ: ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ସ୍ୱାଗତ କଲା ବିଜେଡି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ 31 ତାରିଖରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଫେବ୍ରୁଆରୀ 9 ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରୀ 1 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-2025 ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ କାମଚଳା ବଜେଟ ଉପସ୍ଥାପନ କରାଯିବ । ନିର୍ବାଚନ ପରେ ନବ ନିର୍ବାଚିତ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । କେନ୍ଦ୍ରର ବଜେଟରେ ଭିତ୍ତିଭୂମି ବିକାଶ ଓ ନିଯୁକ୍ତ ସୃଷ୍ଟିକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ତେବେ କାମଚଳା ବଜେଟରେ ଆୟକର ନିୟମରେ କୌଣସି ବଡ଼ ଧରଣର ପରିବର୍ତ୍ତନ ନ ହୋଇପାରେ ।

Last Updated :Jan 19, 2024, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.