ETV Bharat / state

Budget Session: ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପିର ବର୍ଜନ, କାଲି ଯାଏ ଗୃହ ମୁଲତବୀ

author img

By

Published : Feb 21, 2023, 2:22 PM IST

Updated : Feb 24, 2023, 1:14 PM IST

Assembly Budget session
Assembly Budget session

ଆଜିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସମୟରେ ବିରୋଧୀ ହଙ୍ଗାମା କରିଛନ୍ତି । ଅଧିକ ପଢନ୍ତୁ

Budget Session

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ହଙ୍ଗମା ହୋଇଛି । ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବିଧାନସଭା ବଜେଟ ଅଧିବେଶନ । ଦିବଙ୍ଗତ ମନ୍ତ୍ରୀ ନବ ଦାସ, ବିଧାୟକ ଅର୍ଜୁନ ଚରଣ ଦାସ ଓ ଗଙ୍ଗାଧର ଦାସଙ୍କ ଉଦ୍ଦେଶ୍ୟକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ବିରୋଧୀ ସମର୍ଥନ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ହିଁ ବିରୋଧୀ ହୋ ହାଲ୍ଲା କରିଥିଲେ । ପୋଡିୟମ ଆଗରେ ପ୍ରତିବାଦ କରିଥିଲା କଂଗ୍ରେସ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ ।

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହୋ ହାଲ୍ଲା କରିଥିଲେ ବିରୋଧୀ । ବିଜେପି କକ୍ଷତ୍ୟାଗ କରି ବିଧାନସଭା ଆଗରେ ଧାରଣା ଦେଇଥିଲେ । ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଛନ୍ତି ବିଜେପି ନେତା । ହାତରେ ପ୍ଲାକାର୍ଡ ଧରି ବିଧାନସଭା ସମ୍ମୁଖରେ ବିରୋଧୀ ପ୍ରତିବାଦ କରିଛନ୍ତି । ପ୍ଲାକାର୍ଡରେ ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କହିବା ବନ୍ଦ କର ବୋଲି ଲେଖା ରହିଛି । ଆରମ୍ଭରୁ ବିରୋଧୀ ହୋହାଲ୍ଲା କରିବା ପରେ ଆସାନ୍ତାକାଲି ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଅନ୍ୟପଟେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ଏହି ଘଟଣାରେ 5ଟି ସଚିବ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ଉଭୟଙ୍କ ନାମରେ ସିଧାସଳଖ ଆରୋପ ଲଗାଇଛନ୍ତି ଜୟନାରାୟଣ ।

ଜୟନାରାୟଣଙ୍କ ମନ୍ତବ୍ୟ ପରେ ପ୍ରସାନ୍ତ ମୁଦୁଲି କହିଛନ୍ତି ଯେ, ବିରୋଧୀ ଦଳ ନେତା ଏପରି କହିବା ଦୁର୍ଭାଗ୍ୟଜଣକ । ସେ ମାନସିକ ଭାରସାମ୍ୟ ହରାଇଛନ୍ତି । ମୋଟାମୋଟି କହିବାକୁ ଗଲେ ଗୃହ ବାହାରେ ନବ ଦାସ ହତ୍ୟା ପ୍ରସଙ୍ଗରେ ରାଜନୀତି ଚାଲିଛି ବୋଲି ଉତ୍ତର ରଖିଛନ୍ତି ସରକାରୀ ମୁଖ୍ୟ ସଚେତକ ।

ସେହିପରି ବିଜେପିର ଏହି ମନ୍ତବ୍ୟ ପରେ ନବ ଦାସଙ୍କ ଝିଅ ଦିପାଳୀ ଦାସ କହିଛନ୍ତି, ''ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ । ବାପା ଯିବା ପରେ ମୁଖ୍ୟମନ୍ତ୍ରୀ ଛିଡା ହୋଇଛନ୍ତି । ପରିବାର ପକ୍ଷରୁ ଅନୁରୋଧ କରୁଛି ଏହାକୁ ରାଜନୀତି ନ କରାଯାଉ । ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ବାସ ଅଛି । ଭଲ ବିଚାରପତିଙ୍କ ତଦାରଖରେ ତଦନ୍ତ ଚାଲିଛି ଆମ ପରିବାରକୁ ନ୍ୟାୟ ମିଳିବ ।''

ଇଟିିଭି ଭାରତ, ଭୁବନେଶ୍ବର

Last Updated :Feb 24, 2023, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.