ETV Bharat / state

ଖୋର୍ଦ୍ଧାରୁ 56 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ 4 ଗିରଫ

author img

By

Published : Feb 8, 2023, 2:20 PM IST

ବ୍ରାଉନସୁଗାର ଚାଲାଣ ବେଳେ ମାଡିବସିଲା ପୋଲସ । ଖୋର୍ଦ୍ଧାରୁ 560 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ 4 ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

brown sugar seized from khorda
brown sugar seized from khorda

brown sugar seized from khorda

ଖୋର୍ଦ୍ଧା: ନୟାଗଡରୁ ହେଉଥିଲା ବ୍ରାଉନସୁଗାର ଚାଲାଣ । ଖୋର୍ଦ୍ଧାରେ ମାଡି ବସିଲା ପୋଲିସ । ଆଜି ଖୋର୍ଦ୍ଧା ଜିଲ୍ଲା ତୋଟାପଡା ଛକରେ ଚଢାଉ କରି ଅଧକୋଟିର ବ୍ରାଉନସୁଗାର ଜବତ କରିବା ସହ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି ।

ଆଦର୍ଶ ଥାନା ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି । ଆଦର୍ଶ ଥାନା ପୋଲିସ ଚଢାଉ କରି ଆଜି 4ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ସୁଷମା ମଲିକ, ଶିବ ମଲିକ, ଜୟ ପ୍ରକାଶ ମଲିକ, ପ୍ରଦୀପ କୁମାର ମହପାତ୍ର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ 560 ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

ଏହାର ଆନୁମାନିକ ମୂଲ୍ୟ 56 ଲକ୍ଷ ଟଙ୍କା ହେବା ନେଇ ଜଣାପଡିଛି । ଏନେଇ ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ଜବତ ବ୍ରାଉନସୁଗାରକୁ ନୟାଗଡ଼ରୁ ଆଣୁଥିବା କହିଛନ୍ତି ଏସପି । ଖୋର୍ଦ୍ଧା ଏସପି ସୂଚନା ଦେଇଥିବା ବେଳେ ତାଙ୍କ ସହ ଏଡିପିଓ ଦିଲୀପ ଦାସ, ଆଦର୍ଶ ଥାନା ଅଧିକାରୀ ତାରିକ ଅହମଦ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: Anubhav-Varsha marital discord: ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ

ବାଲେଶ୍ବର ଭଳି ଖୋର୍ଦ୍ଧା ମଧ୍ୟ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି । ନିଶା ବେପାରୀମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି । ସବୁଠାରୁ ବଡ କଥା ହେଲା ଏହି ବେପାରରେ ଯୁବପିଢ଼ି ମଧ୍ୟ ସଂପୃକ୍ତ ରହୁଛନ୍ତି । ବ୍ରାଉନସୁଗାର ବେପାର ଉପରେ ନିୟନ୍ତ୍ରଣ କରିବା ପାଇଁ ଜିଲା ପୋଲିସ ଏବଂ ଅବକାରୀ ବିଭାଗ କଡା ନଜର ରଖିଥିଲେ ମଧ୍ୟ ବ୍ରାଉନ୍‌ସୁଗାରର ଚୋରା କାରବାର ବନ୍ଦ ହେଉନାହିଁ ।

ଓଡ଼ିଶାରେ ବାଲେଶ୍ବରକୁ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ କୁହାଯାଇଥାଏ । ବାଲେଶ୍ବରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ରାଉନସୁଗାର ଚାଲାଣ ହୋଇଥାଏ । ଅତୀତରେ ବାଲେଶ୍ବରରୁ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏବେ ଖୋର୍ଦ୍ଧା ସେହି ସ୍ଥାନ ନେଇଥିବା କଥା କୁହାଯାଉଛି । ସେହିଭଳି ବ୍ରାଉନସୁଗାର ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଖୋର୍ଦ୍ଧା ସହରରୁ ବ୍ରାଉନସୁଗାର ହଟାଇବା ପାଇଁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ।


ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.