ETV Bharat / state

ରାଜଧାନୀରେ ଦୀପାବଳି ପାଇଁ BMCର ପ୍ରସ୍ତୁତି, ମିିଠାର ଗୁଣବତ୍ତା ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ

author img

By ETV Bharat Odisha Team

Published : Nov 10, 2023, 1:03 PM IST

Updated : Nov 10, 2023, 3:24 PM IST

ଭୁବନେଶ୍ବରର ୨୧ଟି ସ୍ଥାନରେ ବିକ୍ରି ହେବ ବାଣ । ଦୋକାନଗୁଡ଼ିକରେ ମିିଠାର ଗୁଣବତ୍ତା ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ୍‌ । ଅଧିକ ପଢ଼ନ୍ତୁ

BMC preparation meeting for Diwali
BMC preparation meeting for Diwali

Diwali

ଭୁବନେଶ୍ବର: ଚଳିତ ବର୍ଷ ବିନା ବାଣରେ ପାଳନ ହେବ ଦୀପାବଳି । ରାଜଧାନୀରେ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୀପାବଳି ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି ।

ଭୁବନେଶ୍ୱରରେ ବାଣ ଦୋକାନ ପାଇଁ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ସେହି ୨୧ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଦୋକାନୀ ନିଜ ଦୋକାନରେ ଦୁଇଟି ଡଷ୍ଟବିନ୍ ରଖିବେ । ଦୋକାନରେ ସୁରକ୍ଷା ଦୃଷ୍ଟି କୋଣରୁ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍ ରଖିବେ । ନିଜ ଦୋକାନ ସହ ଦୋକାନର ୫ ମିଟର ପରିଧିକୁ ସ୍ୱଚ୍ଛ ରଖିବେ । ଏହି ସବୁ କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଏମ୍‌ସି, କମିଶନରେଟ ପୋଲିସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାଡ୍‌ ଗଠନ କରାଯାଇଛି । ତିନୋଟି ଯାକ ଜୋନ୍‌ରେ ଥିବା ଏହି ଦୋକାନଗୁଡ଼ିକୁ ସ୍କ୍ୱାଡ୍‌ ସଦସ୍ୟମାନେ ନିୟମିତ ପରିଦର୍ଶନ କରିବେ ।

ଏହା ମଧ୍ୟ ପଢନ୍ତୁ-ଦୀପାବଳି ପାଇଁ ସ୍ୱୟଂ ସହାୟକ ମହିଳା ତିଆରି କଲେ ରଙ୍ଗୀନ ଫ୍ୟାନ୍ସୀ ଦୀପ


ସେହିପରି ଦୀପାବଳି ସମୟରେ ମିଠା ଅଧିକ ବିକ୍ରି ହେଉଥିବାରୁ ଦୋକାନରେ ଏହାର ଗୁଣବତ୍ତା ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ମେୟର । କୌଣସି ସ୍ଥାନରେ ଅପମିଶ୍ରଣ ଓ ବାସୀ ଖାଦ୍ୟ ଥିବାର ସୂଚନା ପାଇବା ମାତ୍ରେ ବିଏମ୍‌ସି ଖାଦ୍ୟ ଯାଞ୍ଚ୍‌ ଟିମ୍‌ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଏପରିକି ଏହି ଖାଦ୍ୟ ସୁରକ୍ଷା ଟିମ୍ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ମୋବାଇଲ ଟେଷ୍ଟିଂ ଲାବ୍‌ର ଉପଯୋଗ କରିବେ । ପବିତ୍ର ଦୀପାବଳି ଅବସରରେ ଭୁବନେଶ୍ୱରବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କରିଛନ୍ତି ଭୁବନେଶ୍ୱର ମେୟର ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କମିଶନରେଟ୍‌ ପୋଲିସ, ଅଗ୍ନିଶମ ବିଭାଗ, ବିଏମ୍‌ସି, ସ୍ୱାସ୍ଥ୍ୟ ବିଭାଗ, ୱାଟ୍‌କୋ, ବିଦ୍ୟୁତ୍ ବିଭାଗ ଇତ୍ୟାଦି ସମନ୍ୱୟ ରକ୍ଷାକରି ନାଗରିକମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଦୀପାବଳି ପାଳନ ପାଇଁ ସମସ୍ତେ ନିଜ ନିଜ ସ୍ତରରେ ବାର୍ତ୍ତା ଓ ଭିଡିଓ ପ୍ରସ୍ତୁତ କରି ଏହାକୁ ସାମାଜିକ ଗଣମାଧ୍ୟରେ ପୋଷ୍ଟ କରିବା ସହ ବିଏମ୍‌ସିକୁ ଟ୍ୟାଗ୍ କରନ୍ତୁ । ଏହା ଆମ ସିଟି ଆକ୍ଟିଭେସନର ଏକ ଉପାଦାନ ଭଳି କାର୍ଯ୍ୟ କରିବ ଏବଂ ନାଗରିକ ସଂଯୋଗ ବୃଦ୍ଧି ପାଇବ । ଯାହା ଭୁବନେଶ୍ୱର ଫାଷ୍ଟକୁ ନିଶ୍ଚିତ କରିବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2023, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.