ETV Bharat / state

ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ରଣନୀତି: ବିଜେଡି

author img

By

Published : Apr 19, 2023, 11:03 PM IST

ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ରଣନୀତି : ବିଜେଡି
ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ରଣନୀତି : ବିଜେଡି

ସଞ୍ଜୟ ବାବୁ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ପୂର୍ବରୁ ଏଭଳି ସାମ୍ବାଦିକ ସମ୍ମିଳନୀ ଜରିଆରେ ପିତାଙ୍କୁ ହରାଇ ରାଜନୀତି ଭିତରକୁ ଆସିଥିବା ମହିଳାମାନଙ୍କୁ ସର୍ବସାଧାରଣରେ ଅପମାନିତ ଓ ଲାଞ୍ଛିତ କରିଛନ୍ତି । ତାହା ଓଡ଼ିଶାବାସୀ ଦେଖିଛନ୍ତି । ମାତ୍ର ନିଜ ପାର୍ଟିର ନେତାମାନଙ୍କ ଏଭଳି ବୟାନକୁ ବିଜେପିର ବରିଷ୍ଠ ନେତାମାନେ କେବେହେଲେ ନିନ୍ଦା ନ କରି ନିରବ ରହିଛନ୍ତି । ଅଧିକ ପଢନ୍ତୁ

ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ରଣନୀତି : ବିଜେଡି

ଭୁବନେଶ୍ବର: ସମ୍ବଲପୁର ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନିନ୍ଦା କରିଛି ବିଜେଡି । ଶାନ୍ତି ଫେରି ଆସୁଥିବାବେଳେ ଏହା କରି ଲୋକଙ୍କୁ ପୁଣିଥରେ ଉସୁକାଇବାକୁ ଚାହୁଁଛି ବିଜେପି । ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ଏହା ରଣନୀତି । ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ ବିଜେପି ନେତା କେବେ ମୁହଁ ଖୋଲନ୍ତି ନାହିଁ ବୋଲି ବିଜେଡି କହିଛି ।

ସମ୍ବଲପୁରରେ ଘଟିଥିବା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ପରେ ଶାନ୍ତି ଫେରି ଆସୁଥିବାବେଳେ ଓଡ଼ିଶା ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ଏହି ପ୍ରସଙ୍ଗକୁ ତେଜିବାକୁ ଚାହୁଁଛି । ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି । ଏହା ସଦାବେଳେ ସେମାନଙ୍କର ରଣନୀତି ରହିଆସିଛି ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ, ସମ୍ବଲପୁରରେ ଘଟିଥିବା ଏହି ସ୍ପର୍ଶକାତର ଘଟଣା ପଛର ଅପରାଧୀମାନଙ୍କ ବିରୋଧରେ ପୁଲିସ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ସମ୍ବଲପୁରବାସୀ ଦେଖିଛନ୍ତି । ତେଣୁ ଏଭଳି ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁରବାସୀଙ୍କୁ ଭ୍ରମିତ କରିବାକୁ ସେମାନେ କେବେବି ସଫଳ ହେବେ ନାହିଁ । ଯେହେତୁ ଏହି ମାମଲାରେ ସଂପୃକ୍ତ ଅପରାଧୀମାନେ ଗିରଫ ହୋଇ ସାରିଲେଣି, ସ୍ବାଭାବିକ ଭାବେ ସେମାନଙ୍କୁ ଉସୁକାଇଥିବା ଲୋକମାନେ ବି ଖୁବଶୀଘ୍ର ଧରା ପଡ଼ିଯିବେ ବୋଲି ଆଶା କରାଯାଉଛି । ଏହାକୁ ନେଇ ଓଡ଼ିଶା ବିଜେପି ବିବ୍ରତ ହୋଇପଡ଼ିଛି । ଏହି କାରଣରୁ ସେମାନେ ଏଭଳି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୁଛନ୍ତି ବୋଲି ବିଜେଡି କହିଛି ।

ସଞ୍ଜୟ ବାବୁ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ପୂର୍ବରୁ ଏଭଳି ସାମ୍ବାଦିକ ସମ୍ମିଳନୀ ଜରିଆରେ ପିତାଙ୍କୁ ହରାଇ ରାଜନୀତି ଭିତରକୁ ଆସିଥିବା ମହିଳାମାନଙ୍କୁ ସର୍ବସାଧାରଣରେ ଅପମାନିତ ଓ ଲାଞ୍ଛିତ କରିଛନ୍ତି । ତାହା ଓଡ଼ିଶାବାସୀ ଦେଖିଛନ୍ତି । ମାତ୍ର ନିଜ ପାର୍ଟିର ନେତାମାନଙ୍କ ଏଭଳି ବୟାନକୁ ବିଜେପିର ବରିଷ୍ଠ ନେତାମାନେ କେବେହେଲେ ନିନ୍ଦା ନ କରି ନିରବ ରହିଛନ୍ତି । ଧାନକିଣା, ଏମଏସପି, ଫସଲବୀମା ଆଦି ପଶ୍ଚିମ ଓଡ଼ିଶାବାସୀଙ୍କ ହିତରେ ଥିବା କୌଣସି ପ୍ରସଙ୍ଗରେ ଓଡ଼ିଶା ବିଜେପି କେବେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରେ ନାହିଁ । ପଦ୍ମପୁରକୁ ରେଳଲାଇନ ସଂଯୋଗ କେବେ ହେବ, ବର୍ଷବର୍ଷ ଧରି ଚାଲିଥିବା ସମ୍ବଲପୁର-କଟକ ଜାତୀୟ ରାଜପଥ ନିର୍ମାଣ କାମ କେବେ ସରିବ ଇତ୍ୟାଦି ପ୍ରସଙ୍ଗରେ ନିରବ ରହୁଥିବା ଓଡ଼ିଶା ବିଜେପି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ କେବେ କୌଣସି ସାମ୍ବାଦିକ ସମ୍ମିଳନୀ କରିବାର ନଜିର ନାହିଁ । ଅପରପକ୍ଷରେ ଓଡ଼ିଶା ବିଜେପି ଓଡ଼ିଶାବାସୀଙ୍କୁ ଅରାଜକ ବୋଲି କହି ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଅପମାନିତ କରିଆସୁଛି । ଏଥିପାଇଁ ଓଡ଼ିଶାବାସୀ କେବେବି ଓଡ଼ିଶା ବିଜେପିକୁ କ୍ଷମା ଦେବେ ନାହିଁ । ଓଡ଼ିଶା ବିଜେପିର ସଦବୁଦ୍ଧି ଜାତ ହୋଇଥିଲେ, ସେମାନେ ଏଭଳି ସାମ୍ବାଦିକ ସମ୍ମିଳନୀ ନକରି ଶାନ୍ତି ପାଇଁ ଆହ୍ବାନ ଦେଇ ପାରିଥାନ୍ତେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.