ETV Bharat / state

ଏଠି ରୁଦ୍ଧଦ୍ବାର ଆଲୋଚନା ହେଲା ପୁଣି ଦିଲ୍ଲୀ କାହିଁକି ଯିବେ ମୁଖ୍ୟମନ୍ତ୍ରୀ:ମନମୋହନ ସାମଲ

author img

By

Published : Aug 15, 2023, 11:02 PM IST

ଏଠି ରୁଦ୍ଧଦ୍ବାର ଆଲୋଚନା ହେଲା ପୁଣି ଦିଲ୍ଲୀ କାହିଁକି ଯିବେ ମୁଖ୍ୟମନ୍ତ୍ରୀ:ମନମୋହନ ସାମଲ
ଏଠି ରୁଦ୍ଧଦ୍ବାର ଆଲୋଚନା ହେଲା ପୁଣି ଦିଲ୍ଲୀ କାହିଁକି ଯିବେ ମୁଖ୍ୟମନ୍ତ୍ରୀ:ମନମୋହନ ସାମଲ

ରାଜନୀତିରେ କିଛି ଲୁଚା ଛପା ନାହିଁ । ରାଜନୀତି ସ୍ପଷ୍ଟ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଛି । ଗୃହମନ୍ତ୍ରୀ ଓଡିଶା ଆସିଥିବା ବେଳେ ଏଠି ମୁଖ୍ୟମନ୍ତ୍ରୀ ରୁଦ୍ଧ ଦ୍ବାର ଆଲୋଚନା କଲେ । ପୁଣି ଦିଲ୍ଲୀ କାହିଁକି ଯାଉଛନ୍ତି? ଆପଣମାନେ କଳ୍ପନା କରିବା ଉଚିତ । କେଉଁ ଦିଗରେ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ । ସମସ୍ତେ ଠିକ ଭାବେ ଆଲୋଚନା କରନ୍ତୁ ଏବଂ ବୁଝନ୍ତୁ । ଆପଣ ଇସାରା ଦେଖିଲେ ଜାଣି ନେବା ଦରକାର କଣ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭୁବନେଶ୍ବରରେ ରୁଦ୍ଧ ଦ୍ବାର ଆଲୋଚନା ହେଲା । ତାହା ହେଲେ ପୁଣି ଦିଲ୍ଲୀ କାହିଁକି ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଆଜି ବିଜେପି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ତେର୍ଛାବାଣ ମାରିଛନ୍ତି ।

ମନମୋହନ କହିଛନ୍ତି ‘‘ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଉଛନ୍ତି ଜାଣିଛି । କିନ୍ତୁ କଣ ପାଇଁ ଯାଉଛନ୍ତି ମୁଁ ଜାଣିନି। ଆପଣମାନେ ତାଙ୍କୁ ପଚାରନ୍ତୁ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଗଣତନ୍ତ୍ରିକ ପ୍ରକ୍ରିୟାରେ । ସଂଘୀୟ ବ୍ୟବସ୍ଥାରେ ଭେଟିବାରେ କିଛି ନୂତନତ୍ବ ନାହିଁ । କାରଣ ମମତା ବାନାର୍ଜୀ, ଷ୍ଟାଲିନ ବି ଯାଉଛନ୍ତି କିଛି ଅସୁବିଧା ନାହିଁ । ରାଜନୀତିରେ କିଛି ଲୁଚା ଛପା ନାହିଁ । ରାଜନୀତି ସ୍ପଷ୍ଟ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଛି । ଗୃହମନ୍ତ୍ରୀ ଓଡିଶା ଆସିଥିବା ବେଳେ ଏଠି ମୁଖ୍ୟମନ୍ତ୍ରୀ ରୁଦ୍ଧ ଦ୍ବାର ଆଲୋଚନା କଲେ । ପୁଣି ଦିଲ୍ଲୀ କାହିଁକି ଯାଉଛନ୍ତି? ଆପଣମାନେ କଳ୍ପନା କରିବା ଉଚିତ । କେଉଁ ଦିଗରେ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ । ସମସ୍ତେ ଠିକ ଭାବେ ଆଲୋଚନା କରନ୍ତୁ ଏବଂ ବୁଝନ୍ତୁ । ଆପଣ ଇସାରା ଦେଖିଲେ ଜାଣି ନେବା ଦରକାର କଣ ହୋଇଛି । ’’

ସେହିପରି ମନମୋହନ କହିଛନ୍ତି ବିଜେଡି ବିଜେପି ସମ୍ପର୍କ କେତେଦିନ ରେକର୍ଡ ବଜେଇବା । ସ୍ବାଧୀନତା ଦିବସରେ ଅଥଚ ଏହାକୁ ନବଜାଯାଉ । ଲଢେଇ ଦୁଇ ଦଳ ଭିତରେ ହେବ ନିର୍ଣ୍ଣାୟକ ଲଢେଇ ହେବ । ବିଜେପି ବିଜେଡି ଭିତରେ ହିଁ ଲଢେଇ ହେବ । ବିଜେପି ଯଶସ୍ବୀ ହେବ । ଲୋକମାନେ ଆମ ସାଙ୍ଗେ ଅଛନ୍ତି, ଆଉ କଂଗ୍ରେସ କଥା ଗାଁ ଗହଳିର ଲୋକମାନେ କହିବେ । ଆମେ କହିବୁ ନାହିଁ। କଂଗ୍ରେସ ବିଷୟରେ କହିବା ବା ଚର୍ଚ୍ଚା ଉଚିତ ହେବ ନି । କଂଗ୍ରେସର ପରିଚୟ ବିଷୟରେ ସମସ୍ତେ ଜାଣିଛନ୍ତି କଂଗ୍ରେସ କଣ କରୁଛି ତାର ବିଗତ ଇତିହାସ କଣ । କଂଗ୍ରେସ ଯାହା କହୁଛି ମୁଁ ସେମିତି ଶୁଣି ନେଉଛି। କଂଗ୍ରେସ ବିରୋଧୀ ଦଳ ଭାବେ ଦିଲ୍ଲୀରେ ପହଞ୍ଚିବ, ସେମାନେ ଯେତେ ଦଳ ମିଶି ଏକ ମଜବୁତ ବିରୋଧୀ ଦଳ ହେବାକୁ ଚେଷ୍ଟା କରନ୍ତୁ । ଦଶ ବର୍ଷ ହେଲା ବିରୋଧୀ ଦଳର ମାନ୍ୟତା ପାଉ ନାହାଁନ୍ତି । ଆମେ ଦୁଇ ରୁ ଏକାକୀ ତିନି ଶହ ତିନରେ ପହଞ୍ଚି ସାରିଲୁଣି । ସେମାନେ କାହିଁକି ବିରୋଧୀ ଦଳ ମାନ୍ୟତା ପାଉ ନାହାଁନ୍ତି ସେ ନେଇ ସମୀକ୍ଷା କରିବା ଉଚିତ।

ସେହିପରି ଆଗୁଆ ନିର୍ବାଚନକୁ ନେଇ ପୁଣି ଥରେ ମନମୋହନ କହିଛନ୍ତି ଆଗୁଆ ନିର୍ବାଚନ ଲାଗି ଆମେ ପ୍ରସ୍ତୁତ ଅଛୁ । ଆଗୁଆ ନିର୍ବାଚନ କଥା ମୁଁ ଏକ ବର୍ଷ ହେଲା କହି ଆସୁଛି । ତାଙ୍କର ଯୋଜନା ଅଛି ଆଗୁଆ ନିର୍ବାଚନ ପାଇଁ । ସମୟ କହିବ କଣ ହେବ।

ସୂଚନାଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସାମ୍ଭାବ୍ୟ ଦିଲ୍ଲୀ ଗସ୍ତ ନେଇ ରାଜ୍ୟ ରାଜନୀତିରେ ଭିନ୍ନଭିନ୍ନ ଚର୍ଚା ଚାଲିଛି । କିନ୍ତୁ ମୁଖ୍ୟମନ୍ତ୍ରୀ କେବେ ଦିଲ୍ଲୀ ଯିବେ, କାହିଁକି ଯିବେ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.