ETV Bharat / state

5T Controversy: ଅଯଥାରେ 5T ନାମକରଣ କରି ନିଜ ଦୁର୍ବଳତା ଢାଙ୍କୁଛନ୍ତି କହିଲେ ପ୍ରତାପ

author img

By

Published : Jul 13, 2023, 7:55 PM IST

Updated : Jul 13, 2023, 8:51 PM IST

5T ସଚିବ ଗୋଟେ ସାମ୍ବିଧାନିକ ପଦବୀ ନୁହେଁ । 5T ନାମକରଣ କରି ନିଜ ଦୁର୍ବଳତା ଢାଙ୍କୁଛନ୍ତି କହିଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

Pratap sarangi reaction on 5T
Pratap sarangi reaction on 5T

5T Controversy: ଅଯଥାରେ 5T ନାମକରଣ କରି ନିଜ ଦୁର୍ବଳତା ଢାଙ୍କୁଛନ୍ତି କହିଲେ ପ୍ରତାପ

ଭୁବନେଶ୍ବର: 5T ସଚିବ ଗୋଟେ ସାମ୍ବିଧାନିକ ପଦବୀ ନୁହେଁ । 5Tର ମନ୍ତ୍ରୀ କିଏ ? ଅନ୍ୟ ଯେଉଁ ବିଭାଗର ସଚିବ ଅଛନ୍ତି, ସେଥିରେ ମନ୍ତ୍ରୀ ମଧ୍ୟ ଅଛନ୍ତି । 5T ବିଭାଗ ନାହିଁ କି ମନ୍ତ୍ରୀ କେହି ନାହାନ୍ତି । ତେଣୁ ଅଯଥାରେ 5T ନାମକରଣ କରି ନିଜ ଦୁର୍ବଳତାକୁ ଢାଙ୍କିବା ପାଇଁ କରୁଛନ୍ତି । ଏତେ ଭ୍ରଷ୍ଟାଚାର ହୋଇଯାଇଛି ଯେ ସ୍ବଚ୍ଛତାର ଖୋଳପା ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ଏନେଇ ପ୍ରତାପ କହିଛନ୍ତି, "ସରକାର ସ୍ବଚ୍ଛତାର ଖୋଳପା ଲଗାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଭିତରୁ ଏହା ଫମ୍ପା । ସଚିବ ଅଭିଯୋଗ ଆଣିବା ପାଇଁ ଯଦି ଯାଉଛନ୍ତି ତେବେ ମନ୍ତ୍ରୀମାନେ କାହିଁକି ଯାଇ ସଚିବଙ୍କ ପାଇଁ ରାସ୍ତା ସଫା କରୁଛନ୍ତି । ଏହା ଗଣତନ୍ତ୍ରର ହତ୍ୟା । ଲୋକ ପ୍ରତିନିଧିମାନଙ୍କୁ ଅପମାନଜନକ ଭାବରେ ସଚିବ ଯିବା ପୂର୍ବରୁ ତାଙ୍କ ରାସ୍ତା ପରିଷ୍କାର କରିବା ପାଇଁ କାମରେ ଲଗାଇବା ଗଣତନ୍ତ୍ରର ହତ୍ୟା । ଅଭିଯୋଗ ଆଣିବା ସାଧାରଣ କାମ । ତାଙ୍କ ବିଭାଗରେ ଯେତେ ଅଫିସର ଅଛନ୍ତି, ତାଙ୍କୁ କାମରେ ଲଗାଇ ପାରନ୍ତେ । ଜିଲ୍ଲାପାଳ, ବିଡ଼ିଓ ଓ ଅନ୍ୟ ଅଫିସର ମାନେ ଅଭିଯୋଗ ଆଣିବା ପାଇଁ ଅଛନ୍ତି । କିନ୍ତୁ ଅଭିଯୋଗ ଆଣିବା ପାଇଁ ଜଣେ ସଚିବ ଯିବେ ଓ ତାଙ୍କ ଗସ୍ତ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେବ, ହେଲିକପ୍ଟର ବ୍ୟବହାର ହେବ । ଯାହାକି ଆଇନ ସମ୍ମତ ନୁହେଁ ।"

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବିବାଦ: ବିଜେଡି କହିଲା ବିରୋଧ ନୁହେଁ, ପ୍ରତିଯୋଗିତା କରନ୍ତୁ

ସେ ଆହୁରି କହିଛନ୍ତି," ଅଭିଯୋଗ ଶୁଣିବା ନାଁରେ ରାଜନୀତିକରଣ କରାଯାଉଛି ଏବଂ ପ୍ରଚାର କରାଯାଉଛି । ଜଣେ ସଚିବ କେମିତି ଅର୍ଥ ଅନୁମୋଦନ କରିଦେବେ । ବଜେଟରେ ବ୍ୟବସ୍ଥା ନାହିଁ କି ବିଧାନସଭାରେ ମଞ୍ଜୁର ହେଉନି । ଗଣତାନ୍ତ୍ରିକ ନିୟମାବଳୀକୁ ଉଲ୍ଲଙ୍ଘନ କରି ଜଣେ ସଚିବ ଶହ ଶହ କୋଟି ଟଙ୍କା ମଞ୍ଜୁର କରିଦେଉଛନ୍ତି । ଏହା କେମିତି ହୋଇପାରିବ ? ସେହିପରି ମିଶନ ଶକ୍ତି ବିଭାଗ କେନ୍ଦ୍ର ସରକାରଙ୍କ ପଇସାକୁ ବିଜେଡି ସରକାର ଦୁରୂପଯୋଗ କରୁଛନ୍ତି । ଗତକାଲି ମିଶନ ଶକ୍ତି ପକ୍ଷରୁ ଏକ ଅଡିଓ ଭାଇରାଲ ହେଉଛି । ଯଦି ତାହା ମିଛ ତେବେ କୋର୍ଟ ରେ ଚ୍ୟାଲେଞ୍ଜ କରୁନାହାନ୍ତି । "

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ପ୍ରତିକ୍ରିୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, " ତଳ ସ୍ତରର ଲୋକଙ୍କର ମୌଳିକ ସମସ୍ୟାର ସମାଧାନ ହେବନାହିଁ, ଅଧିକାର ପାଇବେ ନାହିଁ, ତାହେଲେ ଅଭିଯୋଗ ଶୁଣାଣିର ମାନେ କଣ ? ଏ ସରକାର ଚଲତି କା ନାମ ଗାଡ଼ି, ଗାଡି ଚାଲିଛି । ସରକାର ଚାଲୁଛି ବୋଲି ଲୋକ କିଛି ଅନୁଭବ କରୁଛନ୍ତି କି ? ମୁଖ୍ୟମନ୍ତ୍ରୀ ଅଭିଯୋଗ ଉପରେ କେବେ ବି ବିଶ୍ବାସ କରନ୍ତି ନାହିଁ । ଅଭିଯୋଗ ଶୁଣିବା ନାଁରେ ଖାଲି ପ୍ରହସନ ଚାଲିଛି, ଯାହାର କିଛି ମୂଲ୍ୟ ନାହିଁ । ମନ୍ତ୍ରୀମାନେ ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କର ଦେଖା ପାଉନାହାଁନ୍ତି, ଅଭିଯୋଗ କଣ କରିବେ ?"

୨୩ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୨୩ଥର ଯାଇଛନ୍ତି କି ନାହିଁ ସନ୍ଦେହ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ସମୀର ଦେ ଦୁଇ ତିନି ଥର ନେବା ପାଇଁ ଚେଷ୍ଟା କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ କେତେ ସମୟ ବସିଥିଲେ ଏବଂ କାହା ଅଭିଯୋଗ ଶୁଣିଥଲେ ତାହା ସମସ୍ତଙ୍କୁ ଜଣା ଅଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଉପରେ କେବେ ବି ବିଶ୍ବାସ କରନ୍ତି ନାହିଁ । ଅଭିଯୋଗ ଶୁଣିବା ନାଁରେ ଖାଲି ପ୍ରହସନ ଚାଲିଛି ଯାହାର କିଛି ମୂଲ୍ୟ ନାହିଁ ବୋଲି କହିଛନ୍ତି ମନମୋହନ। ସୂଚନା ଥାଉ କି ୫ଟି ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସହିତ ଜନସଭାରେ ଯୋଗ ଦେଉଛନ୍ତି । ଏହାକୁ ବିରୋଧୀ ତୀବ୍ର ବିରୋଧ କରିଛନ୍ତି । ଏପରି ଗସ୍ତ ଓ ଘୋଷଣାକୁ ଅସାମ୍ବିଧାନିକ ଦର୍ଶାଇ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବିରେ ଡିଓପିଟିଙ୍କୁ ଚିଠି ଲେଖିଥିଲେ । ଯାହାର ଉତ୍ତର ଏବେ ବି ଆସିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 13, 2023, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.