ETV Bharat / state

ମୁଖ୍ୟମନ୍ତ୍ରୀ ଜାପାନ ଛାଡ଼ି କୋଟିଆ ଚାଲ: ବିଜେପି

author img

By

Published : Apr 3, 2023, 7:02 PM IST

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ବିଜେପି ବିଧାୟକଙ୍କ ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ବିଜେପି ବିଧାୟକଙ୍କ ପ୍ରତିକ୍ରିୟା

ଆଜିଠାରୁ ୬ ଦିନିଆ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଜାପାନ ଗସ୍ତ କେବଳ ଧୂଆଁବାଣ, ମୁଖ୍ୟମନ୍ତ୍ରୀ ଜାପାନ ଛାଡ଼ି କୋଟିଆ ଚାଲନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ବିଜେପି ବିଧାୟକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଜାପାନ ଗସ୍ତ । ଜାପାନର ତିନୋଟି ସହରରେ ବାଣିଜ୍ୟିକ ସମ୍ମିଳନୀ ସହିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଦେଶୀ ପୁଞ୍ଜି ପାଇଁ କେତେକ ପ୍ରମୁଖ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବେ ବୋଲି କୁହାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଛି ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଜାପାନ ଗସ୍ତରେ ଯାଇଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । ଜାପାନ ଗସ୍ତ କେବଳ ଧୂଆଁବାଣ, ମୁଖ୍ୟମନ୍ତ୍ରୀ ଜାପାନ ଛାଡ଼ି କୋଟିଆ ଚାଲନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ଏନେଇ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି,"ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲୁ ଯେ, ମୁଖ୍ୟମନ୍ତ୍ରୀ ଜାପାନ ଛାଡ଼ି କୋଟିଆ ଚାଲ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଧୂଆଁବାଣ । ନିର୍ବାଚନୀ ପ୍ରଚାର । ଗ୍ରାଉଣ୍ଡ ରିଆଲିଟି କିଛି ଅଲଗା । ଭିତ୍ତିଭୂମିର ବିକାଶ ଏଠାରେ ହେଉନାହିଁ । ଯିଏ ବି ଶିଳ୍ପପତି ଏଠାକୁ ଆସୁଛନ୍ତି ସେମାନେ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁ ନାହାନ୍ତି । ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । 5T ନାଁ ପାଇଁ ହିଁ କେହି ଇନଭେଷ୍ଟମେଣ୍ଟ କରିବାକୁ ଆସୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓଡ଼ିଶାରେ ଲ' ଲେସ୍‌ନେସ୍‌ ଚାଲିଛି । ସେତେବେଳେ ବିଜେଡି ନେତାମାନେ କହିଥିଲେ ଓଡ଼ିଶା ଶାନ୍ତିର ରାଜ୍ୟ । ଗତ ୨୩ ବର୍ଷ ଧରି ସ୍ଥାୟୀ ସରକାର । ସେଥିପାଇଁ FDI ଅଧିକା ହେଉଛି । ତେବେ ସାରା ଭାରତରେ ଇକ୍ୟୁଟି ଫ୍ଲୋ ଅଫ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟରେ ଓଡିଶା ୧୯ତମ ସ୍ଥାନରେ ଅଛି । ଏହା କିପରି ? ଓଡିଶାରେ ଯାହା ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ହେଉଛି, ତାହାର ପ୍ରତିଶତ ବହୁତ କମ । ଏଥିରୁ ଜଣା ପଡ଼ିଯାଉଛି ମେକ୍‌ ଇନ୍‌ ଓଡିଶା କନକ୍ଲେଭ ପରେ ଯେଉଁ ପୁଞ୍ଜି ଓଡିଶାକୁ ଆସିବା କଥା ତାହା ଫେଲ ମାରିଛି । ମେକ୍‌ ଇନ୍‌ ଓଡିଶା ତୃତୀୟ ସଂସ୍କରଣରେ କେତେ ଲାଭ ହେଲା ଓଡ଼ିଶାର ? ବହୁତ ଏମଓୟୁ ସାଇନ ହୋଇଥିଲା, ତାହା ବି ଫେଲ ମାରିଛି । ଓଡିଶାରେ ବେକାରୀ ଜାତୀୟ ହାରଠୁ ଅଧିକ । ରାଜ୍ଯରେ ୩୨ ଲକ୍ଷ ଯୁବକ ଯୁବତୀ ବେକାର ଅଛନ୍ତି । ଓଡିଶାବାସୀ ଆଶା କରିବେ କେମିତି ଜଲ୍‌ଦି ସୁଯୋଗ ମିଳୁ ।" ତେଣୁ ଏ ଜାପାନ ଗସ୍ତ କେବଳ ଧୂଆଁବାଣ, ଗ୍ରାଉଣ୍ଡ ଜିରୋରେ କିଛି ହେଉନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଜାପାନରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ଜାପାନର ତିନୋଟି ସହରରେ ବାଣିଜ୍ୟିକ ସମ୍ମିଳନୀରେ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ଅଧିକାରୀ ମାନେ ଯାଉଥିବା ଜଣାପଡିଛି । ବିଦେଶୀ ପୁଞ୍ଜି ପାଇଁ ସେ କେତେକ ପ୍ରମୁଖ ନିବେଶକଙ୍କୁ ଭେଟିବେ ବୋଲି କୁହାଯାଉଛି । ସେହିପରି ଗତବର୍ଷ ମୁଖ୍ୟମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇଥିଲେ । ଫେରିବା ବାଟରେ ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ । ଜାପାନରୁ ଅଧିକ ପୁଞ୍ଜି ଆଣିବାକୁ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ । ମୁଖମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କର ଏହା ତୃତୀୟ ବିଦେଶ ଗସ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.