ETV Bharat / state

ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବ ବିଜେପି: ମୋହନ ମାଝୀ

author img

By

Published : Jul 6, 2023, 6:56 AM IST

୨୦୨୪ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ରାଜ୍ୟ କାର୍ଯ୍ୟାଳୟରେ ବୈଠକ ପରେ ବୈଠକ ବସୁଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ବିଜେପି ବର୍ଷେ ଆଗରୁ ଯୋଜନା ପ୍ରସ୍ତୁତ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଡବଲ ଇଂଜିନ ସରକାର କରିବ ବିଜେପି
ରାଜ୍ୟରେ ଡବଲ ଇଂଜିନ ସରକାର କରିବ ବିଜେପି

ରାଜ୍ୟରେ ଡବଲ ଇଂଜିନ ସରକାର କରିବ ବିଜେପି

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ପାଇଁ ବିଜେପି ଗୌହାଟୀରେ ବ୍ଲ୍ୟୁପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି । ଆସନ୍ତାକାଲି ଗୌହାଟୀରେ ବୈଠକ ବସିବ । ଏହି ବୈଠକରେ ସବୁ ରାଜ୍ୟର ସଭାପତି ଓ ପ୍ରଭାରୀ ଯୋଗଦେବେ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପ୍ରସ୍ତୁତ ହେଉଛି । ସେପଟେ ରାଜ୍ୟ କାର୍ଯ୍ୟାଳୟରେ ବୈଠକ ପରେ ବୈଠକ ବସୁଛି । କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ବିଜେପି ଫୋକସରେ ଓଡ଼ିଶା ରହିଛି । ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବ । ଏଥିପାଇଁ ବର୍ଷେ ପୂର୍ବରୁ ବିଜେପି ଯୋଜନା ପ୍ରସ୍ତୁତ କରିଛି । ମିନିଟ୍‌ ଟୁ ମିନିଟ୍‌ ପ୍ରୋଗ୍ରାମ ଜାରି ରହିଛି । ବିଜେପି ୨୦୧୯ରେ ଥରେ ଫେଲ୍‌ ହୋଇଛି । ଯିଏ ଫେଲ୍‌ ହୁଏ, ତାକୁ ପାସ୍‌ କରିବାକୁ ପ୍ରେରଣା ମିଳେ । ଗତଥର ଫେଲ୍‌ ହୋଇଥିଲୁ, ଏଥର ତୀକ୍ଷ୍ଣ ଯୋଜନା କରିଛୁ । ଆମେ ଫେଲ ହୋଇଥିଲୁ କିନ୍ତୁ ଆମର ଭୋଟ ପ୍ରତିଶତ ବଢିଥିଲା । ରାଜ୍ୟକୁ ନେଇ ରାଷ୍ଟ୍ରୀୟ ନେତୃ ମଣ୍ଡଳୀ ସିରିୟସ୍‌ ଅଛନ୍ତି । ରାଜ୍ୟ ନେତୃତ୍ବ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ମେ' ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ମହାଜନସମ୍ପର୍କ ଅଭିଯାନର ଅବଧି ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଜେପି ଏକ ବଡ଼ ଦଳ । ତାର ସ୍ବତନ୍ତ୍ର ରଣନୀତି ମଧ୍ୟ ରହିଛି । ଜନସମ୍ପର୍କ ଅଭିଯାନରେ ଆମେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛୁ । ଲୋକମାନେ ବି ସଚେତନ ହେଲେଣି । ଚାହୁଁଛନ୍ତି ରାଜ୍ୟରେ ପରିବର୍ତ୍ତନ ହେଉ ।"

ଏହା ମଧ୍ୟ ପଢ଼ନ୍ତୁ...୨୫ ବର୍ଷରେ ବିଜେଡି କିଛି କରିନି, ୫ ବର୍ଷ ବିଜେପି ସରକାରରେ ଆସିଲେ ତାହାଠୁ ଅଧିକ କରିବ: ମନମୋହନ ସାମଲ

ସେ ଆହୁରି କହିଛନ୍ତି, "ବିଜେପି ଯେଉଁ ସବୁ ସିଟରେ ହାରିଛି, ସେ ସବୁ ସିଟରେ ଅନୁରୂପକ ଭୋଟ ରହିଛି । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବ ଆସିବେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା । ଓଡ଼ିଶା ରାଜ୍ୟର ସ୍ଥିତି ଉପରେ ଆଲୋଚନା ହୋଇଛି । ଗୌହାଟୀରେ ମଧ୍ୟ ସେପଟେ ଅଞ୍ଚଳର ସ୍ଥିତି ଉପରେ ଆଲୋଚନା ହେଉଛି । ସବୁ ରାଜ୍ୟରେ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ପରେ କେନ୍ଦ୍ର ରଣନୀତି ପ୍ରସ୍ତୁତ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.