ETV Bharat / state

ଧାରଣାରତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଭେଟିଲା ବିଜେପି, ବିଧାନସଭାରେ ଦାବି ଉଠାଇବାକୁ ଦେଲା ପ୍ରତିଶୃତି

author img

By ETV Bharat Odisha Team

Published : Sep 25, 2023, 8:32 PM IST

ଗତ 4 ଦିନ ହେଲା ଲୋୟର ପିଏମଜିରେ ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ। ଆନ୍ଦୋଳନକାରୀଙ୍କ ଦାବି ବିଷୟରେ ଆଲୋଚନା କରି ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବିଜେପି । ଅଧିକ ପଢନ୍ତୁ

bjp supported the agitating sarpanch
ଲୋୟର ପିଏମଜିରେ ବିଜେପି ପ୍ରତିନିଧି ଦଳ

ଲୋୟର ପିଏମଜିରେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ଧାରଣା ସ୍ଥଳ ଲୋୟର ପିଏମଜିରେ ବିଜେପି ପ୍ରତିନିଧି ଦଳ । ଧାରଣାରତ ସରପଞ୍ଚ ଓ ସମିତି ସଭ୍ୟ ସଦସ୍ୟଙ୍କୁ ବିଧାୟକମାନେ ଭେଟିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ଦଳ ଏବଂ ବିଜେପି ନେତା ସମୀର ମହାନ୍ତି ପହଞ୍ଚି ସେମାନଙ୍କୁ ଭେଟିଥିବା ଜଣାପଡିଛି । ଆନ୍ଦୋଳନକାରୀଙ୍କ ଦାବି ବିଷୟରେ ଆଲୋଚନା କରି ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବିଜେପି । ସେମାନଙ୍କର ଦାବିକୁ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।


ସୂଚନା ଅନୁସାରେ, ଗତ 4 ଦିନ ହେଲା ଲୋୟର ପିଏମଜିରେ ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସରକାର ଅଣଦେଖା କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେଣୁ ୧୫ ଦଫା ଦାବି ନେଇ ଜିଦରେ ଅଡି ବସିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ଆଉ ଯେପର୍ଯ୍ୟନ୍ତ ସରକାର ସେମାନଙ୍କ କଥା ନ ଶୁଣିଛନ୍ତି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ମହାସଂଘ । ମହାସଂଘ ସଭାପତି କହିଛନ୍ତି, "ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ସ୍ଵତନ୍ତ୍ର ସ୍ୱାୟତ୍ତ ଶାସନ । ପୂର୍ବରୁ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମିଳିତ ଦସ୍ତଖତରେ ସବୁ ଯୋଜନାର ଅର୍ଥ ପୈଠ କରିପାରୁଥିଲେ । ହେଲେ ସରକାର ନୂଆ ନିୟମ କରିଛନ୍ତି । ୫୦ ଲକ୍ଷରୁ ଅଧିକ ଟଙ୍କା ହେଲେ ବିଡିଓଙ୍କ ଦସ୍ତଖତ ଦରକାର । କିନ୍ତୁ ବିଡିଓଙ୍କ ପାଖରୁ ସେତିକି ଅର୍ଥ ଆସୁନାହିଁ । ଏହି ନିୟମକୁ ସରକାର ହଟାଇ ଦିଅନ୍ତୁ।"

ଏହା ବି ପଢନ୍ତୁ...ସିଏମ୍‌ଓ ସହ ଆଲୋଚନା ପରେ ନିଷ୍ପତ୍ତି, ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଏହା ବି ପଢନ୍ତୁ...ରାଜଧାନୀ ରାଜରାସ୍ତାରେ ଆଶାକର୍ମୀ, 17 ଦଫା ଦାବି ନେଇ ଆନ୍ଦୋଳନ



ସେ ଆହୁରି ମଧ୍ୟ କହିଛନ୍ତି, "ପଲ୍ଲୀ ସଭା ଏବଂ ଗ୍ରାମସଭାକୁ ଗୁରୁତ୍ଵ ଦିଆଯାଉ । ସରପଞ୍ଚମାନଙ୍କୁ ଭତ୍ତା ମାସିକ ୩୦ ହଜାରକୁ ବୃଦ୍ଧି ଏବଂ ଅବସର ପରେ ମାସକୁ 5 ହଜାର ଲେଖାଏଁ ପ୍ରଦାନ କରାଯାଉ । ଏହା ସହିତ ସ୍ଵାସ୍ଥ୍ୟ କାର୍ଡ ଏବଂ ସରପଞ୍ଚଙ୍କ କାର୍ଯ୍ୟ ଅବଧି ମଧ୍ୟରେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କା ପରିବାରକୁ କ୍ଷତିପୂରଣ ଦିଆଯାଉ । ଏପରି ୧୫ ଦଫା ଦାବି ନେଇ ଲୋୟର ପିଏମଜିରେ ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣାରେ ବସିଥିବା ଜଣାପଡ଼ିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ଦଳ ଏବଂ ବିଜେପି ନେତା ସମୀର ମହାନ୍ତି ପହଞ୍ଚି ସେମାନଙ୍କୁ ଭେଟିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.