ETV Bharat / state

ରାଜଧାନୀ ରାଜରାସ୍ତାରେ ଆଶାକର୍ମୀ, 17 ଦଫା ଦାବି ନେଇ ଆନ୍ଦୋଳନ

author img

By ETV Bharat Odisha Team

Published : Sep 25, 2023, 7:30 PM IST

ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । ଅଙ୍ଗନୱାଡ଼ି କର୍ମୀଙ୍କ ପରେ 17 ଦଫା ଦାବି ନେଇ ଗର୍ଜିଲେ ହଜାର ହଜାର ଆଶାକର୍ମୀ । ଅଧିକ ପଢ଼ନ୍ତୁ

ରାଜଧାନୀ ରାଜରାସ୍ତାରେ ଆଶାକର୍ମୀ
ରାଜଧାନୀ ରାଜରାସ୍ତାରେ ଆଶାକର୍ମୀ

ରାଜଧାନୀ ରାଜରାସ୍ତାରେ ଆଶାକର୍ମୀ

ଭୁବନେଶ୍ବର: ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାକର୍ମୀ । ଅଙ୍ଗନୱାଡ଼ି କର୍ମୀଙ୍କ ପରେ 17 ଦଫା ଦାବି ନେଇ ଗର୍ଜିଲେ ହଜାର ହଜାର ଆଶାକର୍ମୀ । ରାଜ୍ୟ ସରକାର ମାଆକୁ ସମ୍ମାନ କଥା କହୁଥିବା ବେଳେ ଆମେ ବର୍ତ୍ତମାନ ସୁଦ୍ଧା ସମ୍ନାନ ପାଇଲୁ ନାହିଁ ଏହାସହ 2006 ମସିହା ଠାରୁ କାମ କାରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ସଠିକ ପାରିଶ୍ରମିକ ମିଳୁନଥିବା ଆଶାକର୍ମୀମାନେ ଦାବି କରିଛନ୍ତି ।

ଆଶାକର୍ମୀ ମାନଙ୍କର ମୁଖ୍ୟ ଦାବି ଗୁଡ଼ିକ ହେଲା, ସେମାନଙ୍କ ଦରମାକୁ 26 ହଜାର ଟଙ୍କାକୁ ବୃଦ୍ଧି କରିବା । ସ୍ଥାୟୀ କର୍ମଚାରୀ ଭାବରେ ମାନ୍ୟତା ଦିଆଯିବା । ମାସିକ ପ୍ରୋତ୍ସାହନ ରାଶି ନୁହେଁ ବରଂ ଦରମା ଦିଆଯାଉ । ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ଅଧିକ ଅନୁଦାନ ଦେଇ ସ୍ଥାୟୀ କରିବା । ଆଶାକର୍ମୀମାନଙ୍କୁ 10 ହଜାର ଟଙ୍କା ପେନସନ ଦିଆଯାଉ । ଅବସର ଓ ମୃତ୍ୟୁକାଳୀନ ସହାୟତା 8 ଲକ୍ଷ ଟଙ୍କା ଦିଆଯାଉ । ପ୍ରତ୍ୟେକ ଆଶାକର୍ମୀଙ୍କୁ BSKY ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ। କେନ୍ଦ୍ର ସରକାର ଘୋଷଣା କରିଥିବା ମାସିକ ପ୍ରୋତ୍ସାହନ ରାଶି 1 ହଜାର ଟଙ୍କା କରାଯାଉ । ବର୍ଷକୁ 10 ହଜାର ଟଙ୍କା କଣ୍ଟି ଜେନ୍ସୀ ପାଣ୍ଠିରୁ ସୁନିଶ୍ଚିତ କରାଯାଉ । ସମସ୍ତ ଆଶା କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦିଆଯିବା ନେଇ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଭିନ୍ନ ସମସ୍ୟା ସମାଧାନ ଦାବିରେ CDMOଙ୍କୁ ଆଶାକର୍ମୀଙ୍କ ଦାବିପତ୍ର

ଏହାସହ ଆଶାକର୍ମୀଙ୍କ କାର୍ଯ୍ୟ କ୍ଷେତ୍ରକୁ ଯିବା ପାଇଁ ଟଙ୍କା ଦିଆଯାଉ । ଶ୍ରମିକ ବିରୋଧୀ 4ଟି ଶ୍ରମ କୋର୍ଡ ପ୍ରତ୍ୟାହାର କରାଯାଉ। BKSY ଅନୁଦାନ ରାଶିକୁ ବୃଦ୍ଧି କରିବା ପାଇଁ ଦାବି ରହିଛି । ତେବେ ଆଶାକର୍ମୀମାନେ ଦୁର୍ଘଟଣା ଜନିତ ଆର୍ଥିକ କ୍ଷତି ମଧ୍ୟ ସରକାର ଯୋଗାଇ ଦେବା ଆବଶ୍ୟକ। ମମତା ସ୍କିମ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ବ ଆଶାକର୍ମୀଙ୍କୁ ଦିଆଯାଉ। ଆଶାକର୍ମୀଙ୍କ ବକେୟା ମାସିକ ପାଉଣା, ତାଲିମ ଓ ଅନ୍ୟାନ୍ୟ ସହାୟତା ରାଶି ତୁରନ୍ତ ଦେବା ପାଇଁ ଦାବି ରଖିଛନ୍ତି । ସେପଟେ ବିଭିନ୍ନ ବ୍ଲକର ଆଶାକର୍ମୀମାନଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ଅଶାଳୀନ ବ୍ୟବହାର ଓ ନିଜ ମନୋଭାବ ବନ୍ଦ କରିବା କରିବା ସହ ସମସ୍ତ ସରକାରୀ ମେଡିକାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନିଯୁକ୍ତି ସହ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା କରିବା ପାଇଁ ଦାବି ରଖିଛନ୍ତି । ଯଦି ସେମାନଙ୍କର ଦାବିରେ ରାଜ୍ୟ ସରକାର ରାଜି ନହୁଅନ୍ତି ତେବେ ଅନିର୍ଦ୍ଦିଷ୍ଟ ପାଇଁ କାମ ବନ୍ଦ ରହିବ ବୋଲି ଆଶାକର୍ମୀମାନେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.