ETV Bharat / state

ନବ ଦାସଙ୍କୁ ହତ୍ୟା ଘଟଣା: ବିଜୟ ବଡ ପ୍ରଶ୍ନ, ହତ୍ୟାକାଣ୍ଡର ଦୁଇ ଦିନ ଆଗରୁ କାହାକୁ ଭେଟିଥିଲେ ଗୋପାଳ ?

author img

By

Published : Feb 1, 2023, 10:39 PM IST

ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ
ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କିଛି ମୁଷ୍ଟିମେୟ ଅଫିସର ପାଇଁ ପୋଲିସ ବ୍ୟବସ୍ଥା ଭଶୁଡ଼ି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏକ ଏସଆଇଟି ଗଠନ ହୋଇ ଜଣେ ଜଜଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ଯର ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗଟେ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଜାତୀୟ ଗଣମାଧ୍ୟମରେ ରାଜ୍ୟ ନିନ୍ଦିତ ହେଉଛି, 8-10 ଦିନ ଭିତରେ ତଦନ୍ତ ଶେଷ କରନ୍ତୁ ବୋଲି ସେ କହିଛନ୍ତି । କିଛି ମୁଷ୍ଟିମେୟ ଅଫିସର ପାଇଁ ପୋଲିସ ବ୍ୟବସ୍ଥା ଭଶୁଡ଼ି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏକ ଏସଆଇଟି ଗଠନ ହୋଇ ଜଣେ ଜଜଙ୍କ ତତ୍ତ୍ବାବଧାନରେ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

ଝାରସୁଗୁଡ଼ା ବିଧାୟକ ତଥା ରାଜ୍ଯ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଗୁଳିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗଟେ କଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, 2 ଦିନ ପୂର୍ବରୁ ଗୋପଳ ଦାସ କେଉଁ କେଉଁ ସ୍ଥାନକୁ ଯାଇଥିଲେ, କାହାକୁ ଭେଟିଥିଲେ ଏବଂ ଝାରସୁଗୁଡାରେ 20, 30 କିଲୋମିଟର ଦୂରରେ ଏକ ଗାଁରେ ବସାଉଠା ହୋଇଥିଲେ । କିଛି ନେତା ଏବଂ ଅବସରପ୍ରାପ୍ତ ଅଫିସରଙ୍କ ସହ ବସା ଉଠା ହୋଇଥିବା ନେଇ ତଦନ୍ତ ହେବାର ଆବଶ୍ୟକତା ଅଛି । ଏହି କାମ ପାଇଁ ଥିଲେ ନା ଅନ୍ୟ କାରଣ ପାଇଁ ଥିଲେ, ସେ ଦିଗରେ ତଦନ୍ତ ହେଉଛି କି ? ଏହା ସହିତ ନବ ଦାସ ଏବଂ ଗୋପାଳ ଦାସର କଲ ରେକର୍ଡ ଯାଞ୍ଚ ହେଉ । କିଛି ଖବର ବା ସୁରାକ ପୋଲିସ ଅଫିସରଙ୍କ ପାଖରେ ଥିଲା ନଚେତ ସେମାନେ ଦେଖଣାହାରି ହୋଇ ଛିଡା ହୋଇଥିଲେ କାହିଁକି ? ପୋଲିସ ଡିଜି କଣ କରୁଛନ୍ତି ? ସେ ଚାକିରୀ ଛାଡ଼ି ଦିଅନ୍ତୁ । ମୋ ମତରେ ଏକ ଏସଆଇଟି ଗଠନ ହେଉ ଏବଂ ଜଜଙ୍କ ତତ୍ତ୍ବାବଧାନରେ ତଦନ୍ତ ହେଉ । ଏଭଳି ଘଟଣା ଭାରତରେ ବି ହୋଇନଥିବ, ଏହା ଇତିହାସରେ ପ୍ରଥମ । ଜଣେ ମନ୍ତ୍ରୀଙ୍କୁ ସବୁ ସୁରକ୍ଷା ଥାଇ ବି ହତ୍ୟା କରାଗଲା । ତଦନ୍ତ, ରହସ୍ୟ ଏବଂ ଷଡଯନ୍ତ୍ର ଲୋକ ଲୋଚନକୁ ଆସିପାରିନାହିଁ । ତଦନ୍ତରେ ବିଫଳତା ଦେଖାଯାଉଛି । ସେହିଭଳି କ୍ରାଇମବ୍ରାଞ୍ଚ କହିଲେ ଆସାମୀ ଧରାଯାଇଛି, ଏହା କ୍ଲିୟର କେସ । ଏହା ହତ୍ୟା ନା ଷଡଯନ୍ତ୍ର ନା ଆଉ କଣ କ୍ଳିଅର କଲେ ନାହିଁ । କେବଳ ଆସାମୀକୁ ଧରି କେସ କ୍ଲୋଜ କରିବାକୁ ଚକ୍ରାନ୍ତ କରୁଛି କ୍ରାଇମବ୍ରାଞ୍ଚ ।" ଘଟଣା ସ୍ଥାନରେ ପୋଲିସ ଥିଲେ । ସେମାନେ କଣ କରୁଥିଲେ ସେମାନଙ୍କ ଉପସ୍ଥିତରେ କେମିତି ଏଭଳି ଘଟଣା ଘଟିଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।

ଡିଜିଙ୍କ ରୋଲ କଣ, ଏପର୍ଯ୍ୟନ୍ତ ପୋଲିସ ଡିଜି କାହିଁକି ଯାଇନାହାନ୍ତି ବୋଲି ସେ ପଚାରିଛନ୍ତି । ସେ କହିଛନ୍ତି, "ଡିଜି ସ୍ପଟ୍‌କୁ ଯିବା କଥା । ମନ୍ତ୍ରୀଙ୍କୁ ଗୁଳି ହେଲା ପରେ ବି ଗଲେନି, ଆଉ କାହା ପାଇଁ ଯିବେ ? ମୋତେ ଲାଗୁଛି ଡିଜି ପୋଷ୍ଟ ଅଛି କି ନାହିଁ ଜଣାପଡୁନି । ନିର୍ଲଜ ଭାବେ ରହିବା ଅପେକ୍ଷା ଚାକିରୀ ଛାଡିଦେବା ଉଚିତ । ଦୁଇଦିନ ପୂର୍ବରୁ ଗୋପଳ ଦାସ କେଉଁ ସ୍ଥାନକୁ ଯାଇଥିଲେ, କେଉଁଠି ଗୃପ ବୈଠକ ହେଉଥିଲା, କାହାକୁ ଭେଟିଥିଲେ, ସେ ନେଇ ତଦନ୍ତ ହେଉଛି କି ? ଦେଖିବାକୁ ଗଲେ ରାଜ୍ୟରେ ପୋଲିସଙ୍କୁ ସର୍ବନିମ୍ନ 8 ହଜାର ରାଇଫଲ ଦିଆଯାଇଛି । ଯଦି ତାର ଅପବ୍ୟବହାର ହେବ, ପରିସ୍ଥିତି ଭୟଙ୍କର ହେବ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଫିସର ବସି ପୋଲିସକୁ ନିର୍ଦ୍ଦେଶ ଦେଲେ ହେବ ନାହିଁ । ପୋଲିସ ଭିତରେ ଅସନ୍ତୋଷ ରହିଛି । କିଛି ମୁଷ୍ଟିମେୟ ଅଫିସର ପାଇଁ ପୋଲିସ ବ୍ୟବସ୍ଥା ଭଶୁଡ଼ି ଯାଇଛି । ରାଜ୍ୟ ସରକାର ଏସଆଇଟିକୁ ତଦନ୍ତ କରିବାକୁ ଦିଅନ୍ତୁ । ହାଇକୋର୍ଟର ଜଣେ ଜଜଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଉ । ଘଟଣା କାହିଁକି ଘଟିଲା ଓ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରାଗଲା ତାର ତଦନ୍ତ ହେଉ । ଗୋପାଳ ଦାସ 8 ବର୍ଷ ଧରି ଝାରସୁଗୁଡ଼ାରେ ଅଛନ୍ତି । ତାଙ୍କୁ ବଦଳି କରିବାର ଆବଶ୍ୟକତା ଥିଲା । ଏମିତି କେତେ ପୋଲିସ ଅଛନ୍ତି ଝାରସୁଗୁଡ଼ାରେ । ମୁଷ୍ଟିମେୟ ନେତାଙ୍କ ପାଇଁ ଦାରୁଠେଙ୍ଗ ଅଳିଆ ଗଦାରେ ପଡ଼ିଲାଣି ପୋଲିସ ପ୍ରଶାସନ । ସେହିପରି ନବ ଦାସ ଗୁଳିକାଣ୍ଡ ଘଟଣାରେ ଏଫଆଇଆର ପିଏସଓ ଦେବା କଥା, ଇନ୍ସପେକ୍ଟର କାହିଁକି ଦେଲେ । ଘଟଣା ବେଳେ ସେ ଉପସ୍ଥିତ ଥିଲେ ।" ତେଣୁ ଏସବୁର ନିରପେକ୍ଷ ତଦନ୍ତ ହେଲେ ସବୁ କଥା ଲୋକଲୋଚନକୁ ଆସିବ ବୋଲି କହିଛନ୍ତି ବିଜୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.