ETV Bharat / state

୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର, ଶ୍ରଦ୍ଧାଞ୍ଜଳି ଦେଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ

author img

By

Published : Apr 17, 2023, 10:45 PM IST

ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ଏହି ଉପଲକ୍ଷେ ରାଉରକେଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ମାନେ ୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର ପ୍ରସ୍ତୁତ କରି ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର
୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର

୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର

ରାଉରକେଲା: ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି । ୬୦ ହଜାର ଦୀପ ଜାଳି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର କର୍ମକର୍ତ୍ତା । ଆଜି ରାଉରକେଲା ଠାରେ ବିଜୁ ବାବୁଙ୍କ ମହାପ୍ରାୟଣ ଦିବସ ପାଳନ କରାଯାଇଛି । ପ୍ରଥମ ଥର ପାଇଁ ୬୦ ହଜାର ଦୀପରେ ତିଆରି ହୋଇଛି ବିଜୁ ବାବୁଙ୍କ ଚିତ୍ର । ଏଭଳି ୬୦ ହଜାର ଦୀପରେ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ରାଉରକେଲା ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ । ତେବେ ଏହି ୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର ତିଆରି କରିବା ପାଇଁ ପ୍ରାୟ ଦୁଇ ଦିନ ଧରି ଲାଗିଥିଲେ ସମସ୍ତ ବିଜେଡି କର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ...ମନେ ପଡନ୍ତି ପ୍ରବାଦ ପୁରୁଷ, ଝୁରୁଛନ୍ତି ରାଜ୍ୟବସୀ

ରାଉରକେଲା ସହରର ଛେଣ୍ଡ କଲୋନୀରେ ସେଣ୍ଟ୍ରାଲ ପାର୍କ ନିକଟରେ ପ୍ରସ୍ତୁତ କରିଥିଲେ ବିଜୁ ବାବୁଙ୍କ ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଉରକେଲାସ୍ଥିତ ବେଦବ୍ୟାସ ତ୍ରିବେଣୀ ସଙ୍ଗମ ନଦୀ ପୀଠରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ବିଜୁ ବାବୁଙ୍କ ତିଳତର୍ପଣ ତଥା ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଉରକେଲା ବିଜୁଜନତା ଦଳର କର୍ମକର୍ତ୍ତା ଏବଂ ବେଦବ୍ୟାସ ଗୁରୁକୁଳର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଛେଣ୍ଡ କଲୋନୀରେ ଏହି ବରପୁତ୍ରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀରରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ, ପୁଣି ଭାରତ ରତ୍ନ ଦାବି ଉଠାଇଲା ବିଜେଡି

ତେବେ ଯୁବରୁ ବୃଦ୍ଧ ସମସ୍ତଙ୍କ ମନରେ ଆଜିବି ବିଜୁ ବାବୁଙ୍କ ଏକ ନିଆରା ପ୍ରତିଛବି ରହିଛି । ନିଜର ଜୀବନ କାଳରେ କେବଳ ସାରା ରାଜ୍ୟ ନୁହେଁ, ବରଂ ସାରା ଭାରତ ବର୍ଷ ପାଇଁ ଥିଲେ ଏକ କର୍ତ୍ତବ୍ୟ ପରାୟଣ ବ୍ୟକ୍ତିତ୍ବ । ଆଜିର ଦିନରେ ତାଙ୍କୁ ଝୁରୁଛି ସାରା ରାଜ୍ୟ । ତେବେ ଆଜି ୬୦ ହଜାର ଦୀପ ଜାଳି ବିଜୁ ବାବୁଙ୍କ ଚିତ୍ର ନିର୍ମାଣ କରିବା ପରେ ଏହା ଏକ ବିଶ୍ବ ରେକର୍ଡ ବୋଲି କୁହାଯାଉଛି । ବିଜୁ ବାବୁଙ୍କ ନାମରେ ଆଜି ରାଉରକେଲା ଯୁବ ଓ ଛାତ୍ର ଜନତା ଦଳ ବିଶ୍ବ ରେକର୍ଡ କରିଛି ବୋଲି କହିଛନ୍ତି ବିଜେଡିର କର୍ମକର୍ତ୍ତା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.