ବଲାଙ୍ଗୀରରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ, ପୁଣି ଭାରତ ରତ୍ନ ଦାବି ଉଠାଇଲା ବିଜେଡି

By

Published : Apr 17, 2023, 4:56 PM IST

thumbnail

ବଲାଙ୍ଗୀର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ଏହି କ୍ରମରେ ବଲାଙ୍ଗୀରରେ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ଯୁବ ନେତା ପୂର୍ବତନ ସାଂସଦ ତଥା ଓଡ଼ିଶା ହାଉସିଂ ଅଧ୍ୟକ୍ଷ କାଲିକେଶ ନାରାୟଣ ସିଂହଦେଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ସହ ବିଜୁ ବାବୁଙ୍କ ସ୍ୱପ୍ନ ସତ କରିବା ପାଇଁ ବିଜେଡି ଉଦ୍ୟମ ଜାରି ରଖିଛି ବୋଲି କଳିକେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ତାଙ୍କୁ ଭାରତ ରତ୍ନ ପ୍ରଦାନ ଦାବି ପୁଣି ଥରେ ବିଜେଡି ଉଠାଇଛି । ଦୀର୍ଘ ଦଶନ୍ଧି ହେବ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକାଙ୍କୁ ଭାରତ ରତ୍ନ ପ୍ରଦାନ ଦାବି କରି ଆସୁଛି । ଏବଂ କେନ୍ଦ୍ରରେ ଦୁଇଟି ସରକାର ବଦଳି ଥିବା ସତ୍ତ୍ୱେ କଂଗ୍ରେସ କିମ୍ବା ବିଜେପି ସରକାର ତାଙ୍କ ଏହି ଦାବିକୁ ପୂରଣ କରିନାହିଁ । ତେବେ ଏହି ଦାବିକୁ ପୁଣି ଉପସ୍ଥାପିତ କରିଥିବା କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ।
 

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.