ETV Bharat / state

ନବ ଦାସ ହତ୍ୟା ମାମଲାକୁ ନେଇ ହୀନ ରାଜନୀତି କରୁଛି ବିଜେପି: ବିଜେଡି

author img

By

Published : Jul 30, 2023, 7:10 AM IST

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ପ୍ରେସମିଟ
ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ପ୍ରେସମିଟ

ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପିର ମନ୍ତବ୍ୟରେ ଜବାବ ଦେଲା ବିଜେଡି । ବିଜେପି ହୀନ ରାଜନୀତି କରୁଛି ବୋଲି କହିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ଅଧିକ ପଢନ୍ତୁ

ଭୁବନେଶ୍ବର: ''ଓଡିଶା ବିଜେପି ନେତାମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ତେଣୁ ସେମାନେ ପ୍ରତି 15 ଦିନରେ କିଛି ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦିଅନ୍ତି । ମନଗଢା ବିବୃତ୍ତି ଦିଅନ୍ତି । ଏଥର ବିଜେପି ନେତା ନବ ଦାସଙ୍କ ହତ୍ୟା ମାମଲାକୁ ବାଛିଛନ୍ତି ।'' ଏହା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ସେ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ହୀନ ଉଦ୍ଦେଶ୍ୟ ରଖି ସମ୍ବେଦନଶୀଳ ମାମଲା ଗୁଡ଼ିକୁ ଅଧିକ ସ୍ପର୍ଶକାତର କରନ୍ତି । ଏଥିପାଇଁ ତାହା ଉପରେ ମନଗଢା ଏବଂ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି । ଯଦି ଓଡିଶା ବିଜେପି ନେତାଙ୍କ ପାଖରେ ଏହା ଉପରେ କିଛି କହିବାକୁ ଅଛି, ତେବେ ସେମାନେ କାହିଁକି ଅଦାଲତଙ୍କ ନିକଟକୁ ଯାଇ ଏହି ମାମଲାରେ ଯାହା କହୁଛନ୍ତି ତାହା ପ୍ରମାଣ ସହିତ ରଖୁ ନାହାନ୍ତି ! ଓଡିଶାର ଲୋକମାନେ ଏଭଳି ନକରାତ୍ମକ, ଶସ୍ତା ଏବଂ କୁତ୍ସିତ ରାଜନୀତିକୁ ସବୁବେଳେ ନାପସନ୍ଦ କରିଥାନ୍ତି ।

ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ପ୍ରେସମିଟ
ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ପ୍ରେସମିଟ

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନବ ଦାସ ହତ୍ୟା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଏହା ପଛରେ ଥିବା ବଡ଼ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଏଭଳି ମିଛ ଥିଓରୀ ସବୁ ଅଣାଯାଉଛି ବୋଲି ବିଜେପି କହିଛି । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଯଦି ଗୋପାଳକୁ ଭୟ ଥିଲା ଆଉ ମନୋଜ ବରିହା ତାକୁ କହିଥିଲା ନବ ଦାସ ରାଗିଛନ୍ତି ବୋଲି, ତେବେ ସେ ଏତେଦିନ ପରେ କାହିଁକି ଏମିତି କଲା ।

ଏହାମଧ୍ୟ ପଢନ୍ତୁ: Naba Das Murder Case: 'ପରଦା ପଛର ବଡ଼ ଲୋକଙ୍କୁ ସୁରକ୍ଷା ଦେବାକୁ ଆସିଛି ପଲିଗ୍ରାଫ ଟେଷ୍ଟ ରିପୋର୍ଟ'

2010ର ଘଟଣାକୁ ନେଇ 2023ରେ ଗୋପାଳ ନବ ଦାସଙ୍କୁ ଗୁଳି ମାରିଲା । 13 ବର୍ଷ ପରେ ପୁରୁଣା କଥାକୁ ମନେ ପକାଇ ଗୋପାଳ ଗୁଳି କରିଦେବା ହଜମ ହେଉନି । କ୍ରାଇମବ୍ରାଞ୍ଚ ଜାଣିଛି ସତ୍ୟତା କ'ଣ । ସେ ଆହୁରି କହିଛନ୍ତି, ''ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଛି ଓ କ୍ରାଇମବ୍ରାଞ୍ଚ ଉପରେ ସନ୍ଦେହ ବଢୁଛି । ସରକାର କାହାକୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହେବାରେ ଲାଗିଛି । ନବ ଦାସ ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଘଟଣା ପଛରେ ବଡ଼ ଲୋକମାନଙ୍କର ହାତ ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଗପ ସଦୃଶ । କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ ଦାଖଲ କରିଛି, ଏଥିରେ ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟକର । ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଏହାକୁ ଘୋଡାଇବା ପାଇଁ ଚେଷ୍ଟା କରୁଛି ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.