ETV Bharat / state

'ଯୁବପୀଢିଙ୍କ ଆଚରଣ ପରିବର୍ତ୍ତନରେ ବଦଳିପାରିବ ପାଣିପାଗର ଅସନ୍ତୁଳିତ ସ୍ଥିତି'

author img

By

Published : Mar 23, 2023, 5:08 PM IST

Updated : Mar 23, 2023, 5:30 PM IST

Umashankar Dash
Umashankar Dash

ରାଜଧାନୀ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପାଳିଲା ବିଶ୍ଵ ପାଣିପାଗ ଦିବସ । ପାଣିପାଗର ଅସନ୍ତୁଳିତ ସ୍ଥିତିରେ ସୁଧାର ଆଣିବା ଲାଗି ଯୁବପୀଢିଙ୍କୁ କେନ୍ଦ୍ରର ବିଶେଷଜ୍ଞମାନେ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

'ଯୁବପୀଢିଙ୍କ ଆଚରଣ ପରିବର୍ତ୍ତନରେ ବଦଳିପାରିବ ପାଣିପାଗର ଅସନ୍ତୁଳିତ ସ୍ଥିତି'

ଭୁବନେଶ୍ବର: ଆଜି ହେଉଛି ବିଶ୍ଵ ପାଣିପାଗ ଦିବସ (World metrological day) । ଏହି ଦିବସକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବରରେ ମଧ୍ୟ ପାଳନ କରାଯାଇଛି । ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଥିଲା The future of weather climate and water across generation ଅର୍ଥାତ ଯୁବପୀଢିଙ୍କ ମଧ୍ୟରେ ପାଣିପାଗ, ଜଳବାୟୁ ଏବଂ ଜଳର ଭବିଷ୍ୟତକୁ ନେଇ ସଚେତନତା । ଏହି ଅବସରରେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯଦି ଯୁବପୀଢିଙ୍କ ଆଚରଣରେ ପରିବର୍ତ୍ତନ ଆସେ, ତେବେ ନିଶ୍ଚିତ ଭାବେ ପାଣିପାଗର ଅସନ୍ତୁଳିତ ସ୍ଥିତିରେ ପରିବର୍ତ୍ତନ ଆସିବ ।

ଚଳିତ ବର୍ଷର ବିଷୟବସ୍ତୁ ମୁତାବକ ପାଣିପାଗ ପରିବର୍ତ୍ତନର କାରଣ ଓ ନିରାକରଣ ନେଇ ଭବିଷ୍ୟତ ପୀଢ଼ି କଣ କରିବା ଆବଶ୍ୟକ ରହିଛି ଆଉ ଏହାକୁ ଆମ ଯୁବପୀଢିଙ୍କ ଉଚ୍ଚାରଣ ଓ ଆଚରଣରେ କିଭଳି ସଜାଡ଼ିପାରିବ ସେନେଇ ଆଲୋଚନା ହୋଇଛି । ବିଶେଷ ଭାବେ କିଭଳି ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରାଯାଇପାରିବ ସେନେଇ ଆଲୋଚନ ହୋଇଛି । କଥାରେ ଅଛି 'ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ' । କାରଣ ଜଳ ଅଧିକା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଜଳ କମ ହେଲେ ମରୁଡ଼ି ଓ ତାପମାତ୍ରା ବଢିଥାଏ । ଏଣୁ ପରିବେଶର ସନ୍ତୁଳନ ରହିପାରିଲେ ହିଁ ଜୀବ ହେଉ ଅବା ଜନ୍ତୁ ସମସ୍ତେ ପୃଥିବୀରେ ବଞ୍ଚିପାରିବେ ।

ଏହା ବି ପଢନ୍ତୁ- ଗିଳିଦେଲେ ଭତ୍ତା ଟଙ୍କା ! ମାସ ମାସ ଧରି ଅପେକ୍ଷାରେ ହିତାଧିକାରୀ

ବିଶ୍ବ ପାଣିପାଗ ଦିବସ ଅବସରରେ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବିଶେଷଜ୍ଞମାନେ ଏହା ଉପରେ ଆଲୋଚନା କରିଥିଲେ । କିପରି ଛୋଟଛୋଟ ପ୍ରୟାସ ମାଧ୍ୟମରେ ପରିବେଶର ଅସନ୍ତୁଳିତ ସ୍ଥିତିକୁ ସଜାଡା ଯାଇପାରିବ ସେନେଇ ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଏଥିରେ ଭୁବନେଶ୍ବରର ପ୍ରାୟ ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ବୁଝାଯାଇଥିଲା । ତେବେ ବର୍ତ୍ତମାନ ବଦଳୁଛି ପାଣିପାଗ, ବଦଳୁଛି ପରିବେଶ । ଋତୁ ଚକ୍ରରେ ଦେଖାଦେଉଛି ଅନେକ ଅସମାନତା । ପାଣିପାଗର ସଠିକ ପ୍ରକ୍ରିୟାକରଣ ସଠିକ ସମୟରେ ଦେଖିବାକୁ ମିଳୁନାହିଁ । ଏହାର ସମାଧାନ ପାଇଁ କଣ କଣ ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା ହୋଇଛି ।

ଭୁବନେଶ୍ବରର ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ରଛାତ୍ରୀ ପାଣିପାଗ କେନ୍ଦ୍ର ପରିସରରେ ପରିଭ୍ରମଣ କରିବା ସହ ପରିବେଶ ପ୍ରତି ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ କଣ ପରିବର୍ତ୍ତନ ହେବା ଆବଶ୍ୟକ ସେନେଇ ବୁଝିଥିଲେ । ଅନ୍ୟପଟେ ତାପମାନ ଯନ୍ତ୍ର ହେଉ ଅବା ଗୁଳୁଗୁଳି ମାପିବା ପାଇଁ ହାଇପ୍ରୋଗ୍ରାଫ ଯନ୍ତ୍ର ଆଦି ସମ୍ପର୍କରେ ଅଧିକ ଜାଣି ପାରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ । ପୃଥିବୀ ପୃଷ୍ଠାରେ ଜଳର ଯେଭଳି ଭାବେ ଅଭାବ ଦେଖାଯାଉଛି ସେଥିରେ ପରିବର୍ତ୍ତନ ଲାଗି ଆଗାମୀ ପୀଢିଙ୍କ ଆଚରଣରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 23, 2023, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.