ETV Bharat / state

ସାଇବର ଥାନା ପୋଲିସ ହାତରେ Olx ଠକ, ଘରଭଡ଼ା ଦେବାକୁ କହି ଲୁଟୁଥିଲା ଟଙ୍କା

author img

By ETV Bharat Odisha Team

Published : Dec 14, 2023, 9:26 PM IST

Updated : Dec 14, 2023, 9:39 PM IST

Fraud in OLX: Olxରେ ଘରଭଡା ନେଉଥିଲେ ସାବଧାନ । ସାଇବର ଥାନା ପୋଲିସ ହାତରେ Olx ଠକ । ଅଧିକ ପଢନ୍ତୁ

Fraud in OLX
Fraud in OLX

ସାଇବର ଥାନା ପୋଲିସ ହାତରେ Olx ଠକ, ଘରଭଡ଼ା ଦେବାକୁ କହି ଲୁଟୁଥିଲା ଟଙ୍କା

ଭୁବନେଶ୍ବର: Olxରେ ଘରଭଡା ନେଉଥିଲେ ସାବଧାନ । ଠିକ ଭାବେ ଯାଞ୍ଚ କରନ୍ତୁ ନହେଲେ ଠକାମୀର ଶିକାର ହୋଇପାରନ୍ତି । କାରଣ ସାଇବର ଥାନା ପୋଲିସ ହାତରେ ଧରାପଡିଛି ଜଣେ ଚତୁର ଠକ । Olxରେ ଘର ଭଡ଼ା ଦେବାକୁ କହି କରୁଥିଲା ଠକେଇ । ଏହି ଘଟଣାରେ ପୋଲିସ ଯାଜପୁରର ଧିରେନ ଜେନାକୁ ଗିରଫ କରିଥିବା ବେଳେ ୧୩ରୁ ଅଧିକ ଆକାଉଣ୍ଟ ଫ୍ରିଜ୍ କରିଛି । ପୋଲିସ ପ୍ରାୟ ୧୨ଟି ଅଭିଯୋଗକୁ କେନ୍ଦ୍ର କରି ଗିରଫ କରିଛି ।

ସୂଚନା ମୁତାବକ ୧୩ ନଭେମ୍ବର ୨୦୨୩ରେ ଭୁବନେଶ୍ବରର ସୁରଜ ଖେସ ନାମକ ବ୍ୟକ୍ତି ଘର ଦେବା ନାଁରେ ୨୭ ହଜାର ୫୦୦ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ପୋଲିସ ଯେତେବେଳେ olxର ଅନଲାଇନ ସାଇଟକୁ ଯାଞ୍ଚ କରିଥିଲା ସେତେବେଳେ ଜାଣିଥିଲା ଆଇଡିଟା ଭୁଲ ଥିଲା । ଭୁଲ ଜାଣିବା ପରେ ଯେତେବେଳେ ପୋଲିସ ଅଧିକ ତଦନ୍ତ କରିଥିଲା ସେତେବେଳେ ଯାଜପୁରର ସାହସ ପୁତ୍ରରୁ ଧୀରେନ କୁମାର ଜେନାକୁ ଗିରଫ କରିଛି । ଗିରଫ ପରେ ଧୀରେନର ୮ଟି ସିମକାର୍ଡ, ୨ଟି ପାସବୁକ, ଗୋଟିଏ ଚେକବୁକ୍‌, ୨ଟି ATM କାର୍ଡ ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ- ଚାକିରି ଦେବା ନାଁରେ ଚାଲିଛି ସାଇବର ଫ୍ରଡ, କେମିତି ରହିବେ ସତର୍କ ?

୧୦ଟି ଠକାମୀର ଅଭିଯୋଗ ସାଇବର ଥାନାରେ ହୋଇଥିବା ବେଳେ ୧ ଲକ୍ଷରୁ ଅଧିକ ତାଙ୍କ ଠକେଇ ହୋଇଛି । ଠକ ଧୀରେନ ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବେ ଫସାଉଥିବା ବେଳେ ପ୍ରଥମେ ଘରର ବିଜ୍ଞାପନ ଦେଇ ଟଙ୍କା ଦିଅ ଘର ପଳାଇବା ବୋଲି ବ୍ୟସ୍ତ କରୁଥିଲା । ଟଙ୍କା ପାଇବା ପରେ ଧରା ଦେଉନଥିଲା । ସବୁ ସମୟରେ ଭିନ୍ନ ଭିନ୍ନ ଲୋକଙ୍କର ଆକାଉଣ୍ଟ ନମ୍ବର ଦେଉଥିଲା । ଯେତେବେଳେ ଲୋକମାନଙ୍କୁ ଟଙ୍କା ନେବା ପରେ ଧରା ଦେଉନଥିଲା ସେତେବେଳେ ଘର ଠିକଣାରେ ଯିବା ପରେ ଠକାମୀର ଶିକାର ହେଇଥିବା ଜାଣିବାକୁ ପାଉଥିଲେ ଆଶାୟୀ । ତେବେ ସୁରଜଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଜଣକୁ ଗିରଫ କରିଥିବା ବେଳେ ଆଗକୁ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପଲିସ ।

ଏହାସହ ଆଉ ଯଦି କେହି ଏଭଳି ଅନଲାଇନ ଠକାମୀର ଶିକାର ହୋଇଥିବେ ତେବେ ସେମାନେ ବି ଆସି ଅଭିଯୋଗ କରନ୍ତୁ ବୋଲି ପୋଲିସ ଅନୁରୋଧ କରିଛି । ସେପଟେ ଲୋକଙ୍କ ଅନୁରୋଧ କରି ପୋଲିସ କହିଛି ଯଦି ଆପଣ ଅନଲାଇନ ଘର ଭଡା ନେଉଛନ୍ତି ତେବେ ପ୍ରଥମେ ଘରର ଠିକଣା ଆଉ ଭଡା ପାଇଁ ସେଇ ଘର ଅଛିକି ନାହିଁ ତାର ଯାଞ୍ଚ ସଠିକ ଭାବରେ କରନ୍ତୁ । ତାପରେ ପେମେଣ୍ଟ କରନ୍ତୁ ଆଉ ଘରେ ରୁହନ୍ତୁ । ନଚେତ ଆପଣଙ୍କର ଶୀଘ୍ର ଶୀଘ୍ର ଘର ଖୋଜିବାଟା କାହାର ଠକାମିର ଆଧାର ସାଜିପାରେ । ତେଣୁ ଘରଭଡା ନେବା ବେଳକୁ ସତର୍କ ଓ ସଚେତନ ରହି ଅନଲାଇନରେ ଟଙ୍କା ଦିଅନ୍ତୁ ବୋଲି କହିଛି ସାଇବର ଥାନା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 14, 2023, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.