ETV Bharat / state

ମନ ମୋହୁଛି ରାଜଧାନୀର ବାଉଁଶ ନିର୍ମିତ ଚନ୍ଦ୍ରଯାନ ତୋରଣ, ଜମୁଛି ଭିଡ଼

author img

By ETV Bharat Odisha Team

Published : Sep 25, 2023, 10:56 PM IST

chandrayaan 3 gate in bhubaneswar
ମନ ମୋହୁଛି ଚନ୍ଦ୍ରଯାନ ତୋରଣ

ମନ ମୋହୁଛି ରାଜଧାନୀର ୪୫ ଫୁଟର ବାଉଁଶ ତିଆରି ଚନ୍ଦ୍ରଯାନ-3 ତୋରଣ । ଗଣେଶ ପୂଜାର ୬ ଦିନ ପରେ ବି ମନ ଏହି ମେଢ ସମସ୍ତଙ୍କର ଆକର୍ଷଣ ସାଜିଛି।

ମନ ମୋହୁଛି ଚନ୍ଦ୍ରଯାନ ତୋରଣ

ଭୁବନେଶ୍ବର: ମନ ମୋହୁଛି ରାଜଧାନୀର ୪୫ ଫୁଟର ବାଉଁଶ ତିଆରି ଚନ୍ଦ୍ରଯାନ-3 ତୋରଣ । ଗଣେଶ ପୂଜାର ୬ ଦିନ ପରେ ବି ମନ ଏହି ମେଢ ସମସ୍ତଙ୍କର ଆକର୍ଷଣ ସାଜିଛି । ଯେଉଁଥିରେ ପୂଜା ପାଉଛନ୍ତି ଗଜାନନ । ଭୁବନେଶ୍ୱର ଆଦିବାସୀ ପଡିଆ ନିକଟ ତନ୍ତୀ ବସ୍ତିର ବାଉଁଶ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ନିଆରା କଳାକୃତି । ଏଠାରେ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ୟୁଥ ଆସୋସିଏସନ ଦୀର୍ଘ ୪୦ ବର୍ଷ ହେବ ଗଣେଶ ମହୋତ୍ସବର ଆୟୋଜନ କରି ଆସୁଥିବାବେଳେ ଏଥର ବି ନିଆରା ଢଙ୍ଗରେ ଗଣେଶଙ୍କୁ ପୂଜା କରି ଚର୍ଚ୍ଚାରେ ରହିଛି ।

ଯିଏ ଯାଉଛି ତାଙ୍କ ଗଣେଶଙ୍କ ପାଖରେ ଟିକିଏ ଅଟକି ଯାଉଛି । ସମଗ୍ର ଭାରତ ଚନ୍ଦ୍ରଯାନ -୩ ର ସଫଳ ରୂପାୟନକୁ ନେଇ ଇତିହାସ ରଚିଥିବାବେଳେ ଏହି ସଫଳତାକୁ ଏହାର ପ୍ରତିଫଳନ ସ୍ବରୂପ ପୂଜା ମଣ୍ଡପରେ ତୋରଣରେ ଶୋଭା ପାଉଛି ଚନ୍ଦ୍ରଯାନ । ଏହି ଉତ୍ସବ ଓ ଖୁସିକୁ ଦର୍ଶାଇବାକୁ ପ୍ରଚେଷ୍ଟା କରିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା । ତେଣୁ ଛୋଟ ହେଲେ ବି ଏହି ଚିତାକର୍ଷକ ପୂଜା ମଣ୍ଡପର ତୋରଣ ଦେଖିବାକୁ ରାଜଧାନୀବାସୀଙ୍କ ଭିଡ ଲାଗୁଛି । ସେଲ୍ଫି ନେବା ସହ ଦେଖିକି ଖୁସି ହେଉଛନ୍ତି ରାଜଧାନୀବାସୀ ।

ଏହା ବି ପଢନ୍ତୁ...ଜମୁଛି ଗଣେଶ ପୂଜା: ମନମୋହୁଛି ବଡଗଣେଶ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମୁଛନ୍ତି ରାଜଧାନୀବାସୀ



ଅନ୍ୟପଟେ ୪୦ ବର୍ଷରେ ଏଥର ପୂଜା ପଦାର୍ପଣ ବେଳେ ୨୦ ଦିନ ଧରି ୪୫ ଫୁଟର ତୋରଣକୁ ପ୍ରସ୍ତୁତ କରିଛନ୍ତି ସଦସ୍ୟ । ଯେଉଁଥିରେ 7.30 ଫୁଟର ଗଣେଶ ଶୋଭାପାଉଛନ୍ତି । ଏଠାରେ ରହିଥିବା ସମସ୍ତ ଲୋକେ ବାଉଁଶ କାରିଗର ହୋଇଥିବା ବେଳେ ବାଉଁଶ ତିଆରି ତୋରଣକୁ ବେଶ ସୁନ୍ଦର ଭାବରେ ଚନ୍ଦ୍ରଯାନର ରୂପରେଖ ଦେଇଛନ୍ତି । ଏଥିପାଇଁ ଟିକେ କଷ୍ଟ ପଡିଥିଲା ନିଶ୍ଚୟ । କିନ୍ତୁ ଲୋକମାନଙ୍କ ପ୍ରଶଂସାକୁ ସେ ସବୁକୁ ଭୁଲିଯାଇଥିବା କହିଛନ୍ତି କାରିଗର । କାରଣ ଏହି ତୋରଣ ମାଧ୍ୟମରେ ସେ ତାଙ୍କର କୌଳିକ ବୃତ୍ତିର କଳାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତେଣୁ ସମସ୍ତ ବସ୍ତିର ଲୋକେ ଏଥିପାଇଁ ସହଭାଗିତା ଦେଖିଥିବା ବେଳେ ଆରବର୍ଷକୁ ପୁଣି ଆଉ ନୂଆ ଥିମ କରିବାକୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.