ETV Bharat / state

ଇଣ୍ଟରଲକିଂରେ ବାହ୍ୟ ହସ୍ତକ୍ଷେପ ପାଇଁ ଘଟିଲା ବାହାନଗା ଦୁର୍ଘଟଣା: ପୂର୍ବତନ ରେଳୱେ ଅଧିକାରୀ

author img

By

Published : Jun 8, 2023, 8:00 PM IST

Updated : Jun 8, 2023, 8:49 PM IST

ଇଣ୍ଟରଲକିଂରେ ବାହ୍ୟ ହସ୍ତକ୍ଷେପ ଯୋଗୁଁ ଘଟିଲା ବାହାନଗା ଦୁର୍ଘଟଣା: ପୂର୍ବତନ ରେଳୱେ ଅଧିକାରୀ
ଇଣ୍ଟରଲକିଂରେ ବାହ୍ୟ ହସ୍ତକ୍ଷେପ ଯୋଗୁଁ ଘଟିଲା ବାହାନଗା ଦୁର୍ଘଟଣା: ପୂର୍ବତନ ରେଳୱେ ଅଧିକାରୀ

ଇଷ୍ଟକୋଷ୍ଟ ରେଳବାଇର ପୂର୍ବତନ ପ୍ରିନସିପାଲ ସେଫଟି ଅଫିସରଙ୍କ ଚାଞ୍ଚଲ୍ୟକର ଖୁଲାସା । ପୂର୍ବତନ ପ୍ରିନସିପାଲ ସେଫଟି ଅଫିସର ସୁଧାଂଶୁ ମିଶ୍ର କହିଛନ୍ତି ଯେ ଇଣ୍ଟରଲକିଂରେ ଟାମ୍ପରିଂ ଯୋଗୁଁ ହୋଇଛି ଏତେ ବଡ ଦୁର୍ଘଟଣା । ବାହ୍ୟଶକ୍ତିର ହସ୍ତକ୍ଷେପ ଫଳରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

ଇଣ୍ଟରଲକିଂରେ ବାହ୍ୟ ହସ୍ତକ୍ଷେପ ପାଇଁ ଘଟିଲା ବାହାନଗା ଦୁର୍ଘଟଣା: ପୂର୍ବତନ ରେଳୱେ ଅଧିକାରୀ

ଭୁବନେଶ୍ବର: ଇଣ୍ଟରଲକିଂରେ ବାହ୍ୟ ହସ୍ତକ୍ଷେପ ଯୋଗୁଁ ଘଟିଲା ବାହାନଗା ଦୁର୍ଘଟଣା । ସିବିଆଇ ତଦନ୍ତରେ ସତ ସାମନାକୁ ଆସିବ କି ? ବାହାନଗା ରେଳ ଦୁର୍ଘଟଣା ପଛର ଅସଲ ସତ କଣ ? କଣ ପାଇଁ ଘଟିଗଲା ଏତେ ବଡ ରେଳ ଦୁର୍ଘଟଣା ? ଯାନ୍ତ୍ରୀକ ତ୍ରୁଟି ନା ମାନବୀୟ ଭୁଲ? ଏହି ପ୍ରଶ୍ନର ଉତ୍ତର ଏବେ ଖୋଜାଚାଲିଛି ।

ଠିକ ଏହି ସମୟରେ ଇଷ୍ଟକୋଷ୍ଟ ରେଳବାଇର ପୂର୍ବତନ ପ୍ରିନସିପାଲ ସେଫଟି ଅଫିସର ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ପୂର୍ବତନ ପ୍ରିନସିପାଲ ସେଫଟି ଅଫିସର ସୁଧାଂଶୁ ମିଶ୍ର କହିଛନ୍ତି, ଇଣ୍ଟରଲକିଂରେ ଟାମ୍ପରିଂ ଯୋଗୁଁ ହୋଇଛି ଏତେ ବଡ ଦୁର୍ଘଟଣା । ବାହ୍ୟଶକ୍ତିର ହସ୍ତକ୍ଷେପ ଫଳରେ ଏହି ଦୁର୍ଘଟଣା ଘଟିଛି । ପଏଣ୍ଟ ଇଣ୍ଟରଲକିଂରେ ବାହ୍ୟ ହସ୍ତକ୍ଷେପ କାରଣରୁ ଫେସିଂ ପଏଣ୍ଟରେ ଟ୍ରେନ କରମଣ୍ଡଳ ଲୁପ ଲାଇନକୁ ପଳାଇଥିଲା । ଆଉ ଯେଉଁଥିପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା ।

ଏହାବି ପଢନ୍ତୁ- Train Accident: କରମଣ୍ଡଳ ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ, ପଶ୍ଚିମବଙ୍ଗ ମୃତଦେହ ପଳେଇଛି ବିହାର

ଫେସିଂ ପଏଣ୍ଟରେ ଲୋକୋ ପାଇଲଟ ପାଖରେ ଇବିଡି ରହିବା କଥା । କିନ୍ତୁ ଏହା ନଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକ ପାଇଲଟ ଚାହିଁଲେ ବି କିଛି କରିପାରିନଥାନ୍ତା । କାରଣ ଲୋକପାଇଲଟ ପାଖରେ ସମୟ ବହୁତ କମ ଥିଲା । ହଠାତ ଟ୍ରେନ ଲୁପ ଲାଇନକୁ ଆସିବା ଫଳରେ ଏହାକୁ ରୋକିବା ସମ୍ଭବ ନଥିଲା । ଏଥିରେ ଲୋକପାଇଲଟର କିଛି ଭୁଲ ନାହିଁ ବୋଲି କହିଛନ୍ତି ସୁଧାଂଶୁ ମିଶ୍ର । ତେବେ କିଛି ଷଡଯନ୍ତ୍ର ଉଦ୍ଦେଶ୍ୟରେ କେହି ଇଣ୍ଟରଲକିଂରେ ହସ୍ତକ୍ଷେପ କରିବା କାରଣରୁ ଏହି ହୃଦୟ ବିଦାରକ ଘଟଣା ଘଟିଗଲା ବୋଲି ସେ କହିଛନ୍ତି ।

ଜୁନ 2 ତାରିଖରେ ବାହାନଗାରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସରକାରୀ ଭାବେ 288ଜଣ ପ୍ରାଣ ହରାଇଥିବା ବେଳେ 1000ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ରାଜ୍ୟର ପ୍ରମୁଖ ହସ୍ପିଟାଲରେ ଚିକିତ୍ସା କରାଯାଇ ଡିସଚାର୍ଜ କରାଯାଉଛି । ମୃତକମାନଙ୍କୁ ସମ୍ପର୍କିୟମାନେ ପରିଚୟ ପତ୍ର ଦେଖାଇ ମୃତଦେହ ନେଉଛନ୍ତି । କ୍ଷତିପୂରଣ ରାଶି ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ଏହାରି ଭିତରେ କିଛି ବ୍ୟକ୍ତି ନିଜ ପରିଜନଙ୍କ ଖୋଜଖବର ମଧ୍ୟ ପାଉନାହାନ୍ତି । ଅନ୍ୟପଟେ ସିବିଆଇ ଅସଲ ଦୋଷୀକୁ ଖୋଜିବା ପାଇଁ ଦିନରାତି ଏକ କରିଦେଇଛି । ବାସ୍ତିବିକ କେହି ଷଡଯନ୍ତ୍ର କରିଥିଲେ କି ଏତେ ବଡ ଦୁର୍ଘଟଣା ଘଟାଇବା ପାଇଁ । କେଉଂଠି ରହିଲା ଭୁଲ । ଯଦି ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ତଥ୍ୟ ସତ ହୋଇଥାଏ ତେବେ କେତେ ସାଂଘାତିକ ଘଟଣା ହୋଇପାରେ ଏଥିରୁ ସହଜରେ ଅନୁମାନ କରାଯାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 8, 2023, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.