ETV Bharat / state

ଷଡଯନ୍ତ୍ର ଦଫା କାହିଁକି ଲଗାଯାଇନାହିଁ, ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

author img

By

Published : Jun 8, 2023, 7:39 AM IST

Updated : Jun 8, 2023, 12:24 PM IST

odisha train accident
ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ସିବିଆଇ ଟିମ ବାହାନଗାରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରୁଛି । ସିବିଆଇ ତଦନ୍ତ ଯୋଗୁଁ ଖୁବଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ବିଜେପି କହିଛି । ବିଜେଡି ମଧ୍ୟ ଏଥିରେ ସହମତ ପ୍ରକାଶ କରିଛି । ହେଲେ ସିବିଆଇ ତଦନ୍ତରେ ନାଖୁସ ଅଛି କଂଗ୍ରେସ । ସିବିଆଇ ମାମଲା ଦାୟର କଲା ହେଲେ ଷଡ଼ଯନ୍ତ୍ର ଦଫା ଲାଗି ନଥିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

ବାହାନଗା ରେଳ ଦୁର୍ଘଟଣାକୁ ୬ ଦିନ ବିତିଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ଏହି ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଆରମ୍ଭ ହେଲା । ହେଲେ 120 (B) ଦଫା ଲଗାଯାଇନି କାହିଁକି । ଉଭୟ ସରକାର କାହିଁକି ମୁହଁ ଖୋଲୁ ନାହାନ୍ତି । ମାମଲା ରୁଜୁ ହେବା ଆଗରୁ ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି ଷଡଯନ୍ତ୍ର ଦଫା ଲଗାଯାଇନାହିଁ । ଏହା ଦ୍ବାରା ସିବିଆଇର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି । ସିବିଆଇ କେନ୍ଦ୍ର ସରକାରଙ୍କ ସଂସ୍ଥା । ରେଳମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ସିବିଆଇ ତଦନ୍ତ କରାଯାଉଛି । ନୈତିକତା ଦୃଷ୍ଟିରୁ ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । "

ନୈତିକତା ଦୃଷ୍ଟିରୁ ସେ ବୋଧେ ଏ ଘଟଣା ପାଇଁ ଦାୟୀ । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ନରସିଂହ କହିଛନ୍ତି । ସିଗ୍ନାଲ ଡିଫେକ୍ଟ ନେଇ ଏ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ସିଗ୍ନାଲ ମେଣ୍ଟେନାନ୍ସ ଦାୟିତ୍ବ ଯେଉଁ କମ୍ପାନୀକୁ ଦିଆଯାଇଛି, ସେ କମ୍ପାନୀର ସିଇଓ ଥିଲେ ଖୋଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସିବିଆଇର ତଦନ୍ତ କୌଣସି ଆବଶ୍ୟକତା ନଥିଲା । ଏ ଖାଲି ଜନସାଧାରଣଙ୍କ ନଜର ହଟେଇବା ପାଇଁ କରାଯାଇଛି । ରେଳମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସିବିଆଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି । ସିବିଆଇ ଏବଂ ଫରେନ୍ସିକ ଟିମ ବାହନାଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିନରେ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଯାଞ୍ଚ କରୁଛି । ପ୍ରକାଶ ଥାଉକି, ଶୁକ୍ରବାର ରାତିରେ ବାହନାଗା ରେଳ ଷ୍ଟେସନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ 288 ଜଣ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ 1000 ଯାତ୍ରୀ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 8, 2023, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.