ETV Bharat / state

ବାହନାଗା ଟ୍ରେନ ଦୁର୍ଘଟଣା; ୩ ଅଭିଯୁକ୍ତଙ୍କୁ ଆଉ ୪ଦିନ ରିମାଣ୍ଡରେ ନେଲା CBI

author img

By

Published : Jul 11, 2023, 4:55 PM IST

Updated : Jul 11, 2023, 6:20 PM IST

bahanaga train accident
ବାହାନଗା ଟ୍ରେନ ଟ୍ରାଜେଡି

ବାହାନଗା ଟ୍ରେନ ଟ୍ରାଜେଡିରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ୫ ଦିିନିଆ ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଅବଧି ସରିବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି । ପୁଣି ଥରେ 4 ଦିନିଆ ରିମାଣ୍ଡରେ ନେଲା ସିବିଆଇ । ଅଧିକ ପଢ଼ନ୍ତୁ

ବାହାନଗା ଟ୍ରେନ ଟ୍ରାଜେଡି

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡିରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି । ୫ ଦିନିଆ ରିମାଣ୍ଡ ସରିବା ପରେ ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ତିନି ଅଭିଯୁକ୍ତ । ଚନ୍ଦକା ଥାନାରେ ପଚରାଉଚରା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତିନି ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ, ଟେକ୍ନସିଆନ ପପୁ କୁମାରଙ୍କୁ ଆହୁରି 4 ଦିନ ପାଇଁ ଦ୍ବିତୀୟ ପର୍ଯାୟ ରିମାଣ୍ଡରେ ନେଇଛି ସିବିଆଇ । ଏପଟେ ଦୁଇ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଅମିର ଖାନ ଜାମିନ ଆବେଦନ କରିଥିବା ସୂଚନା ରହିଛି ।

ବାହାନଗା ଟ୍ରେନ ଟ୍ରାଜେଡିର ତନାଘଟା କରୁଛି ସିବିଆଇ । ଏହି ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହେବା ପରେ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ମେଣ୍ଢାଶାଳ ହସ୍ପିଟାଲକୁ ନିଆଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ପୁଣି ସେମାନଙ୍କୁ ଚନ୍ଦକା ଥାନାକୁ ନିଆଯାଇଥିଲା । ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ୩ ଅଭିଯୁକ୍ତଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ସିବିଆଇ ନେଇଛି । ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଅନୁମତି ପରେ ରିମାଣ୍ଡରେ ନେଇ ଚନ୍ଦକା ଥାନା ଅଭିମୁଖେ ସୁରକ୍ଷାର ସହ ଅଭିଯୁକ୍ତ ମାନଙ୍କୁ ନିଆଯାଇଛି । ସେଠାରେ ତାଙ୍କୁ ପୁଣି ପଚରାଉଚରା କରିବ ସିବିଆଇ । ତେବେ ଏହି ଘଟଣାରେ ଗିରଫଦାରୀ ବଢିପାରେ । ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ସମନ ଜାରି କରାଯାଇଛି । ପରବର୍ତ୍ତୀ ପର୍ଯାୟରେ ସମନ ଆଧାରରେ ହାଜର ହେବାକୁ ଥିବା ଟ୍ରେନ କର୍ମଚାରୀଙ୍କ ଉପରେ ସିବିଆଇର ପଚରାଉଚରା ପରେ କଣ ତଥ୍ୟ ହାସଲ କରୁଛି ଏବଂ କାହାକୁ ଅଭିଯୁକ୍ତ ଭାବେ ଗିରଫ କରୁଛି ତାହା ଉପରେ ନିର୍ଭର କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: Balasore Train Accident: 3ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା CBI, 5ଦିନିଆ ରିମାଣ୍ଡରେ ନେଲା ତଦନ୍ତକାରୀ ସଂସ୍ଥା

ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ତଥା ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ପକ୍ଷରୁ ଜାମିନ ପାଇଁ ପିଟିସନ ଫାଇଲ କରାଯାଇଛି । ଅରୁଣ କୁମାର ମହନ୍ତଙ୍କ ଓକିଲ ପ୍ରଭାତ କୁମାର ସାମନ୍ତରାୟ କହିଛନ୍ତି, "ଦୁର୍ଘଟଣା ଦିନ ୬ଟା ସୁଦ୍ଧା ସିନିୟର ସେକ୍ସନ ଇଞ୍ଜିନିୟରଙ୍କ ଡ୍ୟୁଟି ସରିଯାଇଥିଲା । ଅର୍ଥାତ ବିନା କାରଣରେ ତାଙ୍କୁ ସିବିଆଇ ଗିରଫ କରିଛି । ବେଲ ସମସ୍ତଙ୍କ ଅଧିକାର ତେଣୁ ତାଙ୍କ ଜାମିନ ପାଇଁ ଆବେଦନ କରାଯାଇଛି ।" ସେହିପରି ଅନ୍ୟତମ ଅଭିଯୁକ୍ତ ଅମିର ଖାନଙ୍କ ପାଇଁ ମଧ୍ୟ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି । ତୃତୀୟ ଅଭିଯୁକ୍ତ ପପୁ କୁମାରଙ୍କ ପାଇଁ ପାଓ୍ବାର ଫାଇଲ କରିଛନ୍ତି ତାଙ୍କ ଓକିଲ । ଅର୍ଥାତ ତାଙ୍କ ପାଇଁ ଓକିଲାତିନାମା ଲଢିବାକୁ କୋର୍ଟରେ ଓକିଲ ଆବେଦନ କରିଛନ୍ତି । ଏନେଇ ପପୁ କୁମାର ସହମତି ଦେଲା ପରେ ଓକିଲ ତାଙ୍କ ପାଇଁ ପରବର୍ତ୍ତୀ ପଦକ୍ଷେପ ନେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 11, 2023, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.